ଭାରତର ଟି-20 ବିଶ୍ଵକପ୍ ଜିତିବା ସ୍ଵପ୍ନ ଭାଙ୍ଗି ହେଲା ଚୁରମାର୍, ଏଥିପାଇଁ ମେଣ୍ଟର Dhoni ଙ୍କୁ ଟ୍ରୋଲ କରୁଛନ୍ତି ଲୋକେ, ଜାଣନ୍ତୁ ଭାରତ ମ୍ଯାଚ ହାରିବାର କାରଣ କ’ଣ ?

୨୪ ଅକ୍ଟୋବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପ୍ ରେ ଭାରତ ପାକିସ୍ତାନ ଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଏହାପରେ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ସହ ଖେଳା ଯାଇଥିବା ମ୍ଯାଚରେ ମଧ୍ୟ ଭାରତକୁ ପରାଜୟର ସମୁଖୀନ ହେବାକୁ ପଡିଥିଲା । ଯାହାଫଳରେ ଭାରତ ସେମି ଫାଇନାଲରେ ପହଞ୍ଚିବା ମଧ୍ୟ କଷ୍ଟ ହୋଇପଡିଛି । ଭାରତ ଲଗାତାର ଦୁଇଟି ମ୍ଯାଚରେ ହା-ରି-ବା ପରେ କ୍ଯାପଟେନ ବିରାଟ କୋହଲିଙ୍କ ଉପରେ ତ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ।

ଏଥିରେ ମେଣ୍ଟର ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ବାଦ୍ ଦେଉ ନାହାନ୍ତି ୟୁଜର୍ସମାନେ । ବିସିସିଆଇ ଅନେକ ଆଶାର ସହ ଧୋନିଙ୍କୁ ଏହି ବିଶ୍ଵକପ୍ ରେ ମେଣ୍ଟର ଭାବେ ସ୍ଥାନ ଦେଇଥିଲେ । ଧୋନିଙ୍କ ମେଣ୍ଟରଶିପରେ ଭାରତୀୟ ଦଳ ଠାରୁ ଯେଉଁଭଳି ପ୍ରଦର୍ଶନ ଆଶା କରା ଯାଇଥିଲା ଏହାର ବିପରୀତ ଫଳ ମିଳିଛି । ଯାହାଫଳରେ ମେଣ୍ଟର ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ମଧ୍ୟ ଖଫା ହେଉଛନ୍ତି କ୍ରିକେଟପ୍ରେମୀ ।

ବିଶ୍ଵକପ୍ ରେ ହାର୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ଓ ପ୍ରଦର୍ଶନକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ତାଙ୍କୁ ଟିମ୍ ରେ ସାମିଲ କରିବାକୁ ଧୋନି ହିଁ ଫଇସଲା ନେଇଥିଲେ ବୋଲି ଶୁଣିବାକୁ ମିଳୁଛି । ପାଣ୍ଡ୍ୟା ଉଭୟ ବୋଲିଂ ଓ ବ୍ୟାଟିଂରେ ଖୁବ ଖରାପ ପ୍ରଦର୍ଶନ କରୁଛନ୍ତି । ଯାହାଫଳରେ ଟିମ୍ ରେ ତାଙ୍କ ଚୟନକୁ ନେଇ ଲୋକେ ଧୋନିଙ୍କ ଉପରେ ଖୁବ ବର୍ଷୁଛନ୍ତି । ବିସିସିଆଇ ତାଙ୍କୁ ଭାରତ ପଠାଇ ଦେବାକୁ ଚିନ୍ତା କରିଥିଲେ ମଧ୍ୟ ଧୋନିଙ୍କ ଏହି ଫଇସଲା ଯୋଗୁଁ ଭାରତୀୟ ଟିମ୍ କୁ ଖୁବ କ୍ଷତି ସହିବାକୁ ପଡୁଛି ।

ନ୍ୟୁଜିଲାଣ୍ଡ ସହ ମ୍ଯାଚରେ ରୋହିତଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ଛାଡିଥିଲେ କୋହଲି ଓ ନିଜେ ଚତୁର୍ଥ ସ୍ଥାନରେ ବ୍ୟାଟିଂ ଆସିଥିଲେ । ଧୋନି ତାଙ୍କ ଅଧିନାୟକତାରେ କେବେ ମଧ୍ୟ ଏହିଭଳି ବଦଳି କରନ୍ତି ନାହିଁ । ତେବେ ତାଙ୍କ ମେଣ୍ଟରଶିପରେ କିପରି ଏମିତି ହେଲା, ସେ କଣ ଏହାକୁ ନେଇ କିଛି ମନ୍ତବ୍ୟ ଦେଇ ନଥିଲେ ବୋଲି ଲୋକେ ପ୍ରଶ୍ନ ଉଠାଉଛନ୍ତି । ଏହି ମ୍ଯାଚରେ କୌଣସି ବ୍ୟାଟ୍ସମ୍ୟାନ ମଧ୍ୟ ଅଧିକ ରନ୍ କରି ପାରି ନଥିଲେ ଯାହାଫଳରେ ଟିମ୍ କୁ ନ୍ୟୁଜିଲାଣ୍ଡ ଠାରୁ ହା-ରି-ବା-କୁ ପଡିଥିଲା ।

ଏନେଇ ମଧ୍ୟ ଲୋକେ ମେଣ୍ଟର ଧୋନିଙ୍କୁ ଖୁବ ଟ୍ରୋ-ଲ କରୁଛନ୍ତି । କୁଆଡେ ଗଲା ଧୋନିଙ୍କ ମେଣ୍ଟରଶିପ ଓ କୁଆଡେ ଗଲେ ଧୋନି ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି । ତେବେ ଖେଳାଳିଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଧୋନିଙ୍କୁ ଏଭଳି ଟ୍ରୋ-ଲ କରିବା କଣ ଠିକ ? ଏ ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।