ଭିଡିଓ ପାଇଁ ମୁଁ ଘରୁ ତଡା ଖାଇଛି ହେଲେ ବି ହାର୍ ମାନିନି, ନିଶ୍ଚେ ଅଭିନୟ କରି ଆଗକୁ ବଢିକି ଦେଖେଇବି… Youtuber Sanjay Das ଙ୍କ ଖାସ ଇଣ୍ଟରଭ୍ୟୁ

ସୋ-ସି-ଆ-ଲ ମି-ଡି-ଆ-କୁ ଆମେ ମନୋରଞ୍ଜନର ଏକ ମାଧ୍ୟମ ହିସାବରେ ବ୍ୟବହାର କରିଥାଉ । କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ସୋ-ସି-ଆ-ଲ ମି-ଡି-ଆ-ରୁ ଫେମସ୍ ହେବାସହ ଭଲ ପରିମାଣର ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି । ଖାସ କରି ୟୁଟ୍ଯୁବର ମାନେ ବିଭିନ୍ନ ପ୍ରକାର ଭିଡିଓ ବନେଇ ଲୋକଙ୍କ ମନୋରଞ୍ଜନ କରିବା ସହ ରୋଜଗାର କରୁଛନ୍ତି । ତେବେ ୟୁଟ୍ଯୁବର ସଞ୍ଜୟ ଦାସଙ୍କ ଏକ ସାକ୍ଷାତକାର ଏବେ ସାମ୍ନାକୁ ଆସିଛି । ସେ ୟୁ-ଟ୍ଯୁ-ବ ସମେତ ଇ-ନ-ଷ୍ଟା-ଗ୍ରା-ମ-ରେ ମଧ୍ୟ ଖୁବ ଫେମସ ।

ସଞ୍ଜୟ କମେଡି କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି । ହେଲେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏମିତି କିଛି କହିଛନ୍ତି ଯାହା ତାଙ୍କ କ୍ୟାମେରା ପଛର ଦରଦକୁ ବୟାନ କରୁଛି । ସଞ୍ଜୟ ମାଧ୍ଯମିକ ପରିବାରର ହୋଇଥିବା ବେଳେ ତାଙ୍କ ଘରଲୋକ ଚାହାନ୍ତି କି ସେ ତାଙ୍କ ଭାଇଙ୍କ ଭଳି ଚାକିରି କରନ୍ତୁ । କାରଣ ସଞ୍ଜୟଙ୍କ ଘର ତିଆରି ପାଇଁ ଓ ଅନ୍ୟ କେତେକ କାରଣ ପାଇଁ ବହୁତ ଗୁଡିଏ ଋଣ ତାଙ୍କ ମୁଣ୍ଡ ଉପରେ ରହିଛି ।

ଯାହାକି କେବଳ ଭାଇଙ୍କ ରୋଜଗାରରେ ପୂରଣ ହୋଇପାରୁନି । ହେଲେ ସଞ୍ଜୟଙ୍କର ଛୋଟବେଳୁ ଇଚ୍ଛା ଥିଲା କି ସେ କାହା ପାଖରେ ଚାକିରି କରିବେନି ବରଂ ନିଜେ କିଛି କରି ଦେଖାଇବେ । ଟିକଟକ ଥିବାବେଳେ ସେ ସେଥିରେ ଯେତେବେଳେ ଭିଡିଓ କରୁଥିଲେ ଏବଂ ବଣ୍ଟି ଅନୁଗୁଳିଆ ଓ ଗୁଲୁଆଙ୍କ ଭିଡିଓ ଦେଖୁଥିଲେ ସେତେବେଳୁ ନିଜେ କିଛି କରି ଦେଖେଇବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏଥିପାଇଁ ତାଙ୍କୁ ସମୟ ଦରକାର ।

ତାଙ୍କ ଘର ପରିସ୍ଥିତି ଯୋଗୁଁ ଏନେଇ ତାଙ୍କ ଘରେ ଅଶାନ୍ତି ମଧ୍ୟ ହୁଏ । ସେ ଚାକିରିରେ କାହିଁକି ମନ ଦେଉନାହାନ୍ତି ବୋଲି ଘରଲୋକ ଗାଳି ମଧ୍ୟ କରନ୍ତି । ସଞ୍ଜୟ ଘର ଛାଡି ପଳେଇବା କଥା ବି ଅନେକ ସମୟରେ ଭାବିଛନ୍ତି । ହେଲେ ପୁଣି ଥରେ ନିଜକୁ ବୁଝେଇ ରୁହନ୍ତି ଓ ନିଶ୍ଚୟ କରି ଦେଖେଇବେ ବୋଲି ନିଜ ଉପରେ ବିଶ୍ବାସ ରଖିଛନ୍ତି । ତେବେ ଇନଷ୍ଟାଗ୍ରାମ ଓ ୟୁଟ୍ଯୁବରୁ କିଛି ରୋଜଗାର ଟଙ୍କାରେ ସେ ନିଜ ପାଇଁ ଆଇଫୋନ ଟିଏ କିଣିଛନ୍ତି ।

ଆଗକୁ ଭିଡିଓ କରିବା ପାଇଁ ତାଙ୍କ ପାଖରେ ଉପଯୁକ୍ତ ସାମଗ୍ରୀ ନଥିବା ବେଳେ କିଛି ଅର୍ଥର ମଧ୍ୟ ଆବଶ୍ୟକ ହେଉଛି । ଯାହା ହୋଇପାରିଲେ ସେ ଆହୁରି ବେଶ ଭଲ ଭଲ ଭିଡିଓ କରି ଦର୍ଶକଙ୍କ ମନୋରଞ୍ଜନ କରିପାରିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।