ମାଡି ଆସୁଛି ପଶ୍ଚିମା ଝଡ, ବର୍ଷାରେ ଭିଜିବ ରଙ୍ଗର ପର୍ବ ହୋଲି, ଦେଖନ୍ତୁ କଣ ସୂଚନା ଦେଲା ପାଣିପାଗ ବିଭାଗ !

ଆଉ ମାତ୍ର ଦୁଇ ଦିନ ପରେ ସାରା ଭାରତବର୍ଷରେ ପାଳିତ ହେବାକୁ ଯାଉଛି ରଙ୍ଗର ପର୍ବ ହୋଲି । ହେଲେ ମାର୍ଚ୍ଚ ମାସ ଆରମ୍ଭରୁ ଏତେ ଖରା ଗରମ ନେଇ ଏବେ ଲୋକଙ୍କ ମନରେ ଏକ ପ୍ରକାର ଭୟ ଦେଖା ଦେଲାଣି । ଏବେଠୁ ଏତେ ତାଟି ହେଉଥିବା ବେଳେ ଆସନ୍ତା ଚାରି ମାସ ହେବ ଯେ କେତେ ମୁସ୍କିଲ ହେବ ଏହାକୁ ନେଇ ସବୁଆଡେ ଚର୍ଚ୍ଚା । ତେବେ ଏହାରି ମଧ୍ୟରେ ପାଣିପାଗ ବିଭାଗ ଦେଇଛି ଏକ ଆଶ୍ଵାସନା ମୂଳକ ସୂଚନା । ମିଳିଥିବା ସୂଚନା ଅନୁସାରେ ରଙ୍ଗର ପର୍ବ ହୋଲିରେ ଭିଜିବାକୁ ଯାଉଛି ଓଡିଶା ।

ଫଳରେ ଏବେଠୁ ହେଉଥିବା ଖରାତାତିରୁ ସାମାନ୍ଯ ତ୍ରାହି ମିଳିପାରେ ବୋଲି କୁହାଯାଉଛି । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ ରାଜ୍ୟକୁ ଆସୁଛି ପଶ୍ଚିମା ଝଡ । ଆଉ ଏହି ପଶ୍ଚିମା ଝଡର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ଯର ସାତୋଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ମାର୍ଚ୍ଚ 7, 8 ଓ 9 ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ କି ଦୁଇଟି ସ୍ଥାନରେ ହାଲୁକା ବର୍ଷାର ମଧ୍ୟ ସମ୍ଭାବନା ରହିଛି ।

ମାର୍ଚ୍ଚ 7 ତାରିଖରେ ରାଜ୍ୟର ସାତୋଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ 8 ତାରିଖରେ 14ଟି ଜିଲ୍ଲା ଏବଂ 9 ତାରିଖ ବେଳକୁ 7ଟି ଜିଲ୍ଲାକୁ କାଳବୈଶାଖୀ ଝଡ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଗତ 24 ଘଣ୍ଟା ମଧ୍ୟରେ 5ଟି ସହରର ତାପମାତ୍ରା ପ୍ରାୟ 38 ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି । ଏଥିମଧ୍ୟରୁ ତାଳଚେର ରାଜ୍ଯର ସବୁଠୁ ଉତ୍ତପ୍ତ ସହର ଥିବା ରେକର୍ଡ ରହିଛି ।

ତାଳଚେରରେ ସର୍ବାଧିକ ତାପମାତ୍ରା 38.8 ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ଭୁବନେଶ୍ବରରେ 38.4 ଡିଗ୍ରୀ, ଅନୁଗୁଳରେ 38.1 ଡିଗ୍ରୀ, ଝାରସୁଗୁଡା ଏବଂ ଭଦ୍ରକରେ 38 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜ୍ୟର 11ଟି ସହରର ତାପମତ୍ର 37 ଡିଗ୍ରୀ ଉପରେ ରହିଥିଲା । ତେବେ ଏବେଠୁ ଗ୍ରୀଷ୍ମ ଉତ୍ତାପ ବଢିବାରେ ଲାଗିଥିବା ବେଳେ ବର୍ଷା ହେବା ଫଳରେ ଏହି ତାପମାତ୍ରାରେ ସାମାନ୍ଯ ହ୍ରାସ ପାଇବ ଏବଂ ତାତିରୁ ଲୋକେ ରକ୍ଷା ପାଇବେ ବୋଲି କୁହାଯାଉଛି ।

ହୋଲି ପର୍ବ ପାଳନ କରିବା ନେଇ ସମସ୍ତେ ବେଶ ଉତ୍ସାହିତ ଥିବାବେଳେ ପାଗ ଭଲ ରହିଲେ ଲୋକେ ଏହାକୁ ଆହୁରି ଖୁସିର ସହ ଉପଭୋଗ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।