ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ବଡ ଝଟକା ! ଜୀବନ ଯୁଦ୍ଧରେ ହାରିଗଲେ ଲୋକପ୍ରିୟ ଅଭିନେତ୍ରୀ, ମୃତ୍ୟୁ ବେଳକୁ ମାତ୍ର 24 ବର୍ଷ ବୟସ ହୋଇଥିଲା…

ଟେଲି ଜଗତକୁ ପୁଣି ଥରେ ଲାଗିଛି ଶକ୍ତ ଝଟକା । ଟେଲି ଅଭିନେତ୍ରୀ ଏଣ୍ଡରିଲା ଶର୍ମା ଜୀବନ ଯୁଦ୍ଧରେ ହାରିଗଲେ । ଆଉ ସବୁଠୁ ଦୁଃଖର କଥା ହେଉଛି ମୃତ୍ୟୁ ବେଳକୁ ଏଣ୍ଡରିଲାଙ୍କୁ ମାତ୍ର 24 ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ କଲିକତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଭିନେତ୍ରୀ ଏଣ୍ଡରିଲା ଶର୍ମାଙ୍କର ଦେହାନ୍ତ ଘଟିଛି । ବଙ୍ଗୀୟ ଅଭିନେତ୍ରୀ ଏଣ୍ଡରିଲା ଶର୍ମା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ଏଣ୍ଡରିଲାଙ୍କୁ ଦୁଇ ଦିନ ପୂର୍ବରୁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରା ଯାଇଥିଲା । ଆଉ ଆଜି ପରଲୋକ ଗମନ କରିଛନ୍ତି ଏଣ୍ଡରିଲା । ତେବେ ଏଣ୍ଡରିଲା ମେଡିକାଲରେ ଥିବା ବେଳେ ତାଙ୍କ ପ୍ରେମିକ ସବ୍ୟସାଚୀ ଚୌଧୁରୀ ଅଭିନେତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ । ଆଉ ବର୍ତ୍ତମାନ ଏଣ୍ଡରିଲାଙ୍କ ମୃତ୍ୟୁରେ ତାଙ୍କ ପ୍ରେମିକ ସବ୍ୟସାଚୀ ଏବଂ ଏଣ୍ଡରିଲାଙ୍କ ପରିବାର ଏକଦମ ଭାଙ୍ଗି ପଡିଛନ୍ତି ।

ସୂଚନା ଅନୁଯାୟୀ ଗତ 15 ନଭେମ୍ବର ଦିନ ଏକା ସାଥିରେ ଏଣ୍ଡରିଲାଙ୍କୁ ଅନେକ ଗୁଡିଏ ହୃଦଘାତ ଆସିଥିଲା । ଫଳରେ ସେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ଏହା ପୂର୍ବରୁ ଏଣ୍ଡରିଲା କର୍କଟ ରୋଗ ସହ ଲଢିଥିଲେ ଆଉ ଅନେକ ମାତ୍ରାରେ ସୁସ୍ଥତା ମଧ୍ୟ ଲାଭ କରିଥିଲେ । ହେଲେ ଏହାଋ ମଧ୍ୟରେ ସେ ଅନେକ ଥର ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ ।

ଅନେକ ବଙ୍ଗୀୟ ଟିଭି ସିରିଏଲ ମାନଙ୍କରେ ଅଭିନୟ କରିଛନ୍ତି ଏଣ୍ଡରିଲା । ଖୁବ କମ୍ ବୟସରେ ଦର୍ଶକଙ୍କ ମନରେ ନିଜ ଅଭିନୟର ଜାଦୁ ସେ ଛାଡି ଯାଇଛନ୍ତି । କଲିକତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ଏଣ୍ଡରିଲାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ଫ୍ୟାନ୍ସଙ୍କୁ ମଧ୍ୟ ବେଶ ମର୍ମାହତ କରିଛି । ବଙ୍ଗୀୟ ଧାରାବାହିକ “ଝୁମର” ରୁ ନିଜ କ୍ଯାରିୟର ଆରମ୍ଭ କରିଥିଲେ ଏଣ୍ଡରିଲା । ଏହାସହ ଓଟିଟି ପ୍ଲାଟଫର୍ମରେ ଅନେକ ୱେବସିରିଜରେ ମଧ୍ୟ ନଜର ଆସିଥିଲେ ଏଣ୍ଡରିଲା ଶର୍ମା ।

ତେବେ ଏଣ୍ଡରିଲାଙ୍କ ମୃତ୍ୟୁ ଖବର ପାଇବା ପରେ ବର୍ତ୍ତମାନ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି । ଇଶ୍ଵର ତାଙ୍କ ଅମର ଆତ୍ମାକୁ ଶାନ୍ତି ଓ ସଦଗତି ପ୍ରଦାନ କରନ୍ତୁ ବୋଲି ଆମର ପ୍ରାର୍ଥନା ଓ କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।