କିମ୍ (Kim Jong Un) ଙ୍କୁ ପରିବାର ଅଡୁଆ ! ଅଦ୍ଭୁତ ଅହଙ୍କାରୀ ରାଷ୍ଟ୍ରମୁଖ୍ୟ…କେବେ ଭଉଣୀ ତ କେବେ ସ୍ତ୍ରୀ !

ଅଦ୍ଭୁତ ଏହି ଅହଙ୍କାରୀ ରାଷ୍ଟ୍ରମୁଖ୍ୟ । ବିଚିତ୍ର ହୃଦୟର ମଣିଷ ଅଟନ୍ତି ଉତ୍ତର କୋରିଆର ଏହି ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ । ତାନ ଶାସନ ହୁକୁମ ଯେପରି କଠୋର ଏବଂ ଅଦ୍ଭୁତ ସେହିଭଳି ତାଙ୍କ ପାରିବାରିକ ସମ୍ପର୍କ ମଧ୍ୟ ଖୁବ ବିଚିତ୍ର । କେବେ ସେ ଗାଏବ ହୋଇଯାନ୍ତି ତ କେବେ ତାଙ୍କ ସ୍ତ୍ରୀଙ୍କ ଛାଇ ବି ଦେଖା ଯାଏନି । ଭଉଣୀ ଓ ଅନ୍ୟ ସମ୍ପର୍କୀୟଙ୍କ ଅବସ୍ଥା ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟଜନକ । ଏବେ କିମ୍ ଙ୍କ ପତ୍ନୀ ରୋଇ ସୋଲ ଜୁ ସର୍ବ ସାଧାରଣରେ ଦେଖାଦେବା ପୁଣି ଏହି ଚର୍ଚ୍ଚାକୁ ବଢାଇଛି ।

୬ ମାସ ପରେ ସ୍ଵାମୀ କିମ୍ ଙ୍କ ସହ ସେ ନଜର ଆସିଛନ୍ତି । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ କଥା କଥା କେ ମିଶାଇଲ ଭୟ ଦେଖାନ୍ତି । ଆମେରିକାର ଆଖିରେ ଆଖି ମିଶାଇ କଥା କୁହନ୍ତି । ସେ କେତେବେଳେ କଣ କରନ୍ତି ତାହା ଠଉରାଇବା ବି ମୁସ୍କିଲ । ନିଜ ଅସୁସ୍ଥତା ପାଇଁ ଚର୍ଚ୍ଚାରେ ଥିଲେ କିମ୍ । ଦୀର୍ଘ ମାସ ଧରି ତାଙ୍କର ଦେଖା ନଥିଲା । ହଠାତ ସାମ୍ନାକୁ ଆସିଲେ ଆଉ ତାଙ୍କ ଓଜନ ୨୦କିଲୋ ପାଖାପାଖି କମାଇ ଦେଇଥିଲେ ।

କୋଭିଡର ଭୟ କିମ୍ବା କିଛି ବଡ ରୋଗ ତାଙ୍କ ଆତ୍ମଗୋପନର କାରଣ ଥିବା ଚର୍ଚ୍ଚା ହେଉଛି । କିମ୍ ଜଙ୍ଗ ଉନ୍ ଙ୍କୁ ନେଇ ପ୍ରତିଦିନ ସାମ୍ନାକୁ ଆସେ କିଛି ନୂଆ କଥା । କିଛିଦିନ ତଳେ କିମ୍ ଙ୍କ ଭଉଣୀ ମୋର୍ଚ୍ଚା ସମ୍ଭାଳୁଥିଲେ । ବଡ ବଡ ଭାଷଣ ଦେଉଥିଲେ କିମ୍ ଙ୍କ ଭଉଣୀ । ଏବେ କିନ୍ତୁ ସେ ଗାୟବ ହୋଇ ଯାଇଛନ୍ତି । ଆଉ ଏବେ ଦୀର୍ଘ ଅନୁପସ୍ଥିତି ପରେ ସାମ୍ନାକୁ ଆସିଛନ୍ତି କିମ୍ ଙ୍କ ପତ୍ନୀ ।

ଆର୍ଥିକ ଦୃଷ୍ଟିରୁ ସେତେ ସ୍ବଚ୍ଛଳ ନୁହେଁ ଉତ୍ତର କୋରିଆ । ଏପରିକି ମଝିରେ ମଝିରେ ଲୋକଙ୍କୁ କମ୍ ଖାଇବାକୁ ନିର୍ଦ୍ଦେଶ ଦେଇଥିଲେ କିମ୍ । କିନ୍ତୁ ଏପଟେ ମିଶାଇଲ ପରୀକ୍ଷଣରୁ ପଛକୁ ହଟୁ ନାହାନ୍ତି ଏହି ଏକଛତ୍ରବାଦୀ ଶାସକ । ଲୋକଙ୍କୁ ଭୋକିଲା ରଖି ପାଲିଷ୍ଟିକ ମିଶାଇଲ ପରୀକ୍ଷଣ କରୁଛନ୍ତି । ଶୁଣାଯାଏ କି ନିଜ ଦାଦାଙ୍କୁ ଭୋକିଲା କୁକୁର ଆଗକୁ ଫିଙ୍ଗି ଦେଇଥିଲେ କିମ୍ । ଚୁଟି କାଟିବାଠୁ ନେଇ ଖାଇବା ଯାଏଁ ସବୁଠି ତାନାସାହିଙ୍କ ହୁକୁମ ।

ତାଙ୍କ ପିଲାମାନେ କେତେ ବଡ ହେଲେଣି ଓ କେଉଁଠି ପଢୁଛନ୍ତି ତାହା ମଧ୍ୟ ଗୋପନୀୟ । ଅଦ୍ଭୁତ ଶାସକ କିମ୍ କିଛି ଉଦ୍ଦେଶ୍ୟ ରଖି ପତ୍ନୀଙ୍କୁ ସାମ୍ନାକୁ ଆଣି ନାହାନ୍ତି ତ ? ଏନେଇ ଏବେ ସବୁଆଡେ ଚର୍ଚ୍ଚାରେ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।