ଓଡିଶା କଣ୍ଠଶିଳ୍ପୀ Tapu Mishra ଙ୍କ ଶେଷ ଦର୍ଶନ, ଦେଖନ୍ତୁ Video

ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ତପୂ ମିଶ୍ର ଙ୍କୁ କିଏ ବା ନ ଜାଣିଛନ୍ତି । ସେ ନିଜର କୋକିଳ କଣ୍ଠରେ କେତେ ଯେ ଗୀତାରେ କଣ୍ଠ ଦାନ କରିଛନ୍ତି ତାହା କହିବା ସମ୍ଭବ ନୁହେ । ସେ ଅନେକ ଓଡିଆ, ଆଲବମ ଓ ଫିଲ୍ମ ରେ ନିଜର କଣ୍ଠ ଦାନ କରିଛନ୍ତି ।

ଯାହା ପାଇଁ ସେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ସେ ପ୍ରଥମେ ଓଡିଆ ଫିଲ୍ମ “କୁଳ ନନ୍ଦନ” ରୁ ନିଜର ଗୀତ ଜୀବନ ଆରମ୍ଭ କରିଥିଲେ । ଓଲିଉଡ ଜଗତରେ ତାଙ୍କ ଭଳି ସୁମଧୁର କଣ୍ଠ ଦାନ ବହୁତ ବଡ ମହାନ କଥା ଅଟେ । ବର୍ତ୍ତମାନ ଦେଶରେ ବ୍ୟାପୀଥିବା କୋରୋନା ମହାମାରୀ ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ ଅନେକ ସେଲିବ୍ରେଟି ମାନେ କୋରୋନରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ସେହି ଭଳି ଏକ ଦୁଖ ଖବର ଆସି ପହଞ୍ଚି ଯେ ଓଡିଆ ଗୀତିକାର ତପୁ ମିଶ୍ର ଆଉ ଏ ଦୁ-ନି-ଆ-ରେ ନା-ହା-ନ୍ତି ।

ଗତ ୧ ମାସ ହେବ ସେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ସମ ହସପିଟାଲରେ ଚିକିତ୍ସା ହେଉଥିଲେ । କିନ୍ତୁ ଚିକିତ୍ସା ହେବାର କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କର ଆକ୍ସିଜେନ ଲେବଲ କମ ରହୁଥିବାରୁ ସେ ପୁଣି ଥରେ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ତାଙ୍କର ଅବସ୍ଥା ଏତେ ଗୁରୁତ୍ଵ ପୂର୍ଣ୍ଣ ହୋଇ ପଡିଥିଲା ଯେ ଗତ କାଲି ରାତି ୧୧ଟାରେ ତାଙ୍କର ଅ-କା-ଳ ମୃ-ତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ଲୋକେ ମାନେ ସୂଚନା ଦେଇଛନ୍ତି । ତାଙ୍କର ଶେଷ ଦର୍ଶନ କରିବା ପାଇଁ ତାଙ୍କ ଘର ଲୋକ ମାନେ ତାଙ୍କର ଶବକୁ ଘରକୁ ଆଣିଥିଲେ ।

ତପୁ ଙ୍କର ମୃ-ତ୍ୟୁ-ରେ ତାଙ୍କ ଘର ଲୋକ ମାନେ ବହୁତ ଭାଙ୍ଗି ପଡିଛନ୍ତି । କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କର ନି-ଧ-ନ ହେତୁ ପୁରା ଓଲିଉଡ ଜଗତ ମଧ୍ୟ ସ୍ତବ୍ଧ ହୋଇ ପଡିଛି । କେହି ମଧ୍ୟ ବିଶ୍ଵାସ କରି ପାରୁ ନାହାନ୍ତି ଯେ ତପୁ ମିଶ୍ର ଆଜି ଆଉ ଆମ ଗହଣରେ ନାହାନ୍ତି । ସେ ଚିର ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି । ଏଥି ପାଇଁ ଓଲିଉଡ ଜଗତରେ ପୁରା ଶୋକର ମାହୋଲ ହୋଇଛି ।

ତେଣୁ ଆମେ ସମସ୍ତେ ତପୁ ମିଶ୍ରଙ୍କର ଆ-ତ୍ମା-ର ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ । ସେ ତାଙ୍କର ସୁମଧୁର କଣ୍ଠରେ ପୁରା ଓଡିଶା ବାସିଙ୍କୁ ବାନ୍ଧି ରଖିଥିଲେ । ଏତେ ଭଲ ମଣିଷ ଆଜି ଆଉ ଏ ଦୁନିଆରେ ନାହାନ୍ତି ଯାହାକୁ ବିଶ୍ଵାସ କରିବା ତାଙ୍କ ଦର୍ଶକ ମାନଙ୍କ ପକ୍ଷେ ସମ୍ଭବ ନୁହେ । କିନ୍ତୁ ଏହା ଜୀବନର ସତ୍ୟ ଅଟେ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।