Amitabh Bachchan ଙ୍କ ଜୁମ୍ମା ଚୁମ୍ମା ର ହିରୋଇନ Kimi Katkar ଏବେ କେଉଁ ଠି ଅଛନ୍ତି ଓ କଣ କରୁଛନ୍ତି ? ଜାଣନ୍ତୁ ଆକ୍ଟ୍ରେସ Kimi Katkar ଙ୍କ Biography

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସମୟ ବହୁତ ବଳବାନ ହୋଇଥାଏ । ସମୟ ଯେତେବେଳେ ଯାହାକୁ ଚାହିଁ ଥାଏ ତାକୁ ସଫଳ କରିଥାଏ ଓ ଯାହାକୁ ଚାହିଁ ଥାଏ ବିଫଳ କରି ପାରେ । ସମୟ ବେଳେବେଳେ ମନୁଷ୍ୟ କୁ ବାଟବଣା ମଧ୍ୟ କରି ଦେଇଥାଏ । କିନ୍ତୁ ସଫଳତା ର ଶୀର୍ଷ ରେ ପହଞ୍ଚିବା ପାଇଁ କେତେ ସମୟ ଲାଗିବ ଓ କେଉଁ ମାର୍ଗ ଉପଯୁକ୍ତ ରହିବ ତାହା କେହି କହି ପାରି ନ ଥାନ୍ତି । ତେବେ ସେହିପରି ଯଦି ଆମେ ଫିଲ୍ମ ବିଷୟ ରେ କଥା ହେବା ତେବେ ଏହା ଅନେକ କଳାକାର ଙ୍କୁ ଗୋଟିଏ ଫିଲ୍ମ ରୁ ହିଁ ସୁପର ଷ୍ଟାର କରିଦେଇଥାଏ ତ ଆଉ କାହାକୁ ଅନେକ ଫିଲ୍ମ କରିବା ସତ୍ତ୍ୱେ ମଧ୍ୟ ସଫଳତା ହାସଲ ହୋଇ ପାରି ନ ଥାଏ ।

ଆମେ ଆଜି ଆପଣଂକୁ ଏପରି ଜଣେ କଳାକାର ଙ୍କ ଵିଷୟ ରେ କହିବାକୁ ଯାଉଛୁ ଯିଏ ବଲିଉଡ କୁ ବହୁତ କମ ସମୟ ଦେଇଥିଲେ ମଧ୍ୟ ନିଜତ ଚମତ୍କାର ଅଭିନୟ ଜରିଆରେ ସମସ୍ତ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ଆସନ୍ତୁ ସେହି ଅଭିନେତ୍ରୀ ଙ୍କ ବିଷୟ ରେ ଅଧିକ କିଛି ଜାଣିବା ।

ବନ୍ଧୁଗଣ ଆମେ ଆଜି ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବାକୁ ଯାଉଛୁ ସେ ହେଉଛନ୍ତି ୮୦ ଓ ୯୦ ଦଶକ ର ସୁପର ଷ୍ଟାର ନାୟନତାରା କଟକର ବା କିମି କଟକର ଙ୍କ ବିଷୟ ରେ । ସେ ୧୧ ଡିସେମ୍ବର ୧୯୬୫ ମସିହା ରେ ମୁମ୍ବାଇ ରେ ଜନ୍ମ ହୋଇଥିଲେ । ତାଙ୍କ ମାଆ ଙ୍କ ନାମ ଟିନା କଟକର ଥିଲା । ଯିଏ ଅନେକ ଫିଲ୍ମ ରେ ଜୁନିୟର କଳାକାର ଭାବେ ନଜର ଆସିଥିଲେ । ସେ ସିନେମା ର ଲୋକଙ୍କ ମଝି ରେ ରହୁଥିବା ରୁ ତାଙ୍କୁ ଏହି ଦୁନିଆ ବହୁତ ଭଲ ଲାଗିଥିଲା ତେଣୁ ସେ ନିଜର ପାଠ ପଢିବା ସରିବା କ୍ଷଣି ମଡେଲିଙ୍ଗ ଆରମ୍ଭ କରିଥିଲେ ।

ଏହା ପରେ ସେ ନିଜର ପ୍ରଥମ ଫିଲ୍ମ ଆରମ୍ଭ କରିଥିଲେ । କିନ୍ତୁ ଏହି ଫିଲ୍ମ ର କାମ ଅଧା ରୁ ବନ୍ଦ ହୋଇ ଯାଇଥିଲା । କିନ୍ତୁ ଏହି ଫିଲ୍ମ ର ହିରୋ ଙ୍କ ସହିତ ତାଙ୍କ ର ବହୁତ ଭଲ ସଂପର୍କ ସୃଷ୍ଟି ହୋଇଥିଲା । ଏମିତି କୁହାଯାଏ କି ତାଙ୍କର ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା । ଏହା ପରେ ତାଙ୍କୁ ଆଉ ଏକ ଫିଲ୍ମ ରେ ଅଭିନୟ କରିବାର ସୁଯୋଗ ମଧ୍ୟ ମିଳିଥିଲା । ସେହି ଫିଲ୍ମ ରେ ସେ ବହୁତ ଭଲ ଅଭିନୟ କରିଥିଲେ । କିନ୍ତୁ ସେହି ଫିଲ୍ମ ପାଇଁ ସେ ଏତେଟା ପରିଚିତ ହୋଇ ପାରି ନ ଥିଲେ ।

ଏହା ପରେ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ଏକ ଫିଲ୍ମ ପାଇଁ ନୂଆ ଚେହେରା ର ସନ୍ଧାନ କରୁଥିଲେ । ସେହି ସମୟ ରେ ତାଙ୍କୁ କିମି କଟକର ଙ୍କ ଵିଷୟ ରେ ଶୁଣିବାକୁ ମିଳିଥିଲା । ଏହା ପରେ ସେ ତାଙ୍କ ସହିତ ଏହି ଫିଲ୍ମ ସମ୍ପର୍କରେ ଆଲୋଚନା କରିବା ପାଇଁ ଯାଇଥିଲେ ଓ ସେ ରାଜି ମଧ୍ୟ ହୋଇ ଯାଇଥିଲେ । ସେହି ଫିଲ୍ମ ଟି ର ନାମ ଥିଲା “ଟାରଜନ” । ଏହି ଫିଲ୍ମ ରେ ତାଙ୍କର ବୋଲଡ଼ ସିନ ପାଇଁ ସେ ବହୁତ ପରିଚିତ ହୋଇଯାଇଥିଲେ । ଏହା ପରେ ସେ ଆହୁରି ଅନେକ ଫିଲ୍ମ ରେ ଅଭିନୟ କରିଥିଲେ ଓ ବହୁତ ପ୍ରଶଂସା ସାଉଁଟିଥିଲେ ।

ଏହା ପରେ ତାଙ୍କର ଅମିତାଭ ବଚ୍ଚନ ଙ୍କ ସହିତ ଏକ ଫିଲ୍ମ ଆସିଥିଲା । ସେହି ଫିଲ୍ମ ର ଏକ ଗୀତ ଥିଲା ଝୁମା ଚୁମା ଦେ ଦେ । ଏହି ଗୀତ ଟି ସେହି ସମୟ ରେ ବହୁତ ପ୍ରସିଦ୍ଧ ହୋଇଥିଲା । ଏହି ଗୀତ ତାଙ୍କୁ ଏକ ନୂତନ ପରିଚୟ ଦେଇଥିଲା । ଏହା ପରେ ସେ ଧୀରେ ଧୀରେ ଫିଲ୍ମ ଜଗତ ରୁ ଦୁରେଇ ଯାଇଥିଲେ । ସେ ଶାନ୍ତନୁ ଶେରେୟ ଙ୍କୁ ବିବାହ କରିଥିଲେ । ଏହା ପରେ ମଧ୍ୟ ତାଙ୍କୁ ଅନେକ ଫିଲ୍ମ ପାଇଁ ଅଫର କରା ଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ ।

ସେ ସମ୍ପୂର୍ଣ୍ଣ ଭାବରେ ଫିଲ୍ମ ଦୁନିଆ ରୁ ଦୁରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଅଛି ଯାହାର ନାମ ହେଉଛି ସିଦ୍ଧାର୍ଥ ଶେରେୟ ଅଟେ । ଏହା ପରେ ସେ କିଛି ଦିନ ପାଇଁ ଅଷ୍ଟ୍ରେଲିଆ ରେ ରହିଥିଲେ ଓ ପୁଣି ଭାରତ କୁ ଫେରି ଆସିଥିଲେ । ତାଙ୍କୁ ଫିଲ୍ମ ଦୁନିଆ ରୁ ଦୁରେଇ ଯିବା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ତାଙ୍କ ପାଖରେ ସେହି ସବୁ ଜିନିଷ ଉପଲବ୍ଧ ହୋଇଯାଇଥିଲା ଯେଉଁଥି ପାଇଁ ସମସ୍ତେ ଫିଲ୍ମ ଜଗତ କୁ ଆସିବାକୁ ଚାହିଁଥାନ୍ତି । ତେଣୁ ସେ ସବୁଦିନ ପାଇଁ ଫିଲ୍ମ ଜଗତ ରୁ ଦୁରେଇ ଯାଇଥିଲେ । ବର୍ତ୍ତମାନ ସେ ନିଜ ପରିବାର ସହିତ ଖୁସି ରେ ଦିନ କାଟୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।