Bollywood ର ଏହି 6 ଟି ଫେମସ ସାବତ ମା’ ଓ ପିଲାଙ୍କ ମଧ୍ୟରେ ଥିବା Age gap ଜାଣିଲେ ଆପଣଙ୍କ ହୋସ ଉଡିଯିବ, 2 ନଂ ଯୋଡି ର ବୟସ ଅନ୍ତର ସବୁଠୁ shocking

ନିଜ ଠାରୁ ବୟସରେ ବଡ ପୁଅ ବା ଝିଅଙ୍କୁ ବିବାହ କରିବା ବଲିଉଡରେ କିଛି ନୂଆ କଥା ନୁହେଁ । ବୟସର ବ୍ଯବଧାନ ଏମାନଙ୍କ ପ୍ରେମରେ କୌଣସି ପ୍ରତିବନ୍ଧକ ସାଜି ନାହିଁ । ଏହିପରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦ୍ଵିତୀୟ ଏବଂ ତୃତୀୟ ବିବାହ ମଧ୍ୟ କରିଛନ୍ତି । ଯାହାଫଳରେ ଅନେକ ବଲିଉଡ କଳାକାରଙ୍କ ସାବତ ମା ଏବଂ ସେମାନଙ୍କ ସାବତ ପିଲାଙ୍କ ମଧ୍ୟରେ ବୟସ ବ୍ଯବଧାନ ଖୁବ କମ ରହିଛି । ଆଜି ଆମେ ଆପଣଙ୍କୁ ଏହିପରି କିଛି ସାବତ ମା ଏବଂ ସାବତ ଛୁଆଙ୍କ ବୟସ ବ୍ଯବଧାନ କହିବୁ ।

ନଂ.୧:- କରୀନା କପୁର ଏବଂ ସାରା ଅଲ୍ଲୀ ଖାନ:

ସାରା ଅଲ୍ଲୀ ଖାନଙ୍କ ପିତା ସେଫ ଅଲ୍ଲୀ ଖାନ, କରୀନା କପୁରଙ୍କୁ ବିବାହ କରିବା ସାରାଙ୍କ ବୟସ ୧୮ ବର୍ଷ ହୋଇଥିଲା । ସାରା ଓ ସାବତ ମା କରୀନାଙ୍କ ମଧ୍ୟରେ ମାତ୍ର ୧୩ ବର୍ଷର ବୟସ ବ୍ୟବଧାନ ରହିଛି । କରୀନା କପୁର ଏବଂ ସାବତ ଭାଇ ତେମୁରଙ୍କ ସହ ସାରାଙ୍କ ସମ୍ପର୍କ ଖୁବ ଭଲ ଅଟେ ।

ନଂ.୨:- ହେମା ମାଳିନୀ ଏବଂ ସନ୍ନି ଦେଓଲ:

ଏହି ସାବତ ମା ଏବଂ ପୁଅଙ୍କ ତିକ୍ତ ସମ୍ପର୍କ କଥା ଆପଣ ସମସ୍ତେ ଜାଣିଛନ୍ତି । ହେମା ମାଳିନୀଙ୍କ ଜନ୍ମ ୧୯୪୮ ରେ ହୋଇଥିବା ବେଳେ ସନ୍ନି ଦେଓଲଙ୍କ ଜନ୍ମ ୧୯୫୬ରେ ହୋଇଥିଲା । ସାବତ ମାଆ ହେମା ମାଳିନୀଙ୍କ ଠାରୁ ସନ୍ନି ଦେଓଲ ମାତ୍ର ୮ ବର୍ଷ ସାନ ଅଟନ୍ତି ।

ନଂ.୩:- କିରଣ ରାଓ ଏବଂ ଜୁନେଦ ଖାନ:

 

ଅମିର ଖାନଙ୍କ ଦ୍ଵିତୀୟ ପତ୍ନୀ କିରଣ ରାଓ ଓ ତାଙ୍କ ପ୍ରଥମ ପୁଅ ଜୁନେଦ ଖାନଙ୍କ ମଧ୍ୟରେ ୨୦ ବର୍ଷର ବ୍ଯବଧାନ ରହିଛି । ଏମାନେ ଦୁହେଁ ପରସ୍ପର ସହ ଖୁବ ଭଲ ସମ୍ପର୍କ ନିଭାନ୍ତି ଓ ଅନେକ ସମୟରେ ଏମାନଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳେ ।

ନଂ.୪:- ଶ୍ରୀଦେବୀ ଏବଂ ଅର୍ଜୁନ କପୁର:

 

ଅର୍ଜୁନ କପୁର ଶ୍ରୀଦେବୀଙ୍କୁ କେବେ ମଧ୍ୟ ନିଜ ମା ମାନି ନଥିଲେ । ସେ ସବୁବେଳେ ତାଙ୍କୁ କେବଳ ବାପାଙ୍କ ସ୍ତ୍ରୀ ବୋଲି ମାନନ୍ତି । ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ଶ୍ରୀଦେବୀ ଏବଂ ଅର୍ଜୁନଙ୍କ ମଧ୍ୟରେ ମାତ୍ର ୧୮ ବର୍ଷର ବ୍ଯବଧାନ ଥିଲା ।

ନଂ.୫:- ସୁପ୍ରିୟା ପାଠକ ଏବଂ ସାହିଦ କପୁର:

ସୁପ୍ରିୟା ଏବଂ ସାହିଦ ବଲିଉଡର ସବୁଠୁ ଭଲ ସାବତ ମା-ପୁଅ ଯୋଡି । ସେମାନଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି । ମାଙ୍କୁ ଖୁବ ମାନନ୍ତି ସାହିଦ କପୁର । ସେମାନଙ୍କ ମଧ୍ୟରେ ୨୦ ବର୍ଷର ବ୍ଯବଧାନ ରହିଛି ।

ନଂ.୬- ହେଲେନ ଏବଂ ସଲମାନ ଖାନ:

ସଲମାନ ଖାନଙ୍କ ବାପା ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ହେଲେନଙ୍କୁ ଦ୍ଵିତୀୟ ବିବାହ କରି ନେଇଥିଲେ । କିନ୍ତୁ ସାବତ ମା ହେଲେନଙ୍କ ସହ ସଲମାନଙ୍କ ସମ୍ପର୍କ ଖୁବ ଭଲ ଅଟେ । ସଲମାନ ଖାନ ଏବଂ ତାଙ୍କ ସାବତ ମା ହେଲେନଙ୍କ ମଧ୍ୟରେ ପ୍ରାୟ ୨୩ ବର୍ଷର ବ୍ଯବଧାନ ରହିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।