ଯେବେ ଧର୍ମେନ୍ଦ୍ରଙ୍କ ଦୁଇ ପତ୍ନୀ ଏକାସହିତ ଗୋଟେ ଜାଗାରେ ଆସିଥିଲେ ନଜର, ଏହି କାରଣ ପାଇଁ ହେଇଥିଲେ ଏକାଠି

ବଲୀଉଡର ଏହି ଦୁନିଆରେ ସବୁଦିନ ନୂଆ ନୂଆ ସମ୍ପର୍କ ଗଢି ଉଠିଥାଏ ତ ଅନ୍ୟ ପଟେ କିଛି ସମ୍ପର୍କ ଭାଙ୍ଗି ଯାଏ । ଏଠି ପ୍ରାୟତଃ ଷ୍ଟାର ନିଜର ସମସ୍ତେ ପୁରୁଣା ସମ୍ପର୍କକୁ ଭାଙ୍ଗି ନୂଆ ସମ୍ପର୍କ କରି ନିଅନ୍ତି । କିନ୍ତୁ ଏହି ସବୁ ସତ୍ବେ ସବୁଠୁ କଷ୍ଟ କାମ ହେଉଛି ସବୁ ସମ୍ପର୍କକୁ ଏକାଠି ରଖିବା । ଏହି ସମସ୍ତ ଷ୍ଟାରମାନଙ୍କ ଠାରୁ ଭିନ୍ନ ଅଟନ୍ତି ଅଭିନେତା ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଏକମାତ୍ର ଏମିତି ଷ୍ଟାର ଅଟନ୍ତି ଯିଏ ନିଜର ନୂଆ ପୁରୁଣା ଦୁଇଟି ସମ୍ପର୍କକୁ ଯୋଡି ରଖିଛନ୍ତି ଓ ସମସ୍ତଙ୍କ ପାଇଁ ଗୋଟିଏ ଏକ ଉଦାହାରଣ ହୋଇଛନ୍ତି । ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି ଓ ସେ ବହୁତ ବର୍ଷ ହେବ ଦୁଇ ପତ୍ନୀଙ୍କ ସହିତ ବାଲାନ୍ସ କରି ଚାଲୁଛନ୍ତି । ଧର୍ମେନ୍ଦ୍ରଙ୍କ ପ୍ରଥମ ବିବାହ ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କ ସହ ହୋଇଥିଲା ।

ଏହା ପରେ ତାଙ୍କୁ ଚାରୋଟି ସନ୍ତାନ ହୋଇଛି । ଏହା ପରେ ଧର୍ମେନ୍ଦ୍ର ଦ୍ଵିତୀୟ ବିବାହ ଡ୍ରିମ ଗର୍ଲ ହେମା ମାଳିନୀଙ୍କ ୨ ମେ ୧୯୮୦ରେ କରିଥିଲେ । ଯେଉଁଠି ଆପଣଙ୍କୁ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ବହୁତ ଫଟୋ ମିଳିଯିବ । କିନ୍ତୁ ଧର୍ମେନ୍ଦ୍ରଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ସହ ଧର୍ମେନ୍ଦ୍ରଙ୍କ କିଛି ଫଟୋ ହିଁ ମିଳିବ । ବର୍ତ୍ତମାନ ହିଁ କିଛି ଦିନ ତଳେ ଧର୍ମେନ୍ଦ୍ରଙ୍କ ପର୍ସନାଲ ଲାଇଫ ସହ ଜଡିତ କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି ।

ଯାହା ପରେ ଧର୍ମେନ୍ଦ୍ରଙ୍କ ପୁରୁଣା ଜୀବନକୁ ପୁଣି ଥରେ ସମସ୍ତଙ୍କର ସାମ୍ନାକୁ ଚାଲି ଆସିଛି । ଧର୍ମେନ୍ଦ୍ର ସବୁବେଳେ ହିଁ ନିଜର ଦୁଇ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି । କହିବାକୁ ଗଲେ ଧର୍ମେନ୍ଦ୍ରଙ୍କ ଗୋଟିଏ ପୁରୁଣା ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ ଧର୍ମେନ୍ଦ୍ର ନିଜର ଦୁଇ ପତ୍ନୀଙ୍କ ସହ ନଜର ଆସୁଛନ୍ତି ।

ଧର୍ମେନ୍ଦ୍ରଙ୍କ ଏହି ଫଟୋ ଗୋଟିଏ ଫିଲ୍ମ ନିର୍ମାତାଙ୍କର ବିବାହ ସମାରୋହ ସମୟର ଅଟେ । ଯେଉଁଥିରେ ଧର୍ମେନ୍ଦ୍ରଙ୍କ ନିଜର ପ୍ରଥମ ପତ୍ନୀ ପ୍ରକାଶ କୌର ଓ ଦ୍ଵିତୀୟ ପତ୍ନୀ ହେମା ମାଳିନୀଙ୍କ ସହ ଛିଡା ହୋଇଥିବାର ନଜର ଆସୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।