ଓଡିଆ ସିଙ୍ଗର Tapu Mishra ଙ୍କ Family ଓ Biography

ନମସ୍କାର ବନ୍ଧୁଗଣ । ଓଡିଶାର ସୁନାମଧନ୍ୟ ଗୀତିକାର ତପୁ ମିଶ୍ରଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ସୁମଧୁର କଣ୍ଠରେ ଅନେକ ସଙ୍ଗୀତ ଦାନ କରିଛନ୍ତି ।

ସେ ଅନେକ ଓଡିଆ ଭଜନ, ଆଲବମ ଗୀତରେ କଣ୍ଠଦାନ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଗତ ଗୋଟେ ମାସ ହେବ ସେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ସମ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସେ କୋରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ କିନ୍ତୁ ତାଙ୍କର ଅବସ୍ଥା ଅଧି ଗୁରୁତ୍ଵପୂର୍ଣ୍ଣ ଥିବାରୁ ଗତ କାଲି ରାତି ୧୧ଟାରେ ସେ ଏଇ ଦୁନିଆ ଛାଡି ଚାଲି ଯାଇଛନ୍ତି । ସେ ତାଙ୍କ ଜୀବନରେ ପ୍ରଥମ ଥର ଓଡିଆ ଚଳଚିତ୍ର “କୁଳ ନନ୍ଦନ”ରେ ଗୀତ ଗାଇଥିଲେ ।

ଏହି ଫିଲ୍ମରେ ଗୀତ ଗାଇବା ପରେ ସେ ବହୁତ ଲୋକପ୍ରିୟ ହୋଇଥିଲେ । ଏହା ପରେ “ଏ ଯୁଗର କୃଷ୍ଣ ସୁଦାମା”, “ମାତୃଶକ୍ତି”, “ଯେ ପାଞ୍ଚେ ପରମନ୍ଦ”, “ଚକଲେଟ” ଓ “ଆଇ ଲଭ ୟୁ” ଫିଲ୍ମରେ ଗୀତ ଗାଇ ବହୁତ ଫ୍ଯମସ ହୋଇ ପଡ଼ିଥିଲେ । ସେ ଗାଇଥିବା ଗୀତ ଗୁଡିକ ଏବେ ମଧ୍ୟ ଦର୍ଶକ ମାନେ ନିଜ ମନରେ ରଖିଛନ୍ତି ।

ସେ ୨୦୧୮ରେ ଦୀପକ ପୂଜାରୀଙ୍କ ସହ ପ୍ରେମ କରି ମ୍ୟାରେଜ କରିଥିଲେ । ଦୀପକ ପୂଜାରୀ ଜଣେ ଅଭିନେତା ଅଟନ୍ତି । ଗତ ୧ ବର୍ଷର ସମ୍ପର୍କ ପରେ ଦୁହେଁ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତପୁ ମିଶ୍ରଙ୍କର ପରିବାର କହିଲେ ତାଙ୍କର ଦୁଇ ଭଉଣୀ ଅଛନ୍ତି । ତାଙ୍କ ଭଉଣୀଙ୍କ ନାଁ ହେଉଛି ଦିପ୍ତିରେଖା ଓ ଦିପ୍ତିଶିଖା ଅଟେ । ଦିପ୍ତିରେଖା କମ୍ପାନୀରେ ଚାକିରି କରିଥିବା ବେଳେ ଦିପ୍ତିଶିଖା ଜଣେ ଶିଂଗର ଅଟନ୍ତି । ତପୁ ମିଶ୍ରଙ୍କର ବାପାଙ୍କ ନା ହେଉଛି କ୍ଷେତ୍ର ମୋହନ ମିଶ୍ର ଓ ମାଙ୍କ ନାଁ ହେଉଛି ଚାରୁଲତା ମିଶ୍ର ଅଟେ ।

ତପୁ ମିଶ୍ର ଜାନୁଆରୀ ୧୧ରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ଦୀର୍ଘ ଦୁଇ ଦଶନ୍ଧି ଧରି ଅଙ୍କେ ହିଟ ଗୀତ ଦେଇ ପୁରା ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତ ହାସଲ କରିଥିଲେ । ସେ ଗାଇଥିବା ଅନେକ ଆଲବମ ଗୀତ ଲୋକ ମାନଙ୍କ ହୃଦୟକୁ ବେଶ ଛୁଇଁ ପାରିଛି । ସେ ଆଜି ଆବି ଲୋକଙ୍କ ମନରେ ତାଙ୍କ ସୁମଧୁର କଣ୍ଠ ପାଇଁ ବେଶ ପ୍ରଶଂସନୀୟ ହୋଇ ରହିଛନ୍ତି ।

କିନ୍ତୁ ଦୁଖର ବିଷୟ ହେଉଛି ତାଙ୍କର ଅ-କା-ଳ ବି-ୟୋ-ଗ ପରେ ବର୍ତ୍ତମାନ ପୁରା ଅଲିଉଡ ଜଗତ ଦୁଖ ପ୍ରକାଶ କରି ଶୋକ ପାଳନ କରୁଛନ୍ତି । ଅଚାନକ ତପୁ ମିଶ୍ରଙ୍କର ବିୟୋଗରେ ତାଙ୍କ ପରିବାର ଲୋକେ ବହୁତ ଭାଙ୍ଗି ପଡିଛନ୍ତି । ଏହା ସତ ଯେ କଣ୍ଠଶିଳ୍ପୀ ତପୁ ମିଶ୍ର ଆଜି ଆମ ଗହଣରେ ନାହାନ୍ତି କିନ୍ତୁ ଦର୍ଶକ ମାନେ ତାଙ୍କୁ ଚିରଦିନ ପାଇଁ ନିଜ ହୃଦୟରେ ରଖିବେ । ଆମେମାନେ ସମସ୍ତେ ତାଙ୍କର ଆ-ତ୍ମା ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।