ସ୍ଵାର୍ଥ ସରିଗଲା ବୋଲି ଏକା ଛାଡିଦେଲା ମଣିଷ ! ଗାଁ ଗାଁ ବୁଲି ଏବେ ନିଜ ମାଲିକକୁ ଖୋଜୁଛି ନିରୀହ ବୁଢା ଓଟ, ଆଖିରେ ଭିଜେଇ ଦେବ ଏହି ଦୃଶ୍ୟ, ଦେଖନ୍ତୁ video

ଆରେ ସ୍ଵାର୍ଥର ମଣିଷ, ତୋତେ ମୁଁ ପିଠିରେ ବସେଇ ସବୁଆଡେ ବୁଲେଇଛି ଆଉ ରୋଜଗାର ବି ଦେଇଛି । ତୋ ପିଲାକୁ ଖୁସି ଦେବାକୁ ମୁଁ ନଖାଇ ନପିଇ ମୋ ପିଠିରେ ମୁଁ କେତେ ଜଣଙ୍କୁ ବୋହିଛି । ତୁ କଣ ସେସବୁ ଭୁଲିଗଲୁ ? ଆଉ ତୋ ସ୍ଵାର୍ଥ ସରିଗଲା ପରେ ମୋତେ ଏମିତି ଅଧା ରାସ୍ତାରେ ଏକା କରିଦେଇ ଚାଲିଗଲୁ ? ମୁଁ ବୋଝ ବୋହୁଥିଲି ଆଉ ତୁ ଟଙ୍କା ନେଉଥିଲୁ । ମୁଁ କେବେ ସେ ଟଙ୍କାର ହିସାବ ବି ମାଗିନି । ମୋତେ ଯେତେବେଳେ ଯାହା ଗଣ୍ଡେ ଖାଇବାକୁ ଦେଲୁ ମୁଁ ସେତିକିରେ ସନ୍ତୁଷ୍ଟ ରହିଛି ।

ଆଉ ମୋ ବୟସ ଥିବାବେଳେ ତୁ ମୋତେ ଯେମିତି ଚାହିଁଲୁ ସେମିତି ନଚେଇଲୁ । ଯେତେ ଖଟିଲେ ବି ମୁଁ ଦିନେ ହେଲେ ବି ଅଭିଯୋଗ କରିନି । ହେଲେ ଏବେ ମୁଁ ବୁଢା ହୋଇଗଲି, ଭଲରେ ଟିକେ ଚାଲି ବୁଲି ପାରୁନି । ମୋ ପାଟିକୁ କିଛି ଖାଇବାକୁ ରୁଚୁନି । ଆଉ ଏତିକି ବେଳେ ତୁ ମୋତେ ଧୋକା ଦେଲୁ ? ଏହି ଓଟଟି ଯଦି କଥା କହି ପାରୁଥାନ୍ତା ତେବେ ଏମିତି କିଛି ନିଶ୍ଚୟ କହିଥାନ୍ତା । କାରଣ ଜୀବନସାରା ରୋଜଗାର ଦେଇଥିବା ଓଟ ବୁଢା ହେବା ପରେ ଅଧାରାସ୍ତାରେ ଛାଡି ଦେଇଗଲା ମାଲିକ ।

ବୟସ ଅଧିକ ହେବାରୁ କଣ ଖାଇବା ଓ କେଉଁଠି ବିଶ୍ରାମ ନେବ ସେଇ ଚିନ୍ତାରେ ଏବେ ଗାଁ ଗାଁ ବୁଲୁଛି ଓଟ । ଏ ଦୃଶ୍ୟ ଦେଖିଲେ ମନରେ ପ୍ରଶ୍ନ ଉଠେ ଆଜିର ସମାଜରେ ସତରେ କଣ ମଣିଷର ମାନବିକତା ମରିଗଲାଣି ? ମାଲିକ ଛାଡି ଦେବା ପରେ ଡାଳପତ୍ର ଖାଇ ଖୁବ ଦୟନୀୟ ଅବସ୍ଥାରେ ବଞ୍ଚୁଛି ଓଟ ।

ଆପଣ ଓଟକୁ ଦେଖି ଭାବୁଥିବେ ଓଟର ମାଲିକ କୁଆଡେ ଗଲା ? ଏମିତି ଅବସ୍ଥାରେ ଓଟକୁ କାହିଁକି ଛାଡିଦେଲା ? ଓଟ ବୁଢା ହେବାରୁ ମାଲିକ ତାକୁ ଅଜଣା ଜାଗାରେ ଛାଡି ଚାଲିଗଲା । ଆଉ ଏବେ ଓଟଟି ଗଳି ଗଳି ବୁଲି ମାଲିକକୁ ଖୋଜିବା ସହ ଡାଳପତ୍ର ଖାଇ ବଞ୍ଚୁଛି । ଓଟଟି ଘର ଓ ବାଡିରେ ଯାଇ ବୁଲିବା ଅଫଳରେ ଗ୍ରାମବାସୀ ମଧ୍ୟ ତାଙ୍କୁ ଦେଖି କଣ କରିବେ କିଛି ଚିନ୍ତା କରି ପାରୁନାହାନ୍ତି । ତେଣୁ ପ୍ରଶାସନ ଓଟଟିକୁ ନେଇଯାନ୍ତୁ ବୋଲି ଗ୍ରାମବାସୀ ଅନୁରୋଧ କରୁଛନ୍ତି ।

କାରଣ ଗାଁର ଛୋଟ ପିଲାମାନେ ତା’ ପଛରେ ଦୌଡୁଛନ୍ତି । ଓଟ ଦେହରେ ଅନେକ କ୍ଷତ ମଧ୍ୟ ରହିଛି ଯାହାର ଚିକିତ୍ସା କରିବା ଆବଶ୍ୟକ ରହିଛି । ଆଜିକୁ ପ୍ରାୟ 15ଦିନ ହେବ ବଉଳପୁର ଗାଁ ସାରା ବୁଲି ବୁଲି ତା’ ମାଲିକକୁ ଖୋଜୁଛି ଓଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।