ନିଜ କାର୍ ଦୁର୍ଘଟଣାର ଛାତିଥରା ଘଟଣା କହିଲେ “ସିନ୍ଦୂର ର ଅଧିକାର” ସିରିଏଲର ହିରୋ Mithu, ଶୁଣନ୍ତୁ ସେ କଣ କହୁଛନ୍ତି, ଦେଖନ୍ତୁ video

ଓଡିଆ ଟେଲି ଅଭିନେତା ଲିକୁନ ଚୌଧୁରୀ ଓରଫ ମିଠୁ ଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ଓଡିଆ ସିରିଏଲ “ସିନ୍ଦୂର ର ଅଧିକାର” ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି ମିଠୁ । ତାଙ୍କ ଅଭିନୟର ଜାଦୁରେ ଦର୍ଶକଙ୍କୁ ସେ ବାନ୍ଧି ରଖି ପାରିଛନ୍ତି । ତେବେ ନିକଟ ଅତୀତରେ ସୋସିଆଲ ମିଡିଆରେ ଖବର ପ୍ରକାଶିତ ହୋଇଥିଲା କି, ଏକ କାର୍ ଦୁର୍ଘଟଣାର ସମୁଖୀନ ହୋଇଛନ୍ତି ଅଭିନେତା ମିଠୁ । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକ ମାନେ ବେଶ ମର୍ମାହତ ଓ ଚିନ୍ତିତ ହୋଇ ପଡିଥିଲେ ।

ମିଠୁଙ୍କ ସ୍ୱାସ୍ଥ୍ୟ କିପରି ଅଛି ଜାଣିବାକୁ ସମସ୍ତେ ଚାହିଁ ବସିଥିଲେ । ତେବେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇଛନ୍ତି ମିଠୁ । ନିକଟରେ ସେ ନିଜେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଭିଡିଓ ଜାରି କରିଛନ୍ତି । ଭିଡିଓରେ ମିଠୁ ବେଶ ଭଲ ଥିବା ଜଣା ପଡ଼ୁଛନ୍ତି । ତେବେ ପ୍ରଶଂସକଙ୍କ ପାଇଁ ଜାରି କରିଥିବା ଭିଡିଓରେ ମିଠୁ ତାଙ୍କ କାର୍ ଦୁର୍ଘଟଣା ସମୟର ପ୍ରକୃତ ଘଟଣା ବିଷୟରେ କହିଛନ୍ତି । ମିଠୁ କହିଛନ୍ତି କି, ମୁଁ ଏକଦମ ଠିକ ଅଛି, ସୁସ୍ଥ ଅଛି ଆଉ ନିଜ କାମରେ ବ୍ୟସ୍ତ ଅଛି ।

ମୁଁ ସୋସିଆଲ ମିଡିଆରେ ଦେଖିବାକୁ ପାଇଲି କି ସିରିଏଲର କିଛି ଦୃଶ୍ୟକୁ ଫେକ୍ ନ୍ଯୁଜ ବନେଇ ପ୍ରସାରିତ କରାଯାଉଛି । କିଛି ଚ୍ଯାନେଲ ତାଙ୍କର ମୃତ୍ୟୁ ହୋଇଥିବା ଖବର ସୁଦ୍ଧା ପ୍ରସାରିତ କରୁଛନ୍ତି । ପ୍ରକୃତରେ ସେ ସବୁ ସିରିଏଲର କାହାଣୀ । ସେହି ସବୁ ନ୍ଯୁଜକୁ ଦେଖି କିମ୍ବା ଶୁଣି କେହି ବି ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ।

ଆଉ ଯେଉଁମାନେ ଏହି ଫେକ୍ ନ୍ଯୁଜ ବନେଇ ମୋ ଫଟୋ ନେଇ ଏଡିଟ କରି ଏଭଳି ନ୍ଯୁଜ ପ୍ରସାରଣ କରୁଛନ୍ତି ଦୟାକରି ସେମାନେ ସେପରି କରନ୍ତୁ ନାହିଁ । ଏଭଳି ନ୍ଯୁଜ ଭାଇରାଲ କରିବା ଦ୍ଵାରା ମୋ ଫ୍ୟାନ୍ସ ତଥା ମୋ ଦର୍ଶକ ଓ ମୋ ପରିବାର ବ୍ୟସ୍ତ ହେଉଛନ୍ତି । ତେଣୁ ଏଭଳି ଫେକ୍ ନ୍ଯୁଜ କରୁଥିବା ଲୋକଙ୍କୁ ମୋର ଅନୁରୋଧ ଏଭଳି କରନ୍ତୁ ନାହିଁ ଏବଂ ଦର୍ଶକମାନେ ଏଭଳି ଚ୍ଯାନେଲକୁ ବ୍ଲକ ଓ ରିପୋର୍ଟ କରନ୍ତୁ ।

ଆପଣମାନେ ଏମିତି ସବୁବେଳେ ମୋତେ ଭଲପାଇବା ଦେଉଥାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।