‘ମାନିକେ ମାଗେ ହିତେ’ ଷ୍ଟାଇଲରେ ଜନ ସଚେତନତା ମୂଳକ ଗୀତ ଗାଇ ସମସ୍ତଙ୍କ ମନ ଜିଣୁଛନ୍ତି ଗଜପତି SP Sara Sharma, ଦେଖନ୍ତୁ viral video ଆପଣ ମଧ୍ୟ ଶୁଣିଲେ ଝୁମି ଉଠିବେ

ପୋ-ଲି-ସ ପ୍ର-ଶା-ସ-ନ କ୍ଷେତ୍ରରେ ହେଉ ଅବା ସାମାଜିକ ଦାୟିତ୍ଵ ସବୁବେଳେ ସବୁଥିରେ ନୂଆ ନୂଆ ତରିକା ଆପଣେଇ ସେ ଚର୍ଚ୍ଚାରେ ରୁହନ୍ତି । ଯାହାଙ୍କୁ ଲୋକେ ପସନ୍ଦ କରିବା ସହ ସାଧୁବାଦ ମଧ୍ୟ ଜଣାନ୍ତି । ସେ ହେଉଛନ୍ତି ଗଜପତି ମହିଳା ପୋ-ଲି-ସ ଏସ-ପି ସାରା ଶର୍ମା । ପିଲାଟି ବେଳୁ ଜଣେ ସାମ୍ବାଦିକା ହେବାକୁ ଇଚ୍ଛା ରଖିଥିଲେ କିନ୍ତୁ ବନିଗଲେ ଜଣେ ଆଇ-ପି-ଏସ । ଏହାସହ ସେ ଖୁବ ଭଲ ଗାୟିକା ମଧ୍ୟ । ମଝି ମଝିରେ କିଛି ଗୀତ ଗାଇ ମଧ୍ୟ ସେ ଚର୍ଚ୍ଚାରେ ରୁହନ୍ତି ।

ଆଇ-ପି-ଏସ ସାରା ଶର୍ମା ଗୀତରେ ଖୁବ ରୁଚି ରଖନ୍ତି । ତେବେ ବର୍ତ୍ତମାନ ଆଉ ଏକ ଗୀତ ଗାଇ ଏବେ ସେ ପୁଣି ଥରେ ଲୋକଲୋଚନକୁ ଆସିଛନ୍ତି ଓ ପ୍ରଶଂସାର ପାତ୍ର ମଧ୍ୟ ସାଜିଛନ୍ତି । ଏବେ ସବୁଠି ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ‘ମାନିକେ ମାଗେ ହିତେ’ । ସିଂହଳୀ ଗାୟିକା ୟୋହାନିଙ୍କ ଏହି ଗୀତକୁ ବୁଝି ପାରୁ ନଥିଲେ ମଧ୍ୟ ସାରା ଦୁନିଆରେ ଲୋକେ ଖୁବ ପସନ୍ଦ କରୁଛନ୍ତି ଓ ଏଥିପାଇଁ ସେ ରାତାରାତି ପାଲଟି ଯାଇଛନ୍ତି ଇ-ଣ୍ଟ-ର-ନେ-ଟ ସେ-ନ୍ସେ-ସ-ନ୍ ।

ଏହି ଲୋକପ୍ରିୟ ଗୀତକୁ ଏବେ ସବୁଆଡେ ନିଜ ଭାଷାରେ ରିମେକ୍ କରି ଗାଉଛନ୍ତି ଗାୟକ ଗାୟିକା ମାନେ । ଲୋକଙ୍କ କଲରଟ୍ଯୁନ ଓ ରିଙ୍ଗଟୋନ ଠାରୁ ଆରମ୍ଭ କରି ବାଥ୍ ରୁମ୍ ପର୍ଯ୍ୟନ୍ତ ସମସ୍ତେ ଏହି ଗୀତକୁ ଗୁଣୁ ଗୁଣାଉଛନ୍ତି । ତେବେ ଏଥିରେ ପଛରେ ରହି ନାହାନ୍ତି ଆଇ-ପି-ଏସ ସାରା ଶର୍ମା । ସେ ମଧ୍ୟ ଓଡିଆରେ ରାଜ୍ୟବାସୀଙ୍କ ପାଇଁ ଏକ ସତେଚନତା ମୂଳକ ଗୀତ ଲେଖି ମାନିକେ ମାଗେ ହିତେ’ ଗୀତର ସ୍ଵରରେ ଏହାକୁ ପ୍ରଦର୍ଶନ କରିଛନ୍ତି ।

ଯାହା ଶୁଣିଲେ ଏହିପରି ଏକ ଆଇ-ପି-ଏସ ଅଧିକାରୀଙ୍କୁ ଓଡିଶାରେ ପାଇ ଆପଣ ମଧ୍ୟ ଗର୍ବ ଅନୁଭବ କରିବେ । ଏହି ମହିଳା ଯୁବ ଆଇ-ପି-ଏସ ନିଜ କାର୍ଯ୍ୟବଳରେ ଅନେକଙ୍କ ପାଇଁ ପ୍ରେରଣା ଓ ଆଦର୍ଶ ସାଜିଛନ୍ତି । ଏହି ଗୀତ ମାଧ୍ୟମରେ ସେ ରାଜ୍ୟରେ ହେଉଥିବା ଦୁ-ର୍ନୀ-ତି ବିଷୟରେ ସିଧା ୧୦୬୪ ଡାଏଲ କରି ଜଣାଇବା ପାଇଁ ନଚେତ ଟ୍ଯୁଟରରେ ମଧ୍ୟ ଜଣାଇବା ପାଇଁ ସେ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।

ଦେଶବାସୀ ଚୁପ୍ ନରହି ଜାଗ୍ରତ ରହିଲେ ଦେଶ ଆଗେଇବ ବୋଲି ସେ ଗୀତ ମାଧ୍ୟମରେ କହିଛନ୍ତି । ଆଇ-ପି-ଏସ ସାରା ଶର୍ମାଙ୍କ ଏହି ମାନିକେ ମାଗେ ହିତେ ଷ୍ଟାଇଲ ଗୀତ ଆପଣଙ୍କ ମନକୁ ନିଶ୍ଚୟ ଛୁଇଁଥିବ । ସାରା ଶର୍ମାଙ୍କ ଏହି ଗୀତ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।