ଇଂଜେକସନ ଦେଇକି କି କେମିତି କଣ କରିକି ମୋତେ ମାରିଦିଅ… ମୁଁ ଅନ୍ତରରୁ ମୃତ୍ୟୁ ଚାହୁଁଛି… ଏ ଦୃଶ୍ଯ ଦେଖିଲେ ଆପଣ କାନ୍ଦି ପକେଇବେ,

ସମସ୍ତେ ବଞ୍ଚିବା ପାଇଁ ଗୁହାରି କରୁଥିବା ବେଳେ ଏହି ଯୁବତୀଙ୍କ କ୍ଷେତ୍ରରେ କିନ୍ତୁ ତାହା ଭିନ୍ନ ଦେଖିବାକୁ ମିଳିଛି । ବିଛଣାରେ ଶୋଇ ରହୁଛନ୍ତି ଓ ଆଖିରୁ ଧାର ଧାର ଲୁହ ଗଡିଯାଉଛି । ମା’ ପାଖରେ ବସି ରହି ତାଙ୍କର ଦେହ ହାତ ଚିପି ଦେଉଛନ୍ତି । ହେଲେ ସୁସ୍ଥ ହେବା ବଦଳରେ ସେ ମୃ-ତ୍ୟୁ ଚାହାନ୍ତି ବୋଲି ଗୁହାରି କରିଛନ୍ତି । ଅସୁସ୍ଥ ଯୁବତୀଙ୍କ କହିବାନୁସାରେ, ସେ କଟକ ବଡ ମେଡିକାଲ, ଏମ୍ସ, କଟକ ଆଇଆଇଜି ହସ୍ପିଟାଲ, ଟାଟା ହସ୍ପିଟାଲ, ପଦ୍ମିନୀ କେୟାର ଏମିତି ବଡ ବଡ ହସ୍ପିଟାଲ ମାନଙ୍କରେ ଯୁବତୀ ଚିକିତ୍ସିତ ହେବାକୁ ଯାଇଥିଲେ ।

ସେଠାରେ ଡାକ୍ତରମାନେ ସବୁ ପରୀକ୍ଷା କରିବା ପରେ ତାଙ୍କୁ ଅନେକ ଗୁଡିଏ ମେଡ଼ିସିନ ଲେଖି ଦିଅନ୍ତି । ହେଲେ ସେସବୁ ଯୁବତୀଙ୍କ ଶରୀରରେ କାର୍ଯ୍ୟ କରେନାହିଁ । ଯେମିତିକୁ ସେମିତି ଯନ୍ତ୍ରଣା ଭୋଗ କରନ୍ତି ଯୁବତୀ । ତେଣୁ ଶେଷରେ ସେମାନେ ମନସ୍ତତ୍ଵବିତଙ୍କ ପରାମର୍ଶ ପାଇଁ ଲେଖି ଦିଅନ୍ତି । ଯୁବତୀ ଜଣ ଝାଡା ଓ ପରିସ୍ରା ଜନିତ ରୋଗରେ ପୀଡିତ ହୋଇଥିବା ବେଳେ ଡାକ୍ତରମାନେ ତାଙ୍କ ସମସ୍ଯା ଧରି ପାରୁନାହାନ୍ତି ବୋଲି ସେ କହିଛନ୍ତି ।

ଏବେ ଯାଏଁ ସେ ଅନେକ କଷ୍ଟ ସହିଲେଣି । ତେଣୁ ଆଉ ଚିକିତ୍ସା ଚାହୁଁନାହାନ୍ତି ଯୁବତୀ । ତାଙ୍କୁ ସହଜ ମୃ-ତ୍ୟୁ ଦିଆଯାଉ ବୋଲି ସେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଏହି ଯୁବତୀଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଆଲିଆ ଗାଁର ଅର୍ଜୁନ ବେହେରାଙ୍କ ଝିଅ ସାରଥି ବେହେରା । ବର୍ଷ ବର୍ଷ ଧରି ବିଭିନ୍ନ ମେଡିକାଲ ଦୌଡି ଦୌଡି ସୁସ୍ଥ ହେବାର ଆଶା ଛାଡି ଦେଲେଣି ଯୁବତୀ ।

ମା’ ବି ଝିଅର ଏଭଳି ଯନ୍ତ୍ରଣା ଆଉ ସହି ପାରୁନି । ତେଣୁ ସେ କାନ୍ଦି କାନ୍ଦି ସରକାରଙ୍କୁ ହାତ ଯୋଡି କହୁଛି ମୋ ଝିଅ ଯଦି ଭଲ ହେବନି ତେବେ ତାକୁ ଇଚ୍ଛା ମୃ-ତ୍ୟୁ ଦେଇଦିଅ । ଯୁବତୀଙ୍କର ପେଟ ଓ ଗୁ-ପ୍ତା-ଙ୍ଗ-ର ମାଂସପେଶୀ ଏତେ ଦୁର୍ବଳ ହୋଇଗଲାଣି ଯେ ତାହା ତାଙ୍କୁ ଝାଡା ପରିସ୍ରା କରିବାରେ ଅସୁବିଧା ହେବାସହ ତାହା ଆଉ ଭଲ ହେବନି ବୋଲି ଡାକ୍ତର କହୁଛନ୍ତି । ବଞ୍ଚିବାକୁ ସମସ୍ତଙ୍କର ଆଶା ଥାଏ ହେଲେ ଏତେ ଦୁଃଖ ଯନ୍ତ୍ରଣା ସହିବା ଅପେକ୍ଷା ଯୁବତୀ ମୃ-ତ୍ୟୁ-କୁ ଶ୍ରେୟ ମଣୁଛନ୍ତି ।

ଏହି ଯୁବତୀଙ୍କ ଅବସ୍ଥା ଦେଖିଲେ ଯେକେହି ମଧ୍ୟ କାନ୍ଦି ପକାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।