ଶାଶୁଘର ଯିବେନି କହି କାନ୍ଦି କାନ୍ଦି ନୟାନ୍ତ ହେଲେ MEE Puch Puch, ହେଲେ ତାଙ୍କ ଭାଇ କହିଲେ କିଛି ଏମିତି… ଦେଖନ୍ତୁ video

ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଆପଣଙ୍କର ପ୍ରିୟ ମି ପୁଚ୍ ପୁଚ୍ ଓରଫ ଇତିକା ପ୍ରିୟଦର୍ଶିନୀ ପତି । ମି ପୁଚ୍ ପୁଚ୍ କାମେଡି ମାଧ୍ୟମରେ ସେ ସାରା ଓଡିଶାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କମେଡିଆନ ପରିବାରରେ ଜନ୍ମ ହୋଇଥିବା ଇଟିକା ନିଜେ ଭଲ କମେଡି କରିବା ସାଙ୍ଗକୁ ଜଣେ ମେଣ୍ଟାଲ ହେଲଥ କାଉନସେଲର ମଧ୍ୟ । ବର୍ତ୍ତମାନ ସେ ଏକ କଲେଜରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ତେବେ ସବୁଠୁ ଖୁସିର କଥା ହେଉଛି, ଇତିକା ଯେଉଁ ଘରକୁ ବୋହୂ ହୋଇ ଯାଇଛନ୍ତି ସେହି ଘରର ସଦସ୍ୟ ମଧ୍ୟ କମେଡି ସହ ଓତଃପ୍ରୋତ ଭାବେ ଜଡିତ । ଅନ୍ଯତମ ଓଡିଆ କଳାକାର ତଥା ହାସ୍ୟ ଅଭିନେତା ଅରବିନ୍ଦ ଷଡଙ୍ଗୀଙ୍କ ପୁଅଙ୍କୁ ବିବାହ କରିଛନ୍ତି ମି ପୁଚ୍ ପୁଚ୍ । କିଛିଦିନ ତଳେ ହଠାତ ଇତିକାଙ୍କ ନିର୍ବନ୍ଧ କଥା ସାମ୍ନାକୁ ଆସିଥିଲା । ଇତିକା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ କହିଥିଲେ ।

ଅପେକ୍ଷାର ଅନ୍ତ ହୋଇଛି ଆଉ ଇତିକା ସବୁଦିନ ପାଇଁ ଷଡଙ୍ଗୀ ଘରର ବୋହୂ ହୋଇ ଯାଇଛନ୍ତି । ତେବେ ଇତିକା ବାପା ନିରଞ୍ଜନ ପତିଙ୍କ ପାଖରେ ଖୁବ ଅଳିଅଝଟ ଓ ଗେହ୍ଲା ହୋଇ ବଡ ହୋଇଛନ୍ତି । ସେ ତାଙ୍କ ବାପାଙ୍କୁ ବହୁତ ଭଲପାଆନ୍ତି ବୋଲି ସବୁବେଳେ କୁହନ୍ତି । ବାହାଘରକୁ ନେଇ ସେ ଯେତିକି ଖୁସି ଅଛନ୍ତି ତାଙ୍କ ବାପଘର ଛାଡି ଶାଶୁଘର ଯିବାକୁ ସେତିକି ଦୁଃଖିତ ଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବୈଦିକ ରୀତିନୀତିରେ ଇତିକାଙ୍କ ବିବାହ ପରେ ସେ ବିଦାୟ ପୂର୍ବରୁ ବାପଘରେ ଭୋଜନ କରୁଛନ୍ତି । ତାଙ୍କ ସହ ତାଙ୍କ ସ୍ଵାମୀ ମଧ୍ୟ ବସିଥିବା ଦେଖିବାକୁ ମିଳୁଛି । ଇତିକାଙ୍କ ସମ୍ପର୍କୀୟମାନେ ଉଭୟଙ୍କୁ ଖୁଆଇ ଦେଉଥିବା ବେଳେ ଇତିକା ବେଶ ଭାବୁକ ହୋଇ ପଡ଼ୁଛନ୍ତି । ଶାଶୁଘର ଚାଲିଯିବେ କହି ମି ପୁଚ୍ ପୁଚ୍ ଆଖିରୁ ଲୁହ ଗଡାଇ କାନ୍ଦୁଥିବା ଦେଖିବାକୁ ମିଳିଛି ।

ସବୁବେଳେ ହସ ହସ ହସ ମୁହଁରେ ସମସ୍ତଙ୍କୁ ହସାଉଥିବା ମି ପୁଚ୍ ପୁଚ୍ ଙ୍କୁ ପ୍ରଥମ ଥର ପାଇଁ କାନ୍ଦିବାର ଦେଖିବାକୁ ମିଳିଛି । ତାଙ୍କ ସହ ସମ୍ପର୍କୀୟ ଏବଂ ଭାଇ ମଧ୍ୟ ଇତିକାଙ୍କ ବିଦାୟ ପୂର୍ବରୁ ଖୁବ ଜୋରରେ କାନ୍ଦୁଥିବାର ଦେଖିବାକୁ ମିଳିଛି । ଯାହାକି ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ବେଶ ଭାବୁକ କରିଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।