ସ୍ଵାମୀ ଠାରୁ ପିଛା ଛଡାଇବା ପାଇଁ ପ୍ରେମ ସମ୍ବନ୍ଧ କରିଲା, ପ୍ରେମୀ ବିବାହ କରିବାକୁ ମନା କରିଲା ତ କରିଲା ଏମିତି ଖରାପ କାମ…

ଗୋଟିଏ ବିବାହିତ ମହିଳା ପ୍ରେମୀ ଠାରୁ ଧୋକା ଖାଇବା ପରେ ସଲ୍ଫାସ ଖାଇ ନିଜର ଜୀବନ ଦେଇଦେଲା । ଆତ୍ମହତ୍ୟାର କାରଣ ପ୍ରେମୀ ବିବାହ ପାଇଁ ନା କହିବାର କାରଣ ବୋଲି କୁହାଯାଉଛି । ମହିଳା ନିଜର ଜୁଆରୀ ସ୍ଵାମୀ ପାଇଁ ଦୁଃଖୀ ଥିଲା, ସେଥିପାଇଁ ସେ ପ୍ରେମ ସମ୍ବନ୍ଧ କରିଥିଲା, କିନ୍ତୁ ତାକୁ ସେତେବେଳେ ଝଟକା ଲାଗିଲା ଯେତେବେଳେ ତାହାର ପ୍ରେମୀ ବିବାହ କରିବା ପାଇଁ ମନା କରିଦେଲା ।

ଏମିତିରେ ମହିଳା ଜଣକ ଦୁଃଖି ହୋଇ ନିଜର ଜୀବନକୁ ହିଁ ଶେଷ କରିଦେଲା । ପୋଲିସ ଶବର ପୋସ୍ଟମର୍ଟମ କରି ପରିଜନମାନଙ୍କୁ ଦେଇ ଦେଇଛି । ମୃତକ ପିତାର ବୟାନ ଉପରେ ହିଁ ପୋଲିସ ସ୍ଵାମୀ ଓ ପ୍ରେମୀ ଦୁଇ ଜଣଙ୍କ ଉପରେ କେସ ରୁଜୁ କରିଛି । ମୃତକ ମହିଳାର ନାମ ମନଦୀପ କୌର ଅଟେ ଓ ତାହାର ସ୍ଵାମୀର ନାମ ରମନ କୁମାର ଅଟେ, ଯେତେବେଳେ କି ପ୍ରେମିକର ନାମ ସାହିଲ ଅଟେ ।

ଦଶ ବର୍ଷ ପୂର୍ବେ ହୋଇଥିଲା ବିବାହ

ପୋଲିସକୁ ଦେଇଥିବା ବୟାନରେ ମନଦୀପ କୌର ର ପିତା ଅମରଜୀତ ସିଂହ କହିଲେ କି ସେ ପାଖାପାଖି ୧୦ ବର୍ଷ ପୂର୍ବେ ନିଜ ଝିଅ ମନଦୀପ କୌର ର ବିବାହ ରମନ କୁମାର ସହ କରିଥିଲେ । ବିବାହ ପରେ ଜଣା ପଡିଲା କି ରମନ କୁମାର ମଦ୍ୟପାନ କରେ ଓ ଜୁଆ ବି ଖେଳେ । ରମନକୁ ମନଦୀପ କୌର ବାରମ୍ବାର କହିବା ସତ୍ତ୍ୱେ ବି ରମନ ଜୁଆ ଖେଳୁଥିଲା । ଏହା ଛଡା ମଦ୍ୟପାନ କରି ମନଦୀପ କୌରକୁ ରମନ କୁମାର ମାରପିଟ ମଧ୍ୟ କରୁଥିଲା ।

ଏହା ପରେ ଜଣା ପଡିଲା କି ରମନ ଜୁଆ ଖେଳିବା ପାଇଁ ସାହିଲ ନାମକ ଏକ ବ୍ୟକ୍ତି ଠାରୁ ଟଙ୍କା ଧାର ନେଉଥିଲା । ଧାର ଟଙ୍କା ମାଗିବା ପାଇଁ ସାହିଲ କେତେ ଥର ରମନର ଘରକୁ ମଧ୍ୟ ଯାଉଥିଲା । ଯାହା ପରେ ଧୀରେ ଧୀରେ ସାହିଲ ଓ ମନଦୀପ କୌର ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢି ଉଠିଲା । ବିବାହର ଝାସା ଦେଇ ଅନେକ ସ୍ଵପ୍ନ ଦେଖାଇ ସାହିଲ ମନଦୀପ କୌର ସହିତ ଶାରୀରିକ ସମ୍ବନ୍ଧ କରିବା ଆରମ୍ଭ କରିଦେଇଥିଲା ।

ମନଦୀପ କୌର ଯେତେବେଳେ ବି ସାହିଲକୁ ବିବାହ କଥା କହୁଥିଲା ତ ସାହିଲ ବିଭିନ୍ନ ବାହାନା କରି କଥାକୁ ଟାଳି ଦେଉଥିଲା । ବାରମ୍ବାର ବିବାହ ବିଷୟରେ କହିବାରୁ ସାହିଲ ପ୍ରଥମେ ନିଜର ସ୍ଵାମୀକୁ ଛାଡପତ୍ର ଦେବା ପାଇଁ ସର୍ତ ରଖିଲା । ଏଥିପାଇଁ ମନଦୀପ କୌର ୧୮୧କୁ ଫୋନ କରି ଛାଡପତ୍ରର ଦରଖାସ୍ତ ମଧ୍ୟ ଦେଇଥିଲା । ଯେତେବେଳେ ରମନକୁ ଏହି କଥା ବିଷୟରେ ଜଣା ପଡିଲା ତ ସେ ମନଦୀପ କୌରକୁ ଘରୁ ବାହାର କରିଦେଲା ।

ଶେଷରେ ମନଦୀପ କୌର ନିଜର ପିତା ଘରେ ରହିବାକୁ ଲାଗିଲା । ଏହା ପରେ ପୁଣିଥରେ ସାହିଲ ସର୍ତ ରଖିଲା କି ସେ ବିବାହ କରିବ କିନ୍ତୁ ତାହାର ୬ ବର୍ଷର ପୁଅକୁ ଆପଣାଇବ ନାହିଁ । ଶେଷରେ ଏହି ସମସ୍ତ କଥାରେ ଚିଡି ଯାଇ ମନଦୀପ କୌର ଆତ୍ମହତ୍ୟା କରି ଦେଲା । ବର୍ତ୍ତମାନ ପୋଲିସ ଉଭୟ ପ୍ରେମୀ ଓ ସ୍ଵାମୀକୁ ନିଜ ଗିରଫରେ ରଖି ଏହି ମାମଲାର ଯାଞ୍ଚ କରୁଛି ।