ଶ୍ଵଶୁର ନେଲେ ବୋହୂ ମାନଙ୍କ ପରୀକ୍ଷା, ପଚାରିଲା ‘କେଉଁ ଋତୁ ସବୁଠୁ ଭଲ ?’ ହୃଦୟ ଜିତିନେଲା ସାନ ବୋହୂର ଜବାବ !

ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଦୁଃଖ ମଧ୍ୟରେ ଖୁସି ଖୋଜି ନିଏ ସେ ହିଁ ସବୁବେଳେ ଖୁସିରେ ରହିଥାଏ । ଆପଣମାନେ ଦେଖିଥିବେ କି ବହୁତ ଲୋକମାନେ ଭଲ ଆୟ କରନ୍ତି, ଧନୀ ବି ହୋଇଥାନ୍ତି, ତଥାପି ସେମାନେ ଖୁସିରେ ରହି ପାରନ୍ତି ନାହିଁ । ସେମାନେ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ଚିନ୍ତାରେ ରହିଥାନ୍ତି । ଅନ୍ୟ ପଟେ କିଛି ଲୋକମାନେ ବହୁତ କମ ଟଙ୍କା ଆୟ କରି ବି ବହୁତ ଖୁସିରେ ଅଛନ୍ତି ।

କମ ସଂଶାଧନରେ ସୁଖୀ ରହିବାର ଗୁଣ ଆପଣଙ୍କୁ ଜୀବନରେ ଖୁସି ନେଇ ଆସିଥାଏ । ଏହି କଥାକୁ ବୁଝାଇବା ପାଇଁ ଆମେ ଆପଣଙ୍କୁ ଏକ କାହାଣୀ କହିବୁ । ଗୋଟିଏ ଗାଁରେ ଜଣେ ସେଠ ରହୁଥିଲା । ସେଠର ଚାରି ପୁଅ ଥିଲେ । ପୁଅମାନେ ବହୁତ ହିଁ ଆଜ୍ଞାକାରୀ ଓ ପରିଶ୍ରମୀ ଥିଲେ । ସେଠ ନିଜର ପୁଅମାନଙ୍କର ବାହାଘର ଭଲ ପରିବାରର ଝିଅଙ୍କ ସହ କରିଦେଲେ । ସମସ୍ତେ ଖୁସିରେ ରହୁଥିଲେ ।

ପୁଣି ଦିନେ ସେଠ ନିଜର ଚାରି ବୋହୁଙ୍କ ପରୀକ୍ଷା କରିବା ପାଇଁ ଚିନ୍ତା କରିଲେ । ସେଠ ଜାଣିବାକୁ ଚାହୁଁ ଥିଲା କି ମୋର ଚାରି ଜଣ ବୋହୁ ମଧ୍ୟରେ କିଏ ସବୁଠୁ ଅଧିକ ବୁଦ୍ଧିମାନ ଅଟେ । ସେ ନିଜର ଚାରି ଜଣ ବୋହୁକୁ ଡାକି ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲା “ଭଲ ଦିନ କାହାକୁ କୁହାଯିବ” ? ସମସ୍ତେ ନିଜର ନିଜର ଜବାବ ଦେଲେ ।

ବଡ ବୋହୁ କହିଲେ କି, ବର୍ଷା ଦିନ ସବୁଠୁ ଭଲ ହୋଇଥାଏ । ବର୍ଷା ହେବ ନାହିଁ ତ ଫସଲ ହେବ ନାହିଁ, ପାଣିର ଅଭାବ ବି ଦେଖାଯିବ । ବିନା ପାଣିରେ ଲୋକମାନଙ୍କ ଜୀବନରେ ବି ନାନା ପ୍ରକକାରର ସମସ୍ୟା ଆସିଥାଏ । ବଡ ବୋହୁ ନିଜର କଥାକୁ ପ୍ରମାଣିତ କରିବା ପାଇଁ ଆହୁରି ବହୁତ କଥା କହିଲେ ।

ଦ୍ଵିତୀୟ ବୋହୁ ଥଣ୍ଡା ଦିନକୁ ଭଲ ବୋଲି କହିଲେ । ସେ କହିଲେ କି ଏହି ସମୟରେ ଆପଣ ନିଜ ଇଚ୍ଛା ଅନୁସାରେ ସବୁ ଖାଇ ପାରିବେ, ଏହି ସମୟରେ ଲୋକମାନେ ବହୁତ କମ ଅସୁସ୍ଥ ହୋଇଥାନ୍ତି । ତୃତୀୟ ବୋହୁ ଗରମ ଦିନକୁ ଭଲ କହିଲେ । ସେ ବି ନିଜର କଥାକୁ ପ୍ରମାଣିତ କରିବା ପାଇଁ ନାନା ପ୍ରକାରର ଉଦାହରଣ ଦେଲେ ।

ଶେଷରେ ଚତୁର୍ଥ ବୋହୁ କହିଲେ କି ଯେଉଁ ଦିନ ଗୁଡିକରେ ଆପଣ ଖୁସିରେ କଟିଥାନ୍ତି ସେହି ଦିନ ଗୁଡିକ ବହୁତ ଭଲ ଦିନ ହୋଇଥାଏ । ଯଦି ଶୁଖିଲା ରୁଟି ଖାଇ ପାଇଁ ଆପଣଙ୍କ ମନରେ ସନ୍ତୋଷ ଅଛି ଓ ପରିବାରରେ ପ୍ରେମର ଭାବନା ଅଛି, ତେବେ ସବୁଦିନ ଭଲରେ କଟିଥାଏ । ଶ୍ଵଶୁର ଛୋଟ ବୋହୁର ଏହି କଥା ଶୁଣି ବହୁତ ଖୁସି ହେଲେ ।