ସାମାନ୍ଯ ଭୁଲ ଯୋଗୁଁ ପରୀକ୍ଷା ଦେଇ ପାରିଲେନି ଛାତ୍ରୀ, ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି, ଦେଖନ୍ତୁ video

ସାମାନ୍ଯ ଭୁଲ ଯୋଗୁଁ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ଜଣେ ଛାତ୍ରୀ ବାଦ୍ ପଡିଛନ୍ତି । ଆଉ ଏହି ଭୁଲ ପାଇଁ ଶିକ୍ଷା ବିଭାଗକୁ ଦାୟୀ କରାଯାଉଛି । ଶିକ୍ଷା ବିଭାଗର ତ୍ରୁଟି ଯୋଗୁଁ ଛାତ୍ରୀଜଣକ ଏହି ପ୍ରବେଶିକା ପରୀକ୍ଷାରୁ ବାଦ୍ ପଡିଥିବା କୁହାଯାଉଛି । ଢେଙ୍କାନାଳ ଜିଲ୍ଲା ଭୁବନ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଢେଙ୍କାନାଳ ଜିଲ୍ଲା କୋଙ୍ଖଡାପାଳ ଶିମିଳା ଗ୍ରାମର ପ୍ରଦୀପ କୁମାର ସାହୁଙ୍କ ଝିଅ ଶୁଭଶ୍ରୀ ସାହୁ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ ।

ହେଲେ ଶୁଭଶ୍ରୀଙ୍କ ପ୍ରବେଶିକା ପରୀକ୍ଷା କ୍ଷେତ୍ରରେ ଅନ୍ୟ ଏକ ଝିଅଙ୍କ ଫଟୋ ଛପା ଯାଇଥିଲା । ଯାହା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟିକୁ ଅଣାଯିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଗତ ମାର୍ଚ୍ଚ 3 ତାରିଖରେ ଶୁଭଶ୍ରୀଙ୍କର ଫଟୋ ଲଗାଇ ଓ ନିଜେ ଦସ୍ତଖତ କରି ଆଉ ଏକ ପ୍ରବେଶିକା ପତ୍ର ଦେଇଥିଲେ । ଏହାସହ ପରୀକ୍ଷା ଦେବାରେ ଆଉ ସମସ୍ଯା ହେବନାହିଁ ବୋଲି ଶୁଭଶ୍ରୀଙ୍କ ଅଭିଭାବକଙ୍କୁ ମଧ୍ୟ ଜଣାଇଥିଲେ ।

ହେଲେ ଏହା ପୂର୍ବରୁ ସମସ୍ତ ପିଲାଙ୍କୁ ପ୍ରବେଶିକା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଅନୁମତି ମିଳିଥିବା ବେଳେ ଶୁଭଶ୍ରୀଙ୍କ ପ୍ରମାଣପତ୍ର ମିଶୁ ନଥିବାରୁ ତାଙ୍କୁ ପରୀକ୍ଷା ଦେବାକୁ ବାରଣ କରା ଯାଇଥିଲା । ଯାହାକୁ ନେଇ ପରୀକ୍ଷା କେନ୍ଦ୍ର ବାହାରେ କିଛି ସମୟ ପାଇଁ ଅସନ୍ତୋଷ ଦେଖା ଦେଇଥିଲା । ଶୁଭଶ୍ରୀଙ୍କ ପିତାମାତା ଏନେଇ ଅତ୍ୟନ୍ତ ଚିନ୍ତିତ ହୋଇ ଯାଇଥିଲେ ।

କାରଣ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ଏବଂ ଭଲ ସ୍କୁଲରେ ପାଠ ପଢାଇବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ଶୁଭଶ୍ରୀ ନିଜେ ମଧ୍ୟ ଏହି ଘଟଣାକୁ ନେଇ ବହୁତ ଦୁଃଖିତ ହୋଇ ଯାଇଥିଲେ ଓ କାନ୍ଦି ପକାଇଥିଲେ । ଏତେ ବାଟରୁ ପରୀକ୍ଷା ଦେବାକୁ ଆସିଥିବା ବେଳେ ଶିକ୍ଷା ବିଭାଗର ତ୍ରୁଟି ଯୋଗୁଁ ଶୁଭଶ୍ରୀ ପରୀକ୍ଷା ଦେଇ ନ ପାରିବା ତାଙ୍କୁ ବିଲକୁଲ ଭଲ ଲାଗି ନଥିଲା ।

ହେଲେ ଯାହା ହେଉ ପରେ ସ୍କୁଲର ପ୍ରଧାନ ଶିକ୍ଷକ ଏହି ଘଟଣା ସମ୍ପର୍କରେ ଜଣାଇବା ପରେ ଏନେଇ ଉଚିତ ପଦକ୍ଷେପ ନେଇଥିଲେ । ଫଳରେ ଏବେ ଶୁଭଶ୍ରୀ ପ୍ରବେଶିକା ପରୀକ୍ଷା ଦେଇ ସେହି ସ୍କୁଲରେ ନାମ ଲେଖାଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।