50 ଲକ୍ଷ ଟଙ୍କା ନେଇ ଫେରାର ହେଇଗଲେ ମହିଳା ସଂଘର ଲିଡର, ହେଲେ କିସ୍ତି ଟଙ୍କା ପାଇଁ ଲୋକଙ୍କ ଘରେ ପଶୁଛନ୍ତି ସାର୍, ଦେଖନ୍ତୁ କଣ କହୁଛନ୍ତି ମହିଳାମାନେ

ଗାଁ ଲୋକଙ୍କୁ ଗ୍ରୁପ ମାଧ୍ୟମରେ ଟଙ୍କା ଋଣ ଦେବେ କହି କୋଟି କୋଟି ଟଙ୍କା ଧରି ଫେରାର ହୋଇ ଯାଇଛନ୍ତି ଗ୍ରୁପ ଲିଡର । ମହିଳା ସଂଘର ଅପାଠୁଆ ଲୋକଙ୍କ ସରଳତାର ସୁଯୋଗ ନେଇ ଗ୍ରୁପ ଲିଡର ଲକ୍ଷ୍ମୀପ୍ରିୟା ମହାନ୍ତି ସମସ୍ତଙ୍କ ନାଁରେ ଆସିଥିବା ଟଙ୍କାତକ ଧରି ଫେରାର ହୋଇ ଯାଇଛନ୍ତି । କାହାର 4 ଲକ୍ଷ ତ କାହାର 5 ଲକ୍ଷ ଏମିତି ଗୋଟିଏ ସାହିରୁ କେବଳ 50 ଲକ୍ଷ ଟଙ୍କା ଲେଖାଏଁ ନେଇ ଉଭାନ ହୋଇ ଯାଇଛନ୍ତି ଗ୍ରୁପ ଲିଡର । ଯାହାର ବିରୋଧ କରି ଏବେ ସାମ୍ନାକୁ ଆସିଛନ୍ତି ଗ୍ରାମବାସୀ ।

ଗାଁ ବିଭିନ୍ନ ସାହିରେ ଥିବା ଗ୍ରୁପକୁ ଆସିଥିବା ପ୍ରାୟ 2 କୋଟିରୁ ଉର୍ଦ୍ଧ୍ଵ ଟଙ୍କା ନେଇ ସେ ଫେରାର ହୋଇ ଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଆଶୀର୍ବାଦ ଫାଇନାନ୍ସ, ବନ୍ଧନ ଓ ଜନଲକ୍ଷ୍ମୀ ଏଭଳି ଅନେକ ସଂସ୍ଥାରୁ ବିଭିନ୍ନ ଗ୍ରୁପ ପାଇଁ ଆସିଥିବା ଟଙ୍କା ସେ ଲୋକଙ୍କୁ ଠକି ନେଇ ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମରେ ।

ମହିଳାମାନେ ଆଣିଥିବା ଅଭିଯୋଗ ମୁତାବିକ ଲକ୍ଷ୍ମୀପ୍ରିୟା ମହାନ୍ତି ତାଙ୍କ ସ୍ଵାମୀ ପ୍ରଫୁଲ୍ଲ କୁମାର ସାହୁ ଉଭୟ ଲୋକଙ୍କୁ ଋଣ ଯୋଗାଇ ଦେବେ କହି ମହିଳା ମାନଙ୍କୁ ନେଇ ବିଭିନ୍ନ ଗ୍ରୁପ ସବୁ ଗଢିଥିଲେ । ଗ୍ରୁପ ହେବା ପରେ ସମସ୍ତେ ନିଜ ନିଜ କାଗଜପତ୍ର ଦେଇ ଋଣ ପାଇଁ ଆବେଦନ କରିଥିଲେ । ଲକ୍ଷ୍ମୀପ୍ରିୟା ସେମାନଙ୍କ ଟିପ ଚିହ୍ନ ଓ ଡକ୍ୟୁମେଣ୍ଟ ସବୁ ନେଇଥିଲେ ।

ଆଉ ସମସ୍ତଙ୍କ ପାଇଁ ଏକ ମିନି ବ୍ଯାଙ୍କ ମଧ୍ୟ ଖୋଲିଥିଲେ । ହେଲେ ଟଙ୍କା ଆସିବା ପରେ କାହାକୁ କିଛି ନ ଜଣାଇ ନିଜେ ସବୁ ହଡପ କରି କୁଆଡେ ଫେରାର ହୋଇ ଯାଇଛନ୍ତି । ଆଉ ଏବେ କିସ୍ତି ଟଙ୍କା ପାଇଁ ଲୋକଙ୍କ ଘରେ ଘରେ ପଶି ସେମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଆଉ ଜଣେ । ସାର ଜଣକ ଲୋକଙ୍କ ଘରକୁ ଜବରଦସ୍ତ ପଶି କିସ୍ତି ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି ।

ହେଲେ ସେମାନେ କୌଣସି ଟଙ୍କା ପାଇ ନାହାନ୍ତି ଏବଂ ଗରିବ ଲୋକମାନେ କେଉଁଠୁ ଟଙ୍କା ଆଣିକି ଦେବେ କହି ଏହାର ତଦନ୍ତ ହେବାକୁ ଅନୁରୋଧ କରିଛନ୍ତି । ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମହିଳା ସଂଘର ସଦସ୍ୟମାନେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।