ମୋତେ କହିବାକୁ ମନା କରାଯାଇଛି ମୁଁ କିଛି କହିପାରିବି ନାହିଁ… Pintu Nanda ଙ୍କ ଅନ୍ତିମ ଦର୍ଶନରେ ଆସିବାକୁ Anubhav Mohanty ଙ୍କୁ କିଏ ମନା କଲେ ?

ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ଖବର ସାମ୍ନାକୁ ଆସିବା ପରଠାରୁ ତାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିଲେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତେବେ ପିଣ୍ଟୁଙ୍କ ଦେହ ଅସୁସ୍ଥ ନେଇ ଅନୁଭବ କେବେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତଥାପି ଚର୍ଚ୍ଚା ହେଉଥିଲା କି ପିଣ୍ଟୁ ନନ୍ଦଙ୍କ ଦିଲ୍ଲୀ ଯିବା ଓ ସେଠାରେ ରହିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ ଅନୁଭବ । ଏପରିକି ଅନୁଭବ ଦିଲ୍ଲୀ ଯିବା ସହ ଡାକ୍ତରଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଛନ୍ତି ବୋଲି ମଧ୍ୟ ଖବର ସାମ୍ନାକୁ ଆସିଥିଲା ।

ହେଲେ ଏହି କଥାରେ କେତେ ସତ୍ୟତା ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପିଣ୍ଟୁ ନନ୍ଦଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ହେଲେ ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ପରେ ତାଙ୍କୁ ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚାରେ ରହିଥିବା ଅନୁଭବଙ୍କୁ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଦେଖିବାକୁ ମିଳି ନଥିଲା । ଫିଲ୍ମ “ଅଭିମନ୍ୟୁ” ଚଳଚ୍ଚିତ୍ରରେ ଅନୁଭବ ଓ ପିଣ୍ଟୁ ନନ୍ଦଙ୍କ ନିଖୁଣ ଅନୁଭବ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।

ପରଦା ବାହାରେ ଥିବା ଦୁଇ ଭାଇଙ୍କ କେମିଷ୍ଟ୍ରି ପରଦା ଉପରେ ଆହୁରି ନିଖୁଣ ଭାବେ ନଜର ଆସିଥିଲା । ହେଲେ ପିଣ୍ଟୁ ନନ୍ଦଙ୍କୁ ଶେଷଥର ପାଇଁ ଦେଖିବାକୁ ଅନୁଭବ ଆସିଲେନି । ଏହା ପଛର କାରଣ ଜାଣିବା ପାଇଁ ଅନୁଭବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା । ହେଲେ ଏ ସମ୍ପର୍କରେ କିଛି କହିବା ପାଇଁ ସିଧା ମନା କରି ଦେଇଥିଲେ ଅନୁଭବ ମହାନ୍ତି ।

ଅନୁଭବ ଖାଲି ଗୋଟିଏ କଥା କହିଥିଲେ, ପାରିବାରିକ ବିବାଦ ହେଉ କି ଅନ୍ୟ କେଉଁ କାରଣ କୌଣସି କଥା ବିଷୟରେ କିଛି କହିବାକୁ ତାଙ୍କୁ ମନା । ଆଉ ସେସବୁର କାରଣ ମୁଁ ନିଜେ ବି ଜାଣିନି ବୋଲି କହିଥିଲେ ଅନୁଭବ । ପିଣ୍ଟୁ ନନ୍ଦ ଦିଲ୍ଲୀ ଗଲାବେଳେ ତାଙ୍କର କିଛି ଦାୟିତ୍ଵ ଅନୁଭବ ବୁଝାବୁଝି କରୁଥିଲେ ବୋଲି ଏହାକୁ ନେଇ ଅନେକ ଚର୍ଚ୍ଚା ଉଠିଥିଲା । ପିଣ୍ଟୁ ନନ୍ଦଙ୍କ ପାଇଁ ଠିକ ସମୟରେ ଲିଭର ନ ମିଳିବାରୁ ସେ ଆଜି ଆମ ଗହଣରେ ନାହାନ୍ତି ।

ସମସ୍ତେ ଚାହୁଁଥିଲେ କି ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ଶୀଘ୍ର ଆମ ଗହଣକୁ ଫେରି ଆସନ୍ତୁ ବୋଲି । ସେଥିପାଇଁ ତାଙ୍କ ଦେହାନ୍ତ ପରେ ସମସ୍ତେ ଧାଇଁ ଆସିଥିଲେ । ହେଲେ ଅନୁଭବ ମହାନ୍ତି ପିଣ୍ଟୁ ନନ୍ଦଙ୍କୁ ଶେଷ ଦର୍ଶନ କରିବାକୁ ଆସିଲେନି । ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଲାଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।