ଓଡିଆ ଫିଲ୍ମ ହିରୋମାନଙ୍କ ସ୍ତ୍ରୀଙ୍କ ପ୍ରଫେସନ, ଦେଖନ୍ତୁ ପୁରା ଲିଷ୍ଟ

ପ୍ରଥମରେ ଆସୁଛନ୍ତି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନି, ଆପଣ ମାନେ ତ ଭଲ ଭାବରେ ଜାଣିଛନ୍ତି । ସେ ଅଲିଉଡ ଇଣ୍ଡଷ୍ଟ୍ରିରେ ବେସ ପରିଚିତ । କୁଇନ ମାନଙ୍କ ଭିତରେ ସେ ବେସ ପରିଚିତ । ନିକଟରେ ସେ ଡ଼ିରେକ୍ଟର ଭାବେ କାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ନିଜର ଆକ୍ଟିଙ୍ଗ ବଳରେ ସମସ୍ତଙ୍କ ମନ କିଣିଛନ୍ତି ଏ କୁଇନ ଜଣକ । ସେ ଏବେ ଆକ୍ଟ୍ରେସ ଭାବରେ ପରିଗଣିତ । ଏହା ସହିତ ଏବେ ସେ ଡ଼ିରେକ୍ଟର ଭାବରେ ମଧ୍ୟ ପରିଗଣିତ ହେଇଥାନ୍ତି ।

ଅନୁଭବ ଓ ବର୍ଷାଙ୍କ ଯୋଡି ଏକ ସମୟରେ ଖୁବ ପପୁଲାର ଥିଲା । ଲୋକ ମାନେ ଏମାନଙ୍କୁ ଖୁବ ପସନ୍ଦ କରୁଥିଲେ ।

ଦ୍ଵିତିୟରେ ଆସୁଛନ୍ତି ବାବୁସାନ ମହାନ୍ତି । ତାଙ୍କର ସ୍ତ୍ରୀ ତୃପ୍ତି ବିଜନେସ ସମ୍ଭାଳୁଛନ୍ତି ବୋଲି ଜଣା ପଡିଛି । ବାବୁସାନଙ୍କ ଏକ ସାଇଡ ବିଜନେସ ସମ୍ଭାଳୁଛନ୍ତି ତୃପ୍ତି । ତୃପ୍ତି ଏବେ ବିଜନେସରେ ବ୍ୟସ୍ତ ରହୁଛନ୍ତି ପ୍ରାୟ ।

ତୃତୀୟରେ ଆସୁଛନ୍ତି ସମ୍ବିତ । ସମ୍ବିତ ଏବେ ଏବେ ନୂଆ ବିବାହ କରିଛନ୍ତି । ସମ୍ବିତଙ୍କ ସ୍ତ୍ରୀ ସେମିତି କିଛି ଖାସ କାମ କରୁନଥିଲେ ମଧ୍ୟ, ସେ ନିଜର ହାଉସୱାଇଫ ହିସାବରେ ସମ୍ବିତଙ୍କୁ ବହୁତ ସପଟ କରନ୍ତି । ଏବଂ ସୁଟିଙ୍ଗ ସେଟ ରେ ସେ ସମ୍ବିତଙ୍କ ସହ ପ୍ରାୟ ଦେଖା ଯାଇଥାନ୍ତି ।

ଚତୃଥରେ ଆସୁଛନ୍ତି ସବ୍ୟସାଚୀ । ଶୁଣିବାକୁ ମିଳୁଛି କି ସବ୍ୟସାଚୀଙ୍କର ଡିଭୋସ ହୋଇଯାଇଛି । ଏହା କେତେ ଦୂର ସତ୍ୟ ମଧ୍ୟ ଜଣା ନାହିଁ । ସୀମାଙ୍କ ଓ ସବ୍ୟସାଚୀଙ୍କ ଡିଭୋସ ହେଲାପରେ ମଧ୍ୟ ଜଣା ପଡୁଛି କି ସୀମା ଜଣେ ବିଜନେସ ଓମ୍ୟାନ ।

ପଞ୍ଚମରେ ଆସୁଛନ୍ତି ଅରିନ୍ଦମ । ଅରିନ୍ଦମଙ୍କ ସ୍ତ୍ରୀ ସେମିତି କିଛି କାମ କରୁନଥିଲେ ମଧ୍ୟ, ସେ ତାଙ୍କ ସ୍ଵାମୀ ଙ୍କୁ କାମରେ ବହୁତ ସହଯୋଗ କରିଥାନ୍ତି । ସେ ଏବେ ହାଉସୱାଇଫ ଓ ହୋମମେକର ଭାବରେ ଘରେ ଅଛନ୍ତି ବୋଲି ଅରିନ୍ଦମ ନିଜେ କହିଛନ୍ତି ।

ଷଷ୍ଟରେ ଆସୁଛନ୍ତି ଅଲିଉଡର ଆଭିନେତା ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତଙ୍କର ଆକଟିଂ ଯେମିତି ତାଙ୍କ ପର୍ସନାଲିଟି ବି ସେମିତି । ସେ ମାମା ମିଶ୍ର ଙ୍କୁ ବିବାହ କରିଛନ୍ତି । ମାମା ମିଶ୍ର ଆକ୍ଟଟିଙ୍ଗ ଦୁନିଆରେ ବେସ ପରିଚିତ ଥିଲେ । ସେ ଏବେ ଆକଟିଂ ଦୁନିଆରେ ନାହାନ୍ତି, ଆକଟିଂ ରୁ ଦୂରେଇକି ରହୁଛନ୍ତି ।

ସପ୍ତମରେ ଆସୁଛନ୍ତି ଆକାଶ । ଆକାଶ ଦାଶ ନାୟକ ଏବେ ପଲିଟିସିୟାନ ହେଇଗଲେଣି । ଏବଂ ତାଙ୍କର ସ୍ତ୍ରୀ ଶୁଭଶ୍ରୀ ଏବେ ଜଣେ ବିଜନେସ ଓମ୍ୟାନ । ସେ ଫ୍ୟାସନ ଡିଜାଇନର ଅଛନ୍ତି ବୋଲି ସେ ନିଜେ କହିଛନ୍ତି ।

ଆଷ୍ଟମରେ ଆସୁଛନ୍ତି ଶୁଭାଶିଷ । ଶୁଭାଶିଷଙ୍କ ସ୍ତ୍ରୀ ଅନିଶାଙ୍କୁ ଆପଣ ତ ଜାଣିଥିବେ ସେ ତାଙ୍କର ଆକଟିଂ ବଳରେ ବେସ ପରିଚିତ । ସେ ମଧ୍ୟ ଜଣେ ଆକ୍ଟଟର ସେ ବହୁତ ଚଳଚିତ୍ର ଏବଂ ବହୁତ ଧାରା ବାହିକରେ ମଧ୍ୟ ନଜର ଆସିଲେଣି ।

ନବମରେ ଆସୁଛନ୍ତି ଦୀପକ ଏବଂ ତାଙ୍କର ସ୍ତ୍ରୀ ତନୁଜା । ତନୁଜା ଏକ ଭିଡିଓ ଏବଂ ମ୍ୟାନେଜମେଣ୍ଟ ସଂସ୍ଥାରେ ଆଛନ୍ତି । ଏବଂ ଦୀପକ ଙ୍କ ସହ ମଧ୍ୟ ସହଯୋଗ ରେ ହାତ ବଢାଉଛନ୍ତି ।

ଦଶମରେ ଆସୁଛନ୍ତି ଅଭିଷେକ । ଅଭିଷେକ ଏବଂ ତାଙ୍କର ସ୍ତ୍ରୀ ସୋୟନା । ସୋୟନା ଦେଖିବାକୁ ଯେତିକି ସୁନ୍ଦର ଆଭିଷେକ ମଧ୍ୟ ସେତିକି ହ୍ୟାଣ୍ଡସମ । ସୋୟନା ଜେନ ଡାକ୍ତର ଅଟନ୍ତି ବୋଲି ଜଣା ପଡିଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।