ଆଜିର ରାଶିଫଳ, 3 ଫେବୃୟାରୀ 2023, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ବ୍ୟାପାର ବୃଦ୍ଧି, ଧନ ସମ୍ପଦ ବା ପରାକ୍ରମ ରେ ବୃଦ୍ଧି ହେବ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ରହସ୍ୟମୟ ଓ ଗୁପ୍ତ ବିଦ୍ୟା କୁ ଜାଣିବାରେ ଆଗ୍ରହୀ ହେବେ । ଚାକିରି ରେ ସଫଳତା ମିଳିବ । ଦାୟିତ୍ବବାନ କାମକୁ ଅବହେଳା କରନ୍ତୁ ନାହି ।  ଭବିଷ୍ୟ କୁ ଧ୍ୟାନ ରେ ରଖିକି ନିବେଶ କରନ୍ତୁ । ଆଜି ଆପଣ ଅପରିଚିତ ଲୋକଙ୍କ ଠାରୁ ସତର୍କ ରୁହନ୍ତୁ । ଲଭମେଟ ଙ୍କ ପରିବାର ସହ ନିଜର ସମ୍ପର୍କ ଉପରେ ଧ୍ୟାନ ଦିଅନ୍ତୁ ।

ବୃଷ ରାଶି : ଶ୍ଵଶୁର ଘର ପକ୍ଷରୁ ଖୁସି ଖବର ମିଳିପାରେ । ପ୍ରେମ ସମ୍ପର୍କରେ ଆପଣ ଭାଗ୍ୟଶାଳୀ ରହିବେ । ଆପଣଙ୍କ ଜୀବନ ସାଥିଙ୍କ ମନୋଦଶା ବହୁତ ଭଲ ହେବ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ପୁରୁଣା ରୋଗରୁ ରିହାତି ପାଇବେ । ପରିବାରରେ କିଛି ଧାର୍ମିକ କାର୍ଯ୍ୟ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଏକାଗ୍ରତା ଦୃଢ ରହିବ । କାମ କାର୍ଯ୍ୟ ରେ ଆପଣଙ୍କ ମନ ଲାଗି ରହିବ । ଆଜି କୌଣସି ବଡ ମିଟିଙ୍ଗ ପାଇଁ ଆୟୋଜିତ କାର୍ଯ୍ୟ କ୍ରମ ରେ ଯାଇ ପାରନ୍ତି ।

ମିଥୁନ ରାଶି : ପ୍ରାଇଭେଟ ଚାକିରି ରେ ଆଜି ଆପଣଙ୍କୁ ନିଜକୁ ସାବ୍ଯସ୍ତ କରିବା ପାଇଁ ଅନେକ ଅବସର ମିଳିବ । କାମ କାର୍ଯ୍ୟ ରେ କାହାର ସାଥ ଆପଣଙ୍କୁ ଲାଭ ପ୍ରାପ୍ତି କରାଇବ । ଆପଣ କାର୍ଯ୍ୟ ଅନୁଯାୟୀ ନିଜର ଇଚ୍ଛା ପୁରଣ କରିବେ । ଆଧ୍ୟାତ୍ମ ପ୍ରତି ଆପଣଙ୍କ ରୁଚି ରହିବ । ଆପଣଙ୍କ ସମ୍ପର୍କ ମଜବୁତ ହେବ । ଆଜି ଆପଣ ନିଜର ନିସ୍ପତି ରେ ସନ୍ତୁଷ୍ଟ ହେବେ । ପ୍ରେମୀ ଙ୍କ ପାଇଁ ସୁଖଦ ସମୟ ରହିବ ।

କର୍କଟ ରାଶି : ବିପରୀତ ସ୍ଥିତି ଉପରେ କାବୁ ରଖନ୍ତୁ । ଯୁବକ ଙ୍କୁ କଠିନ ମେହନତ କରିବା ପରେ ଯାଇ ଫଳ ମିଳିବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭାବନାତ୍ମକ ସମ୍ପର୍କ ଅଧିକ ମଜବୁତ ହେବ । ଆପଣଙ୍କ ମନରେ ଅଚାନକ ଏମିତି ବିଚାର ଆସିବ ଯାହା ଆପଣଙ୍କୁ ଅଗ୍ରସର  ଆଡକୁ ଅଗ୍ରସର କରାଇବ । କୌଣସି ସ୍ଥିତି କୁ ଅନଦେଖା କରିବାକୁ ଚେଷ୍ଟା କରନ୍ତୁ ନାହି । ପୂର୍ବ ରୁ ନେଇଥିବା ନିସ୍ପତି ଆପଣଙ୍କ ପାଇଁ ଠିକ ସାବ୍ୟସ୍ତ ହେବ ।

ସିଂହ ରାଶି : ବେହତର ସାବ୍ୟସ୍ତ ହେବ । ନିଜର କୌଶଳ ଦ୍ଵାରା ଅନ୍ୟ ର ମାର୍ଗ ଦର୍ଶନ କରନ୍ତୁ । ଆପଣ ଭଲ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ । ଚିନ୍ତାଧାରା କୁ ପଜେଟିଭ ରଖିବାର ଜରୁରତ ଅଛି । ଦିନ ମିଶ୍ରିତ ରହିବ । ଅଧିକ ମେହନତ ଦ୍ଵାରା ପରିଣାମ ପାଇବେ । ଧର୍ଯ୍ୟ ରଖିବାର ଜରୁରତ ଅଛି । ଆଜି ଆପଣ ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । କାରଣ ଶତ୍ରୁ ସକ୍ରିୟ ରୂପରେ ଅପାନଙ୍କ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରିବେ ।

କନ୍ୟା ରାଶି : ବରିଷ୍ଠ ଜନ ଙ୍କ ସହ କାମର ପରାମର୍ଶ ମିଳିବ । ପଢା ରେ ରୁଚି ରହିବ । ଆଜି ସମାଜରେ ଆପଣଙ୍କ ସମ୍ମାନ ବଢିବ । ଆପଣଙ୍କୁ କିଛି ସ୍ଥିତି ରୁ ରିହାତି ମିଳିବ । ଆପଣ ବ୍ୟବସାୟିକ ରୂପରେ ଭଲ ରହିବେ । ଆପଣଙ୍କ ବରିଷ୍ଠ ଅଧିକାରୀ ବାସ୍ତିବିକ ପରାମର୍ଶ ଦେଇ ଆପଣଙ୍କ ସହାୟତା କରିବେ । ଛାତ୍ର ଙ୍କ ପାଇଁ ସମୟ ଭଲ ରହିବ । ନିବେଶ ସହ ଅଧିକ ସତର୍କ ରୁହନ୍ତୁ କାରଣ ଦିନ ଆଜି ଏଥିପାଇଁ ଅନୁକୂଳ ନୁହେଁ ।

ତୁଳା ରାଶି : ଆପଣଙ୍କ ଜରୁରୀ କାମରେ ସଫଳତା ମିଳିବ । ପୈତୃକ ସମ୍ପତି କାରଣରୁ ଆପଣଙ୍କୁ ବିତ୍ତୀୟ ଲାଭ ହେବାର ସମ୍ଭାବନା ଅଛି । କ୍ରୋଧ ଓ ଆବେଶ ପାଇଁ ନିଆ ଯାଇଥିବା ନିସ୍ପତି ସର୍ବଦା ନିରାଶଜନକ ପରିଣାମ ନେଇକି ଆସିବ । ପଇସା ଅଭାବରୁ ଆଜି ଆପଣଙ୍କ ଚିନ୍ତା ବଢିପାରେ । କିନ୍ତୁଆ ଆପଣଙ୍କୁ ଅଧିକ ଚିନ୍ତା କରିବାର ଜରୁରତ ନାହି । ଉଚିତ ସମୟ ଆସିଲେ ଆପଣଙ୍କ ସମସ୍ୟାର ସମଧାନ ହୋଇଯିବ ।

ବିଛା ରାଶି : ଆପଣ ନିଜର ଆର୍ଥିକ ନିସ୍ପତି ବୁଝି ବିଚାରୀ ନିଅନ୍ତୁ । କୌଣସି ବ୍ୟକ୍ତିଙ୍କ ବ୍ୟବହାରରେ ମନ ଖୁସି ହେବ । ପୁରୁଣା ରୋଗରୁ ରିହାତି ପାଇବେ । ଦୂର ରୁ ସମାଚାର ମିଳିପାରେ । ଆଜି ଆପଣଙ୍କ ବୌଧିକ କ୍ଷମତା କାରଣରୁ ସହାୟତା ମିଳିବ । ହସ ମଜାକରେ ସମୟ ବିତାଇବେ । ଆପଣଙ୍କ ସମୟ ବରବାତ କରନ୍ତୁ ନାହି । ଖୁସି ରୁହନ୍ତୁ ଓ ସମସ୍ତଙ୍କ ସହ ଖୁସି ବାଣ୍ଟନ୍ତୁ ।

ଧନୁ ରାଶି : ପଇସା ମାମଲାରେ ଆଜି ଦିନ ଟି ବହୁତ ଖର୍ଚ୍ଚ ହେବାର ଅଛି । ଆପଣଙ୍କ ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ସାମାଜିକ ଛବି ବଢିବ । କୌଣସି ଜିନିଷ ପୂର୍ବ ରୁ ନିଜର ଲକ୍ଷ୍ୟ କୁ କେନ୍ଦ୍ରିତ ରଖନ୍ତୁ । ଆଜି କୌଣସି ନିଜ ଲୋକଙ୍କ ବ୍ୟବାହରେ ମନ ଦୁଖ ହୋଇପାରେ । ଶୁଭ ସମାଚାର ମିଳିପାରେ । ଆଜି ଦିନରେ ଜୀବନ ସାଥିଙ୍କ ସାନିଧ୍ୟ ମିଳିବ । ଆପଣଙ୍କ ରୋଜଗାରରେ ଉନ୍ନତି ହେବ । ଆପଣଙ୍କ ସ୍ଵାସ୍ଥ୍ୟର ସ୍ଥିତିତ ଠିକ ରହିବ ।

ମକର ରାଶି : ଆଜି ମାନ ସାମନାରେ ବୃଦ୍ଧି ହେବ । ଯଦି ଆପଣଙ୍କର କିଛି ସ୍ଵପ୍ନ ଅଛି ତେବେ ତାହା ପୂରଣ କରିବାକୁ ଅବଶ୍ୟ ପଦକ୍ଷେପ ନିଅନ୍ତୁ । ଆସ୍ଥା ଓ ବିଶ୍ଵାସ ରେ କାମ ପୁରା କରନ୍ତୁ । ଆଜି ଆପଣଙ୍କର କୌଣସି ଜରୁରୀ କାମ ପୁରା ହୋଇପାରେ । ଆପଣଙ୍କର କଳ୍ପନା ଶକ୍ତି ଆପଣଙ୍କର ଲକ୍ଷ୍ୟ ପ୍ରାପ୍ତି ରେ ସହାୟତା କରିପାରେ । ଜୀବନ ସାଥି ଙ୍କ ସହଯୋଗ କାରଣରୁ ଆପଣଙ୍କର ଦାଂପତ୍ଯ ଜୀବନ ରେ ମଧୁରତା ରହିବ ।

କୁମ୍ଭ ରାଶି : ବିଦେଶୀ ମାନଙ୍କ ସହ ବେପାର ବା କାମ କରିବା ଲାଭଦାୟକ ରହିବ । ମାନବୀୟ ଆବଶ୍ୟକତା କୁ ଧ୍ୟାନ ରେ ରଖି କୌଣସି କାମ କରିଲେ ଆପଣ ଫାଇଦା ରେ ରହିବେ । ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ସନ୍ତାନ ମାନଙ୍କ ଠାରୁ ଶୁଭ ସମାଚାର ପ୍ରାପ୍ତ ହେବ । କାର୍ଯ୍ୟ ସ୍ଥଳରେ ଆପଣଙ୍କୁ କୌଣସି ସାହାଜ୍ଯ ମିଳିପାରେ ଯାହା ର ଲାଭ ଉଠାନ୍ତୁ । ପ୍ରତେକ କାମରେ ସଫଳ ହେବେ ।

ମୀନ ରାଶି : ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ପ୍ରେମ, ବ୍ୟାପାର ଓ ଚାକିରି କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ର ରେ ହେଉ ବା ଘର କୌଣସି ପ୍ରକାରରେ ଆପଣଙ୍କୁ ବଡ ଦାୟିତ୍ଵ ମିଳିପାରେ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।