ଘରୁ ମିଳିଲା 3 ଭୟଙ୍କର Red Snake, ଭାଇରାଲ ହେଉଛି Video

ହରିୟଣା ର କର୍ଣ୍ଣାଲ ଜିଲ୍ଲାର ଆନନ୍ଦ ବିହାର ଏରିୟା ରେ ଏକା ସାଙ୍ଗରେ ୩ଟି ସାପ ମିଳି ଯିବାରୁ ଖେଳି ଗଲା ଭୟର ବାତାବରଣ । ଏହି ୩ଟି ସାପକୁ ଦେଖିବା ପାଇଁ ସେଠାକାର ଲୋକଙ୍କ ସୁଅ ଛୁଟିଥିଲା । ଠିକ୍ ସମୟରେ ସାପ ଧରାଳି ସତୀଶ ସେଠାରେ ଯାଇ ପହଞ୍ଚିଥିଲେ ।

ଗୋବର ଘଷି ତଳେ ଫସି ରହିଥିବା ଏହି ୩ଟି ଲାଲ୍ ରଙ୍ଗର ସାପକୁ ସତୀଶ ଏବଂ ତାଙ୍କ ଟିମ୍ ମିଶି ଉଦ୍ଧାର କରିଥିଲେ । ଏହି ୩ଟି ଲାଲ୍ ସାପ ମଧ୍ୟରୁ ୨ଟି ପୁରୁଷ ସାପ ଏବଂ ଆଉ ଗୋଟେ ମହିଳା ସାପ । ମହିଳା ସାପକୁ ପ୍ରଜନନ କରିବା ଦୁଇ ପୁରୁଷ ସାପ ଭିତରେ ଲଢେ଼ଇ ଚାଲିଥିଲା । ଲଢେ଼ଇ ଚାଲୁଥିବା ସମୟରେ ୩ଟି ସାପ ଶରୀରରେ କ୍ଷତାକ୍ତ ହୋଇଥିଲା ।

ପ୍ରଥମେ ଗାଁ ଲୋକେ ଯେତେବେଳେ ଏହି ଖବର ଶୁଣିବାକୁ ପାଇଥିଲେ ସେଠାରେ ଲୋକଙ୍କ ଭିଡ଼ ଜମି ଥିଲା ଏହି ୩ଟି ସାପକୁ ଦେଖିବା ପାଇଁ କିନ୍ତୁ କିଛି ସମୟ ପରେ ୩ଟି ସାପର ଲଢେ଼ଇ ଦେଖି ଲୋକେ ବହୁତ ଆତଙ୍କିତ ହୋଇ ପଡ଼ିଥିଲେ । ଫଳର ଆଖ ପାଖରେ ଭୟର ବାତାବରଣ ଖେଳି ଯାଇଥିଲା । ଏହାପରେ ଲୋକମାନେ ବନ ବିଭାଗକୁ ଖବର ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ କୈାଣସି ସତ୍ୱେ ଖବର ପହଞ୍ଚି ପାରିଲା ନାହିଁ ।

ଯାହାଫଳରେ ସ୍ଥାନୀୟ ଲୋକେ ସାପ ଧରାଳି ସତୀଶ ଫଫଡନା ଯାହାଙ୍କୁ ସମସ୍ତେ ‘ସ୍ନେକ୍ ମ୍ୟାନ୍’ ବୋଲି କୁହନ୍ତି, ତାଙ୍କୁ ଡକାଇଲେ । ଯିଏ ଆଗରୁ ମଧ୍ୟ ଅନେକ ସାପ ଅଲଗା ଅଲଗା ଯାଗାକୁ ଯାଇ ଧରିଛନ୍ତି । ସତୀଶ ତାଙ୍କ ଟିମ୍ ସହିତ ସେଠାରେ ପହଞ୍ଚିଲେ ଏବଂ ସେ ସାପ ଯୋଡିକୁ ଧରିବାକୁ ସମସ୍ତ କୈାଶଳ ଲଗାଇଲେ । ଯେତେବେଳେ ସାପକୁ ଖୋଜା ଗଲା ସେତେବେଳେ ଗୋବର ଘଷି ତଳେ ଲୁଚି ରହିଥିବା ୩ଟି ସାପକୁ ଗୋଟିଏ ଗୋଟିଏ କରି ବାହାର କଲେ ।

କଣ ଆପଣ ଜାଣନ୍ତି ଦୁନିଆର ସବୁଠାରୁ ବଡ଼ ସାପ ବିଷୟରେ ? ନୀଳ ଆନାକୋଣ୍ଡା ଯାହାର ଓଜନ ୨୨୭ କେଜି ପାଖାପାଖି ହୋଇଥାଏ । ଏହି ଗ୍ରୀନ୍ ଆନାକୋଣ୍ଡା ହରିଣ, ମାଛ, କଇଁଛ, ପକ୍ଷୀ, ମେଣ୍ଢା, କୁକୁର ଏବଂ ବାଘକୁ ମଧ୍ୟ ଖାଇଦିଏ‌ । କଣ ଆପଣ ଜାଣନ୍ତି ଏହାଠାରୁ ମଧ୍ୟ ବଡ଼ ସାପ ଦୁନିଆରେ ଉପସ୍ଥିତ ଥିଲେ, ଯାହା ୧୦ଲକ୍ଷ ବର୍ଷ ପୂର୍ବରୁ । ଯାହାର ନାଁ ‘ଟାଇଟାନୋ ବୋଆ’ ଏହାର ଓଜନ ୧୦୦୦ କେଜିରୁ ଉର୍ଦ୍ଧ୍ବ ଥିଲା ।

ଏହି ବିରଳ ସାପ ପାଣି ଏବଂ ସ୍ଥଳଭାଗ ଅର୍ଥାତ୍ ଉଭୟଚର ଥିଲା । ସମସ୍ତ ଯାଗାରେ ଏହା ରାଜ୍ କରୁଥିଲା । କିଛି ଦିନ ପୁର୍ବରୁ କଲମ୍ବିଆରେ ବୈଜ୍ଞାନିକ ମାନଙ୍କୁ ତାର ହାଡ଼ ମିଳିଥିଲା । ଗବେଷଣା ଅନୁଯାୟୀ ଏହି ବିରଳ ସାପ ଦିନରେ ୪୦ କେଜି ଖାଉଥିଲା‌ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।