ପୁଣି ଥରେ ଚର୍ଚ୍ଚାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ MK Stalin, ରାସ୍ତାରେ ଯାଉଥିବା ବେଳେ ଆମ୍ବୁଲାନ୍ସ ପାଇଁ ଯାହା କଲେ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ viral video

ମୁଖ୍ୟମନ୍ତ୍ରୀଙ୍କ ଭିଆଇପି କଲଚରକୁ ଛାଡି ପ୍ରଥମେ ଆମ୍ବୁଲାନ୍ସକୁ ରାସ୍ତା ଛାଡିଲେ ଓ ପରେ ନିଜେ ଗଲେ । ସେ ହେଉଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଷ୍ଟାଲିନଙ୍କ ଏହିଭଳି ଉଦାରତାର କାର୍ଯ୍ୟ ଦେଖି ସାରା ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । କାହିଁକି ନା କୌଣସି ମୁଖ୍ୟମନ୍ତ୍ରୀ ଯେକୌଣସି ସ୍ଥାନକୁ ଗଲେ ପ୍ରୋଟୋକଲ ଅନୁସାରେ ତାଙ୍କର ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇ ଥାଏ । ଆଉ ସେ ଯେଉଁ ରାସ୍ତା ଦେଇ ଯାଆନ୍ତି ସେଠାରେ ମଧ୍ୟ ସୁରକ୍ଷା କଡାକଡି ହୋଇଥାଏ ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ନିଜ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଗତକାଲି ସେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଚର୍ଚ୍ଚା ଜୋର ଧରିଛି । ଆଉ ତାଙ୍କର କାର୍ଯ୍ୟକୁ ମଧ୍ୟ ରାଜ୍ୟବାସୀ ଭୁରିଭୁରି ପ୍ରଶଂସା କରୁଛନ୍ତି । ସୂଚନା ଅନୁସାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏକ ଆମ୍ବୁଲାନ୍ସକୁ ରାସ୍ତା ଦେଇ ପୁଣି ଥରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଷ୍ଟାଲିନଙ୍କ କାରକେଡ଼ ଯେଉଁଭଳି ରାସ୍ତା ଖାଲି କରି ଆମ୍ବୁଲାନ୍ସକୁ ଯିବାକୁ ବାଟ ଦେଇଥିଲା ଏହାର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ଗତକାଲି ଷ୍ଟାଲିନ ଭେଲୋଚିରୁ କୋଏମ୍ବାଟୁ ଆଡକୁ ଯାଉଥିଲେ । ଏହି ସମୟରେ ଏକ ଆମ୍ବୁଲାନ୍ସ ତାଙ୍କ କାରକେଡ଼ ପଚାରେ ରହିଯାଇଛି ବୋଲି ଷ୍ଟାଲିନଙ୍କ ପାଖେ ଖବର ପହଞ୍ଚିଥିଲା । ଖବର ପହଞ୍ଚିବା ମାତ୍ରେ ଷ୍ଟାଲିନ ତୁରନ୍ତ ନିଜ କାରକେଡ଼କୁ ଅଟକାଇ ଥିଲେ ଓ ଆମ୍ବୁଲାନ୍ସକୁ ଯିବାକୁ ରାସ୍ତା ଛାଡି ଦେଇଥିଲେ । ଆଉ ରାସ୍ତା ପାଇବା ମାତ୍ରେ ଦ୍ରୁତଗତିରେ ଆଗକୁ ବଢି ଯାଇଥିଲା ଏହି ଆମ୍ବୁଲାନ୍ସ ।

ଏହା ପୂର୍ବରୁ ମଧ୍ୟ ଷ୍ଟାଲିନ ଏକ ସରକାରୀ ବସ୍ ରେ ଯାତ୍ରା କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ ବସ୍ ରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ଦେଖି ଯାତ୍ରୀମାନେ ଚକିତ ହୋଇ ଯାଇଥିଲେ । ତେବେ କେବଳ ଷ୍ଟାଲିନ ନୁହେଁ ବରଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନେକ ସମୟରେ ନିଜ କାରକେଡ଼କୁ ରୋକି ଆମ୍ବୁଲାନ୍ସକୁ ରାସ୍ତା ଦେଇଛନ୍ତି ।

ଯାହା ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଏହିପରି ହୃଦୟବାନ ଓ ଚିନ୍ତାଶୀଳ କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ଓ ସେ ଏପରି କରି ଅନେକଙ୍କ ପାଇଁ ଆଦର୍ଶ ସାଜିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।