Rohit ଙ୍କ ଯୁଗ ଶେଷ ! ତିନି ଫର୍ମାଟରେ ତିନି ଅଲଗା କ୍ଯାପଟେନ ରଖିବ BCCI, Hardik Pandya ହେବେ T20 କ୍ଯାପଟେନ ଏବଂ ଟେଷ୍ଟ କ୍ଯାପଟେନ ହେବେ ଏହି ଯୁବ ଖେଳାଳି !

ଭାରତୀୟ କ୍ରିକେଟ ଦଳରେ ଧୋନି ଓ କୋହଲିଙ୍କ ଅଧିନାୟକତା ଶେଷ ହେବା ପରେ ବର୍ତ୍ତମାନ ତିନୋଟି ଫର୍ମାଟରେ ଅଲଗା ଅଲଗା ତିନିଜଣ ଅଧିନାୟକ ନିଯୁକ୍ତି କରିବା ନେଇ ଚିନ୍ତା କରୁଛି BCCI । କ୍ଷମତାର ବିଭାଜନ ସୂତ୍ର ଅନୁସାରେ ଟେଷ୍ଟ, ଦିନିକିଆ ଓ ଟି20 ପାଇଁ ଅଲଗା ଅଲଗା କ୍ଯାପଟେନ ରଖିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଦୀର୍ଘ ବର୍ଷ ଧରି ଆଇସିସି ଇଭେଣ୍ଟରେ ଅସଫଳ ହେବା ପରେ ଏବଂ ବିଶ୍ଵକପରେ ମଧ୍ୟ ବିଫଳ ହେବା ପରେ ଟିମ୍ ଇଣ୍ଡିଆର ନେତୃତ୍ଵକୁ ନେଇ ଚିନ୍ତା ଜାରି କରିଛି BCCI ।

2023ରେ ଦିନିକିଆ ବିଶ୍ଵକପ ଏବଂ 2024 ରେ ପୁଣି ଥରେ ଟି20 ବିଶ୍ଵକପ ହେବାକୁ ଥିବାବେଳେ ଏବେଠୁ ଆକ୍ସନ ମୋଡରେ ନଜର ଆସିଛି BCCI । ତେଣୁ ଟିମ୍ ଇଣ୍ଡିଆରେ ଏବେ ତିନୋଟି ଅଲଗା ଫର୍ମାଟରେ ତିନିଜଣ ଅଲଗା ଅଧିନାୟକ ରହିପାରନ୍ତି ବୋଲି ସୂଚନା ମିଳିଛି । ହାର୍ଦିକ ପାଣ୍ଡ୍ୟା ଦଳର ଆଗାମୀ ଟି20 ଅଧିନାୟକ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଗତ IPL ରେ ଗୁଜୁରାଟ ଟାଇଟାନ୍ସ ଦଳର ଅଧିନାୟକ ପଦ ତୁଲାଇ ଦଳକୁ IPL ବିଜେତା ଟାଇଟଲ ଭେଟି ଦେଇଥିବା ପାଣ୍ଡ୍ୟା ଟି20 ଦଳର ମଙ୍ଗ ସମ୍ଭାଳିବା ପାଇଁ ଯୋଗ୍ୟ ବୋଲି କୁହାଯାଉଛି ।

ତେବେ ଏହା ପୂର୍ବରୁ ମଧ୍ୟ ଭାରତୀୟ ଦଳ ପାଇଁ ଟି20 କ୍ଯାପଟେନ ହୋଇ ସାରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତଙ୍କ ଅସଫଳତା ପରେ ତାଙ୍କୁ କ୍ଯାପଟେନ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି20 ଅଧିନାୟକ ଘୋଷଣା କରାଯିବ ବୋଲି ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ତିନୋଟି ଯାକ ଫର୍ମାଟରେ କ୍ଯାପଟେନ ଅଛନ୍ତି ରୋହିତ ଶର୍ମା । ତାଙ୍କ ପ୍ରତିନିଧିତ୍ଵରେ ସବୁ ଫର୍ମାଟରେ ଖେଳୁଛି ଟିମ୍ ଇଣ୍ଡିଆ ।

ତାଙ୍କ ଉପରୁ ଚାପ କମ୍ କରିବାକୁ ରୋହିତଙ୍କୁ କେବଳ ଦିନିକିଆ ଦଳର କ୍ଯାପଟେନ ରଖାଯିବ ବୋଲି କୁହାଯାଉଛି । ତେବେ ଟି20 ଭଳି ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆକୁ ନୂଆ କ୍ଯାପଟେନ ମିଳିବେ ନା ରୋହିତ ଶର୍ମାଙ୍କୁ ଟେଷ୍ଟ କ୍ଯାପଟେନ ବଜାୟ ରଖାଯିବ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଟିମ୍ ଇଣ୍ଡିଆରେ ଧୋନି ଯୁଗ ଶେଷ ହେବା ପରେ ଲଗାତାର କ୍ଯାପଟେନ ପଦକୁ ନେଇ ଆଶା ଆଶଙ୍କା ଲାଗି ରହୁଛି ।

ଧୋନିଙ୍କ ପରେ ବିରାଟ କୋହଲିଙ୍କୁ ଦଳର ସମସ୍ତ ଫର୍ମାଟରେ କ୍ଯାପଟେନ କରା ଯାଇଥିଲା । ତାଙ୍କ ପରେ ରୋହିତଙ୍କ ଏହି ଭାର ହସ୍ତାନ୍ତର କରା ଯାଇଥିଲା । ICC ଟି20 ବିଶ୍ଵକପ ସେମିଫାଇନାଲରୁ ଭାରତ ବିଦା ହେବା ପରେ ବର୍ତ୍ତମାନ ଟି20 କ୍ଯାପଟେନ ପଦରେ ପରିବର୍ତ୍ତନ ନେଇ ଚିନ୍ତା କରୁଛି BCCI । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।