ପୁଣି ଚର୍ଚ୍ଚାରେ Tapaswini ! ଆଗକୁ ସିଭିଲ ସର୍ଭିସ ପରୀକ୍ଷା ଥିବାବେଳେ ଲାଇନ କାଟିଦେଲେ ଶାଶୁଘର ଲୋକେ, ଦେଖନ୍ତୁ video

ଦୀର୍ଘଦିନ ବ୍ଯବଧାନ ପରେ ଏବେ ପୁଣି ଥରେ ସାମ୍ନାକୁ ଆସିଛି ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ଵିନୀ ଏବଂ ସୁମିତ ମାମଲା । ସାମ୍ନାକୁ ଆସି ଶାଶୁଘର ବିରୋଧରେ ମୁହଁ ଖୋଲିଛନ୍ତି ତପସ୍ଵିନୀ । ହାଇକୋର୍ଟଙ୍କ ଅନୁମତି ପରେ ସୁମିତଙ୍କ ଉପର ଘରେ ରହୁଛନ୍ତି ତପସ୍ଵିନୀ । ସେଠାରେ ସେ ଏକାକୀ ରହିବା ସହ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ହେଉଛନ୍ତି । ହେଲେ ଶାଶୁଘର ଲୋକେ ତପସ୍ଵିନୀକୁ ବାରମ୍ବାର ହଇରାଣ କରିବା ସହ ଚାରିଦିନ ହେଲା ତପସ୍ଵିନୀଙ୍କ ଘରର ଲାଇନ କାଟି ଦେଇଛନ୍ତି ।

ତପସ୍ଵିନୀ ଶାଶୁଘର ଲୋକଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସେମାନେ ତପସ୍ଵିନୀଙ୍କ କଥା ଶୁଣୁ ନାହାନ୍ତି । ଓଲଟା ତପସ୍ଵିନୀଙ୍କୁ ଓ ତାଙ୍କ ବାପାମା’ଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି । ତପସ୍ଵିନୀଙ୍କୁ ଘରଛାଡି ଯିବା ପାଇଁ ବାରମ୍ବାର କହିବା ସହ ହଇରାଣ ହରକତ କରି ଚାଲିଛନ୍ତି । ସେମାନଙ୍କ ଅ-ତ୍ୟା-ଚା-ର-ରେ ଅତିଷ୍ଠ ହୋଇ ତପସ୍ଵିନୀ ଥାନାର ଦ୍ଵାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କୁ କୌଣସି ସୁଫଳ ମିଳିପାରିନାହିଁ । ଶେଷରେ ବାଧ୍ୟ ହୋଇ ପୁଣି ଥରେ ସମାଜସେବୀ ପ୍ରମିଳା ମା’ଙ୍କ ସହାୟତା ଲୋଡିଛନ୍ତି ତପସ୍ଵିନୀ ।

ସେ ବର୍ତ୍ତମାନ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ଗୋଟିଏ ପରୀକ୍ଷାରେ ସେ କ୍ଵାଲିଫାଏ କରିଛନ୍ତି । ଆଗକୁ ଫେବୃୟାରୀ ଏବଂ ମେ’ ମାସରେ ତପସ୍ଵିନୀଙ୍କର ପରୀକ୍ଷା ମଧ୍ୟ ରହିଛି । କେବଳ ଏତିକି ନୁହେଁ ବରଂ ସୁମିତ ମଧ୍ୟ ଘରକୁ ଦୁଇଥର ହେବ ଆସିଲେଣି ।

ଏସବୁ ଜାଣିବା ପରେ ତପସ୍ଵିନୀ ଯେମିତି ଘରଛାଡି ପଳେଇବେ ଏବଂ ତାଙ୍କ ପାଠପଢାରେ ବାଧା ସୃଷ୍ଟି କରିବା ପାଇଁ ଶାଶୁଘର ଲୋକେ ଲାଇନ କାଟି ଦେଇଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ତପସ୍ଵିନୀ । ପୂର୍ବରୁ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ସାଜିଥିଲା ତପସ୍ଵିନୀଙ୍କ ଶାଶୁଘର ଆଗରେ ଧାରଣା ଦେବା ମାମଲା । ପରେ ଗଞ୍ଜାମ ଜିଲ୍ଲା କୋର୍ଟ ତପସ୍ଵିନୀମନକୁ ସୁମିତଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦେବା ପରେ ତପସ୍ଵିନୀ ତାଙ୍କ ଉପର ଘରେ ଏକାକୀ ରହି ଆସୁଥିଲେ ।

ସୁମିତ ଏବଂ ତାଙ୍କ ପରିବାର ତପସ୍ଵିନୀଙ୍କୁ ତାଙ୍କ ସହ ଏକାଠି ନରଖି ଅଲଗା ରହିବାକୁ ଜାଗା ଦେଇଥିଲେ । ତପସ୍ଵିନୀ ତାଙ୍କ ଶାଶୁଙ୍କୁ ଯାଇ ଅନୁରୋଧ କରିଥିଲେ ସୁଦ୍ଧା ସେ ଦୁଇଜଣ ଲୋକ ଡକାଇ ତାଙ୍କ ଘରର ଲାଇନ କାଟି ଦେଇଥିଲେ । ଆଉ ଏହି ଘଟଣାକୁ ନେଇ ତପସ୍ଵିନୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।