T20 ରେ ନୂଆ ରେକର୍ଡ ଯୋଡିଲେ କ୍ରିକେଟର Deepak Hooda, ଏଭଳି ରେକର୍ଡ କେହି କେବେବି ଭାଙ୍ଗି ପାରିବେ ନାହିଁ, ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଉଦୀୟମାନ ଭାରତୀୟ କ୍ରିକେଟର ଦୀପକ ହୁଡା ନିଜ କ୍ରିକେଟ କ୍ଯାରିୟରରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି20 ସିରିଜ ଚାଲିଥିବା ବେଳେ ଦୀପକ ହୁଡା ଏହି ନୂଆ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ଯାଚରେ 4ଟି ୱିକେଟ ନେଇଛନ୍ତି ଦୀପକ ହୁଡା । 4ଟି ୱିକେଟ ନେଇ ସେ ରେକର୍ଡ ସ୍ଥାପନ କରିଛନ୍ତି । ମାତ୍ର 14ଟି ମ୍ଯାଚ ଖେଳି ବିଶ୍ଵ ରେକର୍ଡ କରିଛନ୍ତି ହୁଡା ।

କାହାକୁ କୌଣସି ବି ଖେଳାଳି ପକ୍ଷେ କରିବା ଅସମ୍ଭବ ବୋଲି କୁହାଯାଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ଯାଚ ବିଶିଷ୍ଟ ଟି20 ସିରିଜର ଦ୍ଵିତୀୟ ମ୍ଯାଚରେ ଦମଦାର ଖେଳ ପ୍ରଦର୍ଶନ କରିଛି ଭାରତୀୟ କ୍ରିକେଟ ଦଳ । ସୂର୍ଯ୍ୟକୁମାର ଯାଦବଙ୍କର ଶତକୀୟ ଇନିଂସ ଆଧାରରେ ଭାରତୀୟ ଦଳ 6ଟି ୱିକେଟ ହରାଇ 191 ରନ୍ ସ୍କୋର କରିବାରେ ସକ୍ଷମ ହୋଇଛି । ଏହାପରେ ନ୍ୟୁଜିଲାଣ୍ଡ ଦଳକୁ ମାତ୍ର 126 ରନ୍ ରେ ଅଟକାଇ ଦେଇଥିଲା ଦୀପକ ହୁଡାଙ୍କ ଉତ୍କୃଷ୍ଟ ବୋଲିଂ ।

ଏହି ବିଜୟ ସହ 1-0 ରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ । ଏହି ମ୍ଯାଚରେ ଭାରତ ପାଇଁ ଦୀପକ ହୁଡା ଏଭଳି କିଛି କରି ଦେଖାଇଛନ୍ତି ଯାହା ଅନ୍ୟ କୌଣସି ଖେଳାଳିଙ୍କ ପାଇଁ ଅସମ୍ଭବ ମନେ ହେଉଥିଲା । ରବିବାର ଦିନ ଖେଳା ଯାଇଥିବା ଏହି ମ୍ଯାଚ ଏକଦମ ଏକତରଫା ରହିଥିଲା । ପ୍ରଥମ ଇନିଂସ ଖେଳି ସୂର୍ଯ୍ୟକୁମାର ଯାଦବଙ୍କ ଶତକ ବଳରେ 191 ରନ୍ ସଂଗ୍ରହ କରିଥିଲା ଭାରତ । ସ୍ପିନର ବୋଲରଙ୍କ ଜାଦୁ ନ୍ୟୁଜିଲାଣ୍ଡକୁ ମାତ୍ର 126 ରେ ସୀମିତ ରଖିଥିଲା, ଫଳରେ ଭାରତ ମ୍ଯାଚ ବିଜୟୀ ହୋଇଥିଲା ।

ଦୀପକ ହୁଡା ସବୁଠୁ ଚମତ୍କାର ବୋଲିଂ କରି ମାତ୍ର ଗୋଟିଏ ଓଭରରେ ନ୍ୟୁଜିଲାଣ୍ଡର ତିନି ତିନୋଟି ୱିକେଟ ନେଇ ନ୍ୟୁଜିଲାଣ୍ଡର ଖେଳ ତମାମ କରି ଦେଇଥିଲେ । ଦୀପକ ହୁଡା ଏବେ ଯାଏଁ ମାତ୍ର 14ଟି ଆନ୍ତର୍ଜାତୀୟ ଟି20 ମ୍ଯାଚ ଖେଳିଛନ୍ତି । ତାଙ୍କର ଏଭଳି ଚମତ୍କାରୀ ପ୍ରଦର୍ଶନକୁ ସବୁଆଡେ ବେଶ ପ୍ରଶଂସା କରାଯାଉଛି । ଯାହାକି ପୁନରାବୃତ୍ତି କରିବା ଯେକୌଣସି ବୋଲରଙ୍କ ପକ୍ଷେ ଅସମ୍ଭବ ହୋଇପାରେ ବୋଲି କୁହାଯାଉଛି ।

ହୁଡା ଏକ ଶତକ ସହିତ ଟି20 କ୍ରିକେଟରେ 4ଟି ୱିକେଟ ନେଇଥିବା ପ୍ରଥମ ଭାରତୀୟ କ୍ରିକେଟର ହୋଇ ପାରିଛନ୍ତି । ଚଳିତ ବର୍ଷ ଆୟରଲ୍ୟାଣ୍ଡ ବିପକ୍ଷରେ ହୋଇଥିବା ମ୍ଯାଚରେ 104 ରନ୍ ର ଇନିଂସ ଖେଳିଥିଲେ ଦୀପକ ହୁଡା । ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ଯାଚରେ 10 ରନ୍ ବ୍ୟୟରେ 4ଟି ୱିକେଟ ନିଜ ନାଁରେ କରିଛନ୍ତି । ଯେଉଁଥି ପାଇଁ ଦୀପକ ହୁଡାଙ୍କ ରେକର୍ଡକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।