ଶ୍ରୀକ୍ଷେତ୍ରରେ ଅଲୌକିକ ଘଟଣା ! ସେବାୟତଙ୍କୁ ଦର୍ଶନ ଦେଲେ ପ୍ରଭୁ ବିଭୀଷଣ ! ପୁରା ଘଟଣା ଜାଣିଲେ ଲୋମ ଟାଙ୍କୁରି ଉଠିବ…!

ମହାବାହୁ ପ୍ରାର୍ଥନା ଶୁଣିଲେ ଆଉ ସେବାୟତଙ୍କୁ ସ୍ଵପ୍ନାଦେଶ ଦେଲେ । ଶ୍ରୀକ୍ଷେତ୍ରରେ ଘଟିଲା ଅଲୌକିକ ଘଟଣା । ସଂପୂର୍ଣ୍ଣ ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ରଥଯାତ୍ରାର ସମୟ ଥିଲା ଓ ସବୁଦିନ ଭଳି ସେଦିନ ମଧ୍ୟ ମହାବାହୁଙ୍କ ପୂଜା କରୁଥିଲେ ତାଙ୍କ ପ୍ରିୟ ସେବାୟତ । ମନେ ମନେ ସେ କେବଳ ଗୋଟିଏ ପ୍ରାର୍ଥନ କରୁଥିଲେ, ହେ ଚକାଆଖି, ଆପଣଙ୍କୁ ମୁଁ କଣ କହିବି ଆପଣଙ୍କୁ ତ ସବୁକିଛି ଜଣା ।

ପିଲାବେଳୁ ଶୁଣି ଆସୁଛି ଆଉ ଲୋକେ ବି କୁହନ୍ତି କି, ସାକ୍ଷାତ ପ୍ରଭୁ ବିଭୀଷଣ କୁଆଡେ ଆପଣଙ୍କୁ ଦର୍ଶନ କରିବାକୁ ଗୁଣ୍ଡିଚା ମନ୍ଦିର ଆସନ୍ତି । ମୁଁ ସଂପୂର୍ଣ୍ଣ ଶ୍ରଦ୍ଧା ଓ ନିଷ୍ଠାର ସହ ଆପଣଙ୍କ ସେବା କରେ । ବହୁଦିନ ହେଲା ମୋର ଗୋଟିଏ ଆଶା ଅଛି । ପ୍ରଭୁ ବିଭୀଷଣଙ୍କୁ ଦର୍ଶନ କରିବାକୁ ମୋତେ ଗୋଟିଏ ସୁଯୋଗ ଦିଅନ୍ତୁ । ଏଭଳି ଭାବେ ସବୁବେଳେ ମହାବାହୁଙ୍କ ଆଗରେ ବିନତି କରି ଆସନ୍ତି ସେବାୟତ ।

ଆଉ ହଠାତ ଦିନେ ମଧ୍ୟରାତ୍ରିରେ ସେବାୟତଙ୍କ ସ୍ଵପ୍ନରେ ଆସି ମହାବାହୁ କହିଲେ ଠିକ ଅଛି ତୁମର ବିଭୀଷଣଙ୍କୁ ଦର୍ଶନ କରିବା ଆଶା ପୂର୍ଣ୍ଣ ହେବ । ହେଲେ ଏଥିପାଇଁ ତୁମକୁ ଗୋଟିଏ କାମ କରିବାକୁ ହେବ । ତୁମେ କାଲି ସକାଳୁ ମନ୍ଦିର ଦ୍ଵାରରେ ଏକ ବେତ ଧରି ବସିବ । ଆଉ ସବୁ ଭକ୍ତଙ୍କୁ ବେତ ମଧ୍ୟ ଦେଇ ଯିବାକୁ କହିବ । ସ୍ଵପ୍ନରେ କେବଳ ଏତିକି କହି ମହାପ୍ରଭୁ ଅନ୍ତର୍ଦ୍ଧାନ ହୋଇଗଲେ ।

ଝାଳନାଳ ହୋଇ ଆଖି ଛଳଛଳ କରି ନିଦରୁ ଉଠିଗଲେ ସେବାୟତ । ପ୍ରଭୁ ସ୍ଵପ୍ନରେ ଆସିଥିବାରୁ ସେ ଯେତିକି ଖୁସି ହେଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଲେ । ପରଦିନ ସକାଳୁ ମହାପ୍ରଭୁ ଯାହା କହିଥିଲେ ସେ ଠିକ ସେମିତି କଲେ । ସେ ବେତ ଧରି ମନ୍ଦିର ଦ୍ଵାରରେ ବସିଥିବା ବେଳେ ଦେଖିଲେ କି ମନ୍ଦିର ଭିତରକୁ ଜଣେ ସାଧୁ ପ୍ରବେଶ କଲେ । ତାଙ୍କ ମୁହଁର ଚମକ ଏକଦମ ଅଲଗା ଥିଲା ।

ଗେରୁଆ ବସ୍ତ୍ର ପିନ୍ଧା ଲମ୍ବା ଶରୀର ଥିବା ସାଧୁଜଣକ କହିଲେ ବେତ ହଟାଅ ମୁଁ ପ୍ରଭୁଙ୍କ ଦର୍ଶନ ଲାଗି ମନ୍ଦିର ଭିତରକୁ ଯିବି । ହେଲେ ସେବାୟତ ତାଙ୍କୁ ବେତ ଡେଇଁ ଯିବାକୁ କହିଲେ । କିନ୍ତୁ ସାଧୁ ଏହାକୁ ବାରଣ କଲେ ଓ ସେବାୟତ ବାଧ୍ୟ ହୋଇ ବେତ ହଟାଇବା ପରେ ସେ ଦର୍ଶନ ପାଇଁ ମନ୍ଦିର ଭିତରକୁ ଗଲେ ।

ସାଧୁଙ୍କ ଆଚରଣ ଯୋଗୁଁ ସେ ହିଁ ପ୍ରଭୁ ବିଭୀଷଣ ବୋଲି ସେବାୟତଙ୍କୁ କିଛି ମାତ୍ରାରେ ଜଣା ପଡି ଯାଇଥିଲା । ସାଧୁ ଦର୍ଶନ ସାରି ଫେରିବା ପରେ ସେବାୟତ ତାଙ୍କ ପିଛା କରି ସମୁଦ୍ରକୁଳରେ ଆସି ପହଞ୍ଚିଲେ । ସାଧୁଙ୍କ ନିକଟକୁ ଯାଇ ବାସ୍ତବ ପରିଚୟ ଦେବାକୁ ଅନୁରୋଧ କରିଥିଲେ ସେବାୟତ । ସାଧୁ ତାଙ୍କୁ ପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶ ଓ ସ୍ଵପ୍ନାଦେଶ ଜଣାଇବା ପରେ ପ୍ରଭୁ ବିଭୀଷଣ ଆବିର୍ଭାବ ହୋଇଥିଲେ ।

ସେଠାରେ ସେ ସେବାୟତଙ୍କୁ ଏକ ସୁନା ଖଡୁ ଦେଇ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ଆଉ ସେହି ସୁନା ଖଡୁ ଏବେବି ସେବାୟତଙ୍କ ପାଖରେ ରହିଛି ଏବଂ ପ୍ରଭୁ ବିଭୀଷଣ ରଥଯାତ୍ରା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସନ୍ତି ବୋଲି କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।