ଟଙ୍କା ଯୋଗାଡ ସରିଥିଲା ଖାଲି ଲିଭର ପାଇଁ ଥିଲା ଅପେକ୍ଷା, ହେଲେ କାହିଁକି ମିଳିଲାନି ଲିଭର ? ବଢିଲାଣି ସନ୍ଦେହ…

ଓଡିଆ ଫିଲ୍ମ ଦୁନିଆର ଗଉରା ତଥା ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାନ୍ତି । ହେଲେ କାହା ଅବହେଳା ପାଇଁ ପିଣ୍ଟୁଙ୍କ ଦେହାନ୍ତ ହେଲା ଏବେ ଏହାକୁ ନେଇ ଆଲୋଡନ ସୃଷ୍ଟି ହେଉଛି । ପିଣ୍ଟୁ ସୁସ୍ଥ ହେବା ପାଇଁ ଏମିତି କେତେ ଟଙ୍କା ଦରକାର ଥିଲା କି ? ସେଇ ଟଙ୍କା କଣ ଯୋଗାଡ ହୋଇ ପାରି ନଥାନ୍ତା ? ଦିଲ୍ଲୀରେ ଓଡିଆ ଡାକ୍ତର ଅଶୋକ ଚୌଧୁରୀ ପିଣ୍ଟୁଙ୍କର ଚିକିତ୍ସା କରିବା ବେଳେ କହିଥିଲେ କି ମାତ୍ର ସାଢେ 14 ଲକ୍ଷ ଟଙ୍କାରେ ଭଲ ହୋଇ ପାରିଥାନ୍ତେ ପିଣ୍ଟୁ ନନ୍ଦ ।

ତାଙ୍କୁ କେବଳ ଗୋଟିଏ ଲିଭରର ଆବଶ୍ୟକତା ଥିଲା । ଆଉ ସେଇ ଲିଭର ତାଙ୍କ ପରିବାର ଲୋକଙ୍କ ମଧ୍ୟରୁ କେହି ଜଣେ ଦେଇଥାନ୍ତା । ଆଜ୍ଞା ହଁ, ପିଣ୍ଟୁଙ୍କୁ ଯଦି ଆରମ୍ଭରୁ ଲିଭର ମିଳି ଯାଇଥାନ୍ତା ତେବେ ସେ ମାତ୍ର ସାଢେ 14 ଲକ୍ଷ ଟଙ୍କାରେ ଭଲ ହୋଇ ଯାଇଥାନ୍ତେ । ସେ ସୁସ୍ଥ ହୋଇ ପୁଣି ଥରେ ଫେରିଥାନ୍ତେ ଓ ନିଜ ଅଭିନୟରେ ଲୋକଙ୍କୁ ହସେଇଥାନ୍ତେ ଓ କନ୍ଦେଇଥାନ୍ତେ ।

ଯେଉଁ ସମୟରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ମାତ୍ର ସାଢେ 14 ଲକ୍ଷ ଟଙ୍କା ଦରକାର ଥିଲା ସେହି ସମୟରେ ତାଙ୍କ ଭାଇ ଅଭିରାମ ନନ୍ଦଙ୍କ ଆକାଉଣ୍ଟରେ ପ୍ରାୟ 21-22 ଲକ୍ଷ ଟଙ୍କା ଯୋଗାଡ ହୋଇ ସାରିଥିଲା । ଆଉ ସେହି ସମୟରେ ପିଣ୍ଟୁ ନନ୍ଦଙ୍କୁ ସୁସ୍ଥ କରିବାକୁ ମାତ୍ର ସାଢେ 14 ଲକ୍ଷ ଟଙ୍କାର ଆବଶ୍ୟକ ଥିଲା । ହେଲେ ଏହା ପରେ ବି ବାଧକ ସାଜିଥିଲା ନୂଆ ଲିଭର । କିଏ ଲିଭର ଦେବ କାହା ଲିଭର ମ୍ଯାଚ କରିବ ଏନେଇ ଚାଲିଥିଲା ଅନେକ ପରୀକ୍ଷା ନିରୀକ୍ଷା ।

ପିଣ୍ଟୁଙ୍କ ପରିବାରର ଏମିତି କିଏ ଲିଭର ଦେଇଥିଲେ ଆଜି ଓଡିଶା ତା’ର ପ୍ରିୟ କଳାକାର ପିଣ୍ଟୁ ନନ୍ଦଙ୍କୁ ହରାଇ ନଥାନ୍ତେ ସେନେଇ ଚର୍ଚ୍ଚା ଜୋର ଧରିଲାଣି । କିଏ ଲିଭର ଦେଇ ପାରିବେ, ଲିଭର ଦେଲେ କଣ ହେବ ଓ ଲିଭର ଦେବା ପାଇଁ କଣ ଆବଶ୍ୟକ ଏନେଇ ଅନେକ କଥା ବୁଝାଇଥିଲେ ଡାକ୍ତର ଅଶୋକ ଚୌଧୁରୀ । ତଥାପି ପିଣ୍ଟୁଙ୍କ ପାଇଁ ମିଳି ପାରିଲାନି ଲିଭର ।

ଆଉ ପିଣ୍ଟୁ ଆମ ଗହଣରୁ ସବୁଦିନ ପାଇଁ ଛାଡି ଚାଲିଗଲେ । ଟଙ୍କା ଯୋଗାଡ ସରିଥିଲା କେବଳ ଲିଭର ଯୋଗାଡ ହୋଇ ପାରିଲା ନାହିଁ ବୋଲି ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାନ୍ତି ବୋଲି ଲୋକେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।