ପ୍ରସବ ଦେଖିବାକୁ ନକଲି ଡାକ୍ତର ସାଜି ହସ୍ପିଟାଲ ଆସିଥିଲେ ଯୁବକ, କାରନାମା ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ, ଦେଖନ୍ତୁ video

ଅଜବ ସଉକ ଯୋଗୁଁ ଜେଲ ଯିବାକୁ ପଡିଲା ଏହି ନକଲି ଡାକ୍ତରଙ୍କୁ । ଏହି ଯୁବକଜଣକ ଯାହା କରିବାକୁ ଚାହୁଁଥିଲେ ଆପଣ ବି ଲଜ୍ଜିତ ମନେକରିବେ । ବେକରେ ଷ୍ଟେଥୋସ୍କୋପ ଆଉ ହାତରେ ଡାକ୍ତର ହେବାର ନକଲି ପରିଚୟ ପତ୍ର ଧରି ଡାକ୍ତରଖାନା ଭିତରେ ଯୁବକ ପଶିଥିଲେ । କେହି ପଚାରିଲେ ସେ କହୁଥିଲେ କି, ନୂଆ ପୋଷ୍ଟିଂ ପାଇଛନ୍ତି । ପ୍ରସୂତି ବିଭାଗ କେଉଁଠି ବୋଲି ପଚାରି ପଚାରି ଓଟିରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତାଙ୍କୁ ଧରି ନେଇଥିଲେ ।

ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ । ଯୁବକଙ୍କ ହାବଭାବରୁ ତାଙ୍କ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ନେଇଥିଲେ ସିଡ଼ିଏମଓ ବାବୁ । ଯାହାପରେ ସେ ତାଙ୍କୁ ଧରି ନେଇଥିଲେ ଏବଂ ତାଙ୍କ ଆଇ କାର୍ଡ ଯାଞ୍ଚ କରିଥିଲେ । ସେତିକି ବେଳେ ଯୁବକ ଧରିଥିବା ଆଇକାର୍ଡ ନକଲି ବୋଲି ଜଣା ପଡି ଯାଇଥିଲା । ପ୍ରସାବ ଦେଖିବା ପାଇଁ ନକଲି ଡାକ୍ତର ରୂପ ଧରି ଯୁବକ ଏଭଳି କାଣ୍ଡ ରଚିଠିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।

ଏବେ ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି । ପ୍ରଥମେ ବାହାରେ ଥିବା ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଯୁବକ ଭିତରେ ପଶିଥିଲେ । ନୂଆ ଡାକ୍ତର ଭାବେ ଜଏନ୍ କରିଛନ୍ତି ବୋଲି କହିଥିଲେ । ସେଠାରୁ ସେ ଉପରେ ଥିବା ପ୍ରସୂତି ବିଭାଗକୁ ପଶିବାକୁ ଚେଷ୍ଟା କରିଥିଲେ । ଏତିକି ବେଳେ ଡାକ୍ତର ଖାନା ପରିଦର୍ଶନରେ ଯାଇଥିବା ଭଦ୍ରକର ମୁଖ୍ୟ ଚିକିସ୍ତା ଅଧିକାରୀ ଡାକ୍ତର ସନ୍ତୋଷ ପାତ୍ର ଯୁବକଙ୍କୁ ପରିଚୟ ପଚାରିଥିଲେ ।

ଯୁବକଜଣକଙ୍କ ଉତ୍ତର ତାଙ୍କୁ ସନ୍ତୁଷ୍ଟ କରି ପାରି ନଥିଲା । ତା’ ହାବଭାବରୁ ହିଁ ସେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଡାକ୍ତରଖାନାକୁ ଆସିଥିବା ଜଣା ପଡିଥିଲା । ଏହାପରେ ସିଡ଼ିଏମଓ ପୋଲିସ ଜିମାରେ ଉକ୍ତ ଯୁବକଙ୍କୁ ଦେଇ ଦେଇଥିଲେ । ପୋଲିସ ତଦନ୍ତ କରିବା ପରେ ସେହି ଯୁବକଜଣକ କିଏ ଏବଂ ତାଙ୍କ ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା ତାହା ଜଣାପଡିବ ।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ଯୁବକଜଣକ ପ୍ରସୂତି ବିଭାଗକୁ ଯାଇ ପ୍ରସବ ଦେଖିବା ବାହାନାରେ ନକଲି ଡାକ୍ତର ଭେଶ ଧରି ସେଠାକୁ ଯାଇଥିଲେ । ଏହା ନିଶ୍ଚିତ ଭାବେ ଶୁଣିବା ଲୋକକୁ ଆଶ୍ଚର୍ଯ୍ୟ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।