ପୁଣି ସତ ହେଲା ମାଳିକା ଲେଖା ! ବାଗେଶ୍ଵର ଧାମରେ ସତକୁ ସତ ଜନ୍ମ ନେଲେ ପ୍ରଭୁ ହନୁମାନ, ଛୁଟୁଛି ଭକ୍ତଙ୍କ ସୁଅ…

ମାଳିକାରେ ଯାହା ଲେଖା ହୋଇଥିଲା ଠିକ ସେମିତି ହିଁ ହେଲା । ବାଗେଶ୍ଵର ଧାମରେ ସତରେ ଜନ୍ମ ହେଲେ ପ୍ରଭୁ ହନୁମାନ । ଯାହାଙ୍କୁ ଦର୍ଶନ କରିବା ପାଇଁ ଏବେ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ମାଳିକାରେ ଲେଖାଯାଇଛି କି ପ୍ରଭୁ ହନୁମାନ ପୁଣି ଥରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରିବେ । ଆଉ ଏବେ କୁଆଡେ ବାଗେଶ୍ଵର ଧାମ ସରକାରେ ପ୍ରଭୁ ହନୁମାନ ଜନ୍ମ ନେଇଛନ୍ତି । କଳିଯୁଗକୁ ପ୍ରଭୁ ହନୁମାନ ଫେରିବା ଚର୍ଚ୍ଚା ବ୍ୟାପିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ କହି ରଖୁଛୁ ଯେ ମହାପ୍ରଭୁ ହନୁମାନଙ୍କୁ ଅମରବର ମିଳିଥିଲା । ମଣିଷ ଅବତାରରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିବା ସମସ୍ତ ଭଗବାନ ଦିନେ ନା ଦିନେ ଦେହତ୍ୟାଗ କରିଥାନ୍ତି । ଆଉ ପୁଣି ଥରେ ଭିନ୍ନ ଅବତାରରେ ଜନ୍ମ ନେଇଥାନ୍ତି । ତେବେ ହନୁମାନ ପୁଣି ଥରେ କଳିଯୁଗରେ ଜନ୍ମ ନେବେ ବୋଲି ମାଳିକାରେ ସ୍ପଷ୍ଟ ହୋଇଛି । ହନୁମାନ ନିଜ ଭକ୍ତଙ୍କୁ ରକ୍ଷା କରିବେ ଓ ଶତ୍ରୁଙ୍କୁ ଉଚିତ ଶିକ୍ଷା ଦେବେ ବୋଲି ମଧ୍ୟ କୁହାଯାଇଛି ।

ଆଉ ବାଗେଶ୍ଵର ଧାମରେ ପ୍ରଭୁ ହନୁମାନ ଜନ୍ମ ନେଇଛନ୍ତି ବୋଲି ଜାଣିବା ପରେ ଏବେ ସେଠାକୁ ବହୁଳ ମାତ୍ରାରେ ଭକ୍ତଙ୍କ ଆଗମନ ହେଉଛି । ବାଗେଶ୍ଵର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପାଖକୁ ଭକ୍ତମାନେ ଦୌଡି ଆସିଥାନ୍ତି । ଠିକ ସେମିତି ଜଣେ ମହିଳା ତାଙ୍କ ପାଖକୁ ଦୌଡି ଆସିଥିଲେ ଓ ତାଙ୍କର ପିଲାଛୁଆ ହେଉ ନଥିବା ଜଣାଇଥିଲେ । ଆଉ ମିଳିଥିବା ସୂଚନା ଅନୁସାରେ ଜଣାପଡିଛି କି ଏବେ କୁଆଡେ ସେହି ମହିଳାଙ୍କ କୋଳରୁ ପ୍ରଭୁ ହନୁମାନ ଜନ୍ମ ନେଇଛନ୍ତି ।

କାରଣ ଉକ୍ତ ମହିଳା କୋଳରୁ ଜନ୍ମ ନେଇଥିବା ପୁତ୍ର ସନ୍ତାନର ଚେହେରା ଦେଖିବାକୁ ଏକଦମ ପ୍ରଭୁ ହନୁମାନଙ୍କ ଭଳି ହୋଇଛି । ମାଳିକାରେ ଲିଖିତ କଥା ସହ ଏହି ଘଟଣାର ବଡ ସମ୍ପର୍କ ଥିବା ଲୋକେ କଥା ହେଉଛନ୍ତି । ମାଳିକାରେ ଭବିଷ୍ୟତକୁ ନେଇ ଅନେକ କଥା ଲେଖାଥିବା ବେଳେ ଆଜିକାଲି ଯେଉଁ ଘଟଣା ସବୁ ଘଟୁଛି ତାହା ଖୁବ ମେଳ ଖାଉଛି । ପଶ୍ଚିମ ଦିଗରୁ ଶତ୍ରୁମାନେ ଆସି କଟକ ଉପରେ ଆକ୍ରମଣ କରିବେ ଏବଂ ସେହି ସମୟ ବେଳକୁ ପ୍ରଭୁ ହନୁମାନ ଜନ୍ମ ନେଇ ସାରିଥିବେ ।

ଶତ୍ରୁ ତାଙ୍କ ଭକ୍ତଙ୍କୁ ଆକ୍ରମଣ କରୁଥିବା ବେଳେ ହନୁମାନ ନିଜେ ଆସି ସେମାନଙ୍କୁ ରକ୍ଷା କରିବେ । ଏଭଳି କିଛି କଥା ମାଳିକାରେ ଲେଖାଥିବା ବେଳେ ଏବେ ତାଙ୍କ ଜନ୍ମ ଘଟଣାକୁ ନେଇ ଚର୍ଚ୍ଚା ବଢିଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।