ସାଇକେଲରେ ମାତ୍ର 20 ମିନିଟରେ 9 କିମି ଦୂର ଖାଇବା ନେଇ ପହଞ୍ଚିଲେ Zomato Boy, ଭାବୁକ ହୋଇ Customer ଏମିତି କାମ, ଶୁଣିଲେ ଆପଣ ବି କରିବେ ପ୍ରଶଂସା

ଦିନକୁ ଦିନ ଅନଲାଇନ ଫୁଡ ଡେଲିଭେରିର ପ୍ରଚଳନ ତିବ୍ର ଗତିରେ ବୃଦ୍ଧି ପାଉଛି । ସମସ୍ତେ ଘରେ ବସି ମନପସନ୍ଦର ଖାଇବା ଅର୍ଡର କରି ଆରାମରେ ଭୋଜନ କରୁଛନ୍ତି । କିନ୍ତୁ ଘରେ ବସିରହି ଆମେ ଯେଉଁ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ଉଠାଉଛୁ ଏହାପଛରେ କେତେ ପରିଶ୍ରମ ଲାଗୁଛି ତାହା ଆମେ ସହଜରେ ବୁଝିପାରୁ ନାହିଁ । କୃଷକ ଯେପରି ଦିନରାତି ପରିଶ୍ରମ କରି କ୍ଷେତରେ ଖାଦ୍ୟ ଅମଳ କରୁଛି ସେହିପରି ଏହି ଡେଲିଭେରି ବୟ ମାନେ ମଧ୍ୟ ପରିଶ୍ରମ କରି ଆସି ଖାଦ୍ୟକୁ ଆମ ପାଖରେ ସୁରକ୍ଷିତ ଭାବେ ପହଞ୍ଚାଉଛନ୍ତି ।

ଆଜି ଆମେ ଆପଣଙ୍କୁ ଏପରି ଏକ ଡେଲିଭେରି ବୟଙ୍କ ବିଷୟରେ କହିବୁ ଯିଏ ୯କିମି ଦୂର ସାଇକେଲ ଚଳେଇ ଅର୍ଡର ଡେଲିଭେରି କରିଥିଲେ । ଯାହାପରେ ସମସ୍ତଙ୍କ ମନରେ ସେହି ଡେଲିଭେରି ବୟଙ୍କ ପ୍ରତି ସମ୍ମାନ ବଢି ଯାଇଥିଲା । ଘଟଣାଟି ହେଉଛି ହାଇଦ୍ରାବାଦର କିଙ୍ଗ କୋଟି ଇଲାକାର । ସେଠାରେ ଜୋମାଟୋ ର ଜଣେ ଡେଲିଭେରି ବୟ ମାତ୍ର ୨୦ ମିନିଟ ମଧ୍ୟରେ ଅର୍ଡର ଡେଲିଭେରି କରିଛନ୍ତି । କିଙ୍ଗକୋଟି ଇଲାକାର ରବିନ ମୁକେଶ ଦିନେ ରାତିରେ ୧୦:୩୦ ସମୟରେ ଜୋମାଟୋରେ ଖାଇବା ଅର୍ଡର କରିଥିଲେ ।

ସେହି ଡେଲିଭେରିକୁ ମହମ୍ମଦ ଅକିଲ ଅହମଦ ନାମକ ଡେଲିଭେରି ବୟ ସାଇକେଲରେ ମାତ୍ର ୨୦ମିନିଟରେ ରବିନଙ୍କ ଅର୍ଡର ପହଞ୍ଚାଇ ଦେଇଥିଲେ । ଅକିଲଙ୍କ ଏପରି କଠିନ ପରିଶ୍ରମରେ ରବିନ ଖୁବ ପ୍ରଭାବିତ ହୋଇଥିଲେ । ଏହାପରେ ସେ ଅକିଲଙ୍କ ସହ ଏକ ଫଟୋ ଉଠାଇ ଫେ-ସ-ବୁ-କ-ରେ ପୋ-ଷ୍ଟ କରି ଦେଇଥିଲେ, ଯାହା ଖୁବ ଭା-ଇ-ରା-ଲ ହୋଇଥିଲା । ଏହି ପୋଷ୍ଟରେ ରବିନ, ଅକିଲଙ୍କ ପୁରା କାହାଣୀ ଲେଖିଥିଲେ ଯାହା ପଢି ଲୋକେ ଡେଲିଭେରି ବୟଙ୍କ ହୋସଲାକୁ ସଲାମ କରିଥିଲେ ।

ଏହାସହ ଅକିଲଙ୍କ ପାଇଁ କିଛି କରିବାକୁ ଅନେକ ଲୋକ ମତ ମଧ୍ୟ ରଖିଥିଲେ । ଲୋକଙ୍କର ଭଲ ପ୍ରତିକ୍ରିୟା ମିଳିବା ପରେ ରବିନ ତାଙ୍କର କିଛି ବନ୍ଧୁଙ୍କ ସହ ଏକ ଅଭିଯାନ ଆରମ୍ଭ କରିଥିଲେ ଓ ଏହାର ମଧ୍ୟ ଖୁବ ଭଲ ପ୍ରଭାବ ହୋଇଥିଲା। ଦେଖୁ ଦେଖୁ ମାତ୍ର ୧୦ ଘଣ୍ଟା ମଧ୍ୟରେ ସେ ୭୩ହଜାର ରୁ ମଧ୍ୟ ଅଧିକ ଟଙ୍କା ଏକାଠି କରିନେଲେ । ସେହି ଟଙ୍କାରେ ଅକିଲଙ୍କ ପାଇଁ ଏକ ବାଇକ କିଣିଥିଲେ ଓ ବଳକା ଟଙ୍କାରେ ଅକିଲଙ୍କ କଲେଜ ଫିସ ଭରିଥିଲେ । ଏହି ଅଭିଯାନ ପୁରା ହେବା ପରେ ରବିନ ଫେସବୁକରେ ଆଉ ଏକ ପୋଷ୍ଟ ମାଧ୍ୟମରେ ଏହା ଜଣାଇଥିଲେ ।

ସେମାନେ ଅକିଲଙ୍କୁ ଏକ ନୂଆ ଟିଭିଏସ ଏକ୍ସଏଲ ବାଇକ ସହ ରେନକୋର୍ଟ, ହେଲମେଟ, ମାସ୍କ ପ୍ଯାକେଟ ଓ ସାନିଟାଇଜର ମଧ୍ୟ ଦେଇଥିଲେ । ଅକିଲଙ୍କ ବୟସ ମାତ୍ର ୨୧ ବର୍ଷ ଓ ସେ ଜଣେ ତୃତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର । ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ପରିବାର ଗୁଜୁରାନ ମେଣ୍ଟାଇବା ପାଇଁ ସାଇକେଲରେ ହିଁ ଅର୍ଡର ଡେଲିଭେରି କରୁଛନ୍ତି । ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡୁଛି । ଏବେ ବାଇକ ପାଇ ଅକିଲ ଖୁବ ଖୁସି ଅଛନ୍ତି ଓ ରବିନ, ତାଙ୍କ ବନ୍ଧୁ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।