ତହସିଲଦାର ସ୍ଵାମୀଙ୍କ ପରକୀୟା ପ୍ରୀତି ! ଧରା ପଡିବା ପରେ ଯାହା ହେଲା ନା…ଦେଖନ୍ତୁ Video

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ତହସିଲଦାର ଶରତ କୁମାର ବାଗଙ୍କ ବିରୋଧରେ ତାଙ୍କ ପତ୍ନୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ଵାମୀ ଅନ୍ୟ ମହିଳାଙ୍କ ଅନୈତିକ ସମ୍ପର୍କ ରଖିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ ଡାଳିଆ ଦେବନାଥ । ୨୦୦୬ରେ ସେମାନେ ବିବାହ କରିବା ପରେ ତହସିଲଦାରଙ୍କ ଅନ୍ୟ ନାରୀଙ୍କ ସହ ସମ୍ପର୍କ ଥିବା ଜାଣି ପାରିଥିଲେ । ଶରତ ବଲାଙ୍ଗୀର ଜିଲ୍ଲାରେ ଚାକିରି କରୁଥିବା ସମୟରେ ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଥିବା ବେଳେ ତାଙ୍କ ପତ୍ନୀ ତାଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ ।

ଆଉ ଏବେ ରାଉଲକେଲାରେ ମଧ୍ୟ ଏଭଳି କିଛି କରୁଥିବା ନେଇ ତହସିଲଦାରଙ୍କ ପତ୍ନୀ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ସ୍ଵାମୀ ଅନ୍ୟ ଜଣେ ମହିଳାଙ୍କୁ ଆଣି ପାଖରେ ରଖିବା ସହ ତାଙ୍କ ଝିଅମାନଙ୍କୁ ସେହି ମହିଳାକୁ ମା ବୋଲି ଡାକିବା ପାଇଁ କହୁଛନ୍ତି । ବର୍ତ୍ତମାନ ତାଙ୍କ ଝିଅମାନେ କେଉଁଠି ଅଛନ୍ତି ସେନେଇ ମଧ୍ୟ ଅଜ୍ଞାତ ଅଛନ୍ତି ତହସିଲଦାରଙ୍କ ପତ୍ନୀ । ତେଣୁ ସେ ନିଜ ଝିଅ ମାନଙ୍କୁ ଫେରାଇ ଆଣିବା ସହ ତାଙ୍କ ସ୍ଵାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ।

ପତ୍ନୀ କହିଛନ୍ତି କି ୨୦୦୬ରେ ଯେତେବେଳେ ସେ ତାଙ୍କୁ ବିବାହ କରି ତାଙ୍କ ଘରକୁ ଯାଇଥିଲେ ସେତେବେଳେ ସେ ଜଣ ମନ୍ଦ ସ୍ଵଭାବର ଲୋକ ବୋଲି ଜାଣିବାକୁ ପାଇଥିଲେ । କାରଣ ଅନେକ ମହିଳାଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ଅଛି । କିନ୍ତୁ ସ୍ଵାମୀ ପୂର୍ବେ ଯାହା ବି କରନ୍ତୁ ଏବେ ଛୁଆ ମାନେ ହେଲେଣି ସୁଧୁରି ଯାଅ ବୋଲି ସ୍ତ୍ରୀ ଅନେକ ଥର ତାଙ୍କୁ ବୁଝାଇଥିଲେ । ତଥାପି ସ୍ଵାମୀଙ୍କ ପରକୀୟା ପ୍ରୀତିରେ ପରିବର୍ତ୍ତନ ହୋଇ ନଥିଲା ।

ଅଞ୍ଜଲି ନାଗ ନାମକ ଜଣେ ଯୁବତୀ ସହ ବଲାଙ୍ଗୀରରେ ସେ ନିଜ ସ୍ଵାମୀଙ୍କୁ ଧରିଥିଲେ ବୋଲି କହିଛନ୍ତି । ଏପରିକି ସେହି ଘଟଣାର ଭିଡିଓ ମଧ୍ୟ ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି । ଝାରସୁଗୁଡାରେ ମଧ୍ୟ ସ୍ଵାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଧରିଥିଲେ । ସେତେବେଳେ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ସେ ଆରେଷ୍ଟ ହୋଇଥିଲେ, କିନ୍ତୁ ପରେ କିଛି ସର୍ତ୍ତ ଅନୁସାରେ ସେ ଜାମିନରେ ବାହାର ହୋଇଥିଲେ ।

ଆଉ ଏବେ ମହିଳା ଜଣକ କହିଛନ୍ତି କି ତାଙ୍କ ସ୍ଵାମୀ ପୁଣି ଠାରେ ଅନ୍ୟ ଜଣେ ମହିଳାଙ୍କ ସହ ରାଉଳକେଲାରେ ଅଛନ୍ତି । ଏନେଇ ତାଙ୍କ ଝିଅମାନେ ତାଙ୍କୁ ଜଣାଇଥିଲେ କି ବାପା ଜଣେ ମହିଳାଙ୍କ ସହ ରହୁଛନ୍ତି ଓ ତାଙ୍କୁ ମା ବୋଲି ଡାକିବା ପାଇଁ ସେମାନଙ୍କୁ ପ୍ରେସର କରୁଛନ୍ତି । ତହସିଲଦାରଙ୍କ ଏଭଳି କରନାମା ବିଷୟରେ ସ୍ତ୍ରୀ ମୁହଁ ଖୋଲିବା ପରେ ଏବେ ଏନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।