ବିଶ୍ଵର ସବୁଠୁ ବିଚିତ୍ର ଦେଶ ଯେଉଁଠି ମାତ୍ର 40 ମିନିଟ ପାଇଁ ହୁଏ ରାତି ! ପୃଥିବୀର ଧନୀ ଦେଶ ମଧ୍ୟରେ ଏହା ଅନ୍ଯତମ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଏହି ଦେଶରେ ମାତ୍ର 40 ମିନିଟ ପାଇଁ ରାତି ହୁଏ । ରାତି 12:43 ମିନିଟରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଓ ପୁଣି ଥରେ ରାତି 1:30 ରେ ଉଦୟ ହୋଇଯାନ୍ତି । ପୃଥିବୀରେ ଏଭଳି ଅନେକ ଅନନ୍ୟ ଘଟଣାମାନ ଘଟେ ଯାହା ଆମକୁ ଚକିତ କରିଦିଏ । ହେଲେ ପୃଥିବୀରେ ଦେଖିବାକୁ ମିଳୁଥିବା ସମସ୍ତ ଅନନ୍ୟ ଘଟଣା ସେତେ ସରଳ ନୁହେଁ । ଆମେ ସମସ୍ତେ ଜାଣିଛୁ କି, ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ଘୁରି ବୁଲୁଛି । ଏହି କାରଣରୁ ପୃଥିବୀର ଅନେକ ସ୍ଥାନରେ ଦିନ ଓ ରାତି ଭିନ୍ନ ଭିନ୍ନ ସମୟରେ ହୋଇଥାଏ ।

ଯେପରିକି ଭାରତରେ ଯେତେବେଳେ ସକାଳ ହୁଏ ଆମେରିକାରେ ସେତେବେଳେ ରାତି ହୁଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଦୁନିଆରେ ଏପରି ବି ଦେଶ ଅଛି ଯେଉଁଠି ମାତ୍ର 40 ମିନିଟ ପାଇଁ ଅସ୍ତ ହୁଅନ୍ତି ସୂର୍ଯ୍ୟ । ସବୁଠୁ ରୋଚକ କଥା ହେଉଛି ମାତ୍ର 40 ମିନିଟ ପରେ ଅର୍ଥାତ ରାତି 1ଟା 30 ମିନିଟରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଏହି ଦେଶରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ଦେଶ ବିଷୟରେ କହୁଛୁ ସେହି ଦେଶର ନାମ ହେଉଛି ନରୱେ ।

ପୃଥିବୀ ମାନଚିତ୍ରରେ ୟୁରୋପୀୟ ମହାଦେଶର ଉତ୍ତରରେ ଅବସ୍ଥିତ ଏହି ଦେଶ । ଏହି ଦେଶ ଉତ୍ତର ମେରୁର ଅତି ନିକଟରେ ରହିଛି । ତେଣୁ ପୃଥିବୀର ଅନ୍ୟ ଅଞ୍ଚଳ ତୁଳନାରେ ଏହି ନରୱେ ଦେଶରେ ଖୁବ ବେଶୀ ଥଣ୍ଡା ହୁଏ । କହିବାକୁ ଗଲେ ନରୱେ ଦେଶ ଆକ୍ଟିକ ସର୍କଲ ମଧ୍ୟରେ ଆସେ ।

ତେଣୁ ଦିନ ଓ ରାତିକୁ ନେଇ ଏହିଭଳି ଅଦ୍ଭୁତ ଘଟଣା ଏହି ଦେଶରେ ଘଟିଥାଏ । ଯାହାକି ଏଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଖୁବ ସାଧାରଣ ଘଟଣା ଅଟେ । ତେବେ ଏହି ଘଟଣା ବର୍ଷ ସାରା ହୋଇ ନଥାଏ ବରଂ କେବଳ ଅଢେଇ ମାସ ପାଇଁ ନରୱେରେ ଏଭଳି ଘଟିଥାଏ । ଅଢେଇ ମାସ ଧରି ନରୱେରେ ମାତ୍ର 40 ମିନିଟ ପାଇଁ ରାତି ହୋଇଥାଏ । ରାତି 12:43 ରେ ଏଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଏବଂ ରାତି ଠିକ 1:30 ରେ ଉଦୟ ହୋଇଯାନ୍ତି ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା ଏଠାରେ ଘଟୁଥିବାରୁ ସାରା ପୃଥିବୀରେ ଏହା “ଲ୍ୟାଣ୍ଡ ଅଫ ମିଡ୍ ନାଇଟ ସନ୍” ଭାବେ ଜଣାଶୁଣା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ମେ’ରୁ ଜୁଲାଇ ପର୍ଯ୍ୟନ୍ତ ପ୍ରାୟ 76 ଦିନ ଧରି ସୂର୍ଯ୍ୟ ମାତ୍ର 40 ମିନିଟ ପାଇଁ ଅସ୍ତ ହୁଅନ୍ତି ।

ହେଲେ ଏତେ ସମୟ ଧରି ସୂର୍ଯ୍ୟ ଆକାଶରେ ରହୁଥିଲେ ମଧ୍ୟ ଏଠାରେ ବିଶେଷ ଗରମ ହୁଏନାହିଁ । ନରୱେ ଉତ୍ତର ମେରୁର ଅତି ନିକଟରେ ଥିବାରୁ ସୂର୍ଯ୍ୟ ଆକାଶରେ ରହିବା ସତ୍ତ୍ୱେ ଏଠାରେ ଥଣ୍ଡା ଲାଗିଥାଏ । ଏହି ଦେଶରେ ଅନେକ ପର୍ବତ ରହିଛି ଯାହା ବରଫରେ ଆଚ୍ଛାଦିତ ରୁହେ ଓ ସେଠାରେ ଅନେକ ଗ୍ଲେସିୟର ମଧ୍ୟ ଦେଖିବାକୁ ମିଳେ ।

ନରୱେ ଦେଶର ରୋଜଗାରର ଅଧିକାଂଶ ଅଂଶ ଏଠାକାର ପର୍ଯ୍ୟଟକଙ୍କ ଠାରୁ ଆସିଥାଏ । ସେଥିପାଇଁ ନରୱେ ଦୁନିଆର କେତେକ ଧନୀ ଦେଶ ମଧ୍ୟରୁ ଅନ୍ଯତମ ଅଟେ । ଆପଣ କେବେ ସୁଯୋଗ ମିଳିଲେ ଏଠାକୁ ଯିବାକୁ ପସନ୍ଦ କରିବେ କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।