୮ ପାକ ନାଗରିକଙ୍କୁ ମିଳିଲା ଭାରତର ନାଗରିକତା, ଖୁସି ହୋଇ ଲଗାଇଲେ ବନ୍ଦେ ମାତରମ ର ନାରା

ସଂଶୋଧିତ ନାଗରିକତା ଆଇନ ବିରୁଦ୍ଧରରେ ଦେଶର ବିଭିନ୍ନ ଜାଗାରେ  ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନ ଭିତରେ ୮ ଜଣ ପାକିସ୍ତାନୀ ନାଗରିକଙ୍କୁ  ମଙ୍ଗଳବାର ଦିନ ଭାରତୀୟ ନାଗରିକତା ଦିଆଯାଇଅଛି । କୁହାଯାଉଛି କି ଭାରତୀୟ ନାଗରିକତା ରାଜସ୍ଥାନରେ ରହୁଥିବା ୮ ଜଣ ପାକିସ୍ତାନ ନାଗରିକଙ୍କୁ ଦିଆଯାଇଛି । ଯିଏକି ୯୦ ଦଶକରେ ଭାରତ ଆସିଥିଲେ ଓ ସେବେ ଠାରୁ ଶରଣାର୍ଥୀ ହିସାବରେ ଏଠାରେ ରହୁଥିଲେ । ପାକିସ୍ତାନରେ ଏମାନଙ୍କ ସହିତ ହୋଇଥିବା ବ୍ୟବହାର ଭାରତ ଆସିବାର କାରଣ ହୋଇଥିଲା ।

ପାକିସ୍ତାନରେ ହୋଇଥିବା ଆଚରଣ

ରାଜସ୍ଥାନର କୋଟାର ଲୋକମାନେ ପାକିସ୍ତାନରେ ରହୁଥିଲେ କିନ୍ତୁ ସେମାନେ ହିନ୍ଦୁ ହୋଇଥିବାରୁ ସେମାନଙ୍କ ସହ ବିଭିନ୍ନ ପ୍ରକାରର ଅତ୍ୟାଚାର କରାଯାଉଥିଲା ।ଏହି ଆଚରଣ କାରଣରୁ ୯୦ ଦଶକରେ ସେମାନେ ଭାରତ ଆସିଥିଲେ । ଭାରତ ଆସିଲା ପରେ ଏମାନେ ଭାରତରେ ଶରଣାର୍ଥୀ ଭାବରେ ରହିଥିଲେ । ବର୍ଷ ୨୦୦୦ରେ ଏମାନେ ନିଜର ବନ୍ଧୁବାନ୍ଧବଙ୍କ ସହ ରହିବାକୁ ଲାଗିଲେ । ବହୁତ ସମୟ ପରେ ଏମାନଙ୍କୁ ଭାରତର ନାଗରିକତା ଭାରତ ସରକାରଙ୍କ ଠାରୁ ମିଳିଛି ଏବଂ ଏମାନେ ଭାରତର ନାଗରିକ ହୋଇଛନ୍ତି ।

ଏହି ୮ଜଣ ନାଗରିକଙ୍କୁ କୋଟାର କଲେକ୍ଟର ଓମ ପ୍ରକାଶଙ୍କ ଦ୍ଵାରା ନାଗରିକତା ଦିଆଯାଇଥିଲା । ଭାରତର ନାଗରିକତା ପାଇଥିବା ଏହି ନାଗରିକମାନଙ୍କୁ  ପ୍ରଥମେ ଫୁଲ ହାର ଦେଇ ତା’ପରେ ନାଗରିକତାର ପ୍ରମାଣ ପତ୍ର ଦିଆଗଲା । ଏହି ପ୍ରମାଣ ପତ୍ର ପାଇଁ ସେମାନେ ବହୁତ ଖୁସି ହୋଇଥିଲେ ଏବଂ ମୋଦି ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ପରେ ସେମାନେ ଭାରତମାତା କି ଜୟ ଏବଂ ବନ୍ଦେ ମାତରମର ନାରା ଦେଇଥିଲେ ।

ଯେଉଁମାନଙ୍କୁ ଭାରତର ନାଗରିକତା ଦିଆଯାଇଛି ସେମାନଙ୍କ ନାମ ଗୁରୁଦାଶ ମଲ ପୁତ୍ର ଭିକଚନ୍ଦ୍ର,ବିଦ୍ୟା କୁମାରୀ ପୁତ୍ରୀ ଅସଦୋମଲ, ଆଇଲମଲଙ୍କ ପୁତ୍ର ଧର୍ମମଲ, ଶୁଶୀଳନଙ୍କ ବାଈ ପୁତ୍ର ନାନୁମଲ,ଋକମଣିଙ୍କ ପୁତ୍ରୀ ଖୋବୁମଲ,ନରେଶ କୁମାରଙ୍କ ପୁତ୍ର ଚନ୍ଦ୍ରମଲ,ସେବକ ପୁତ୍ର ଧର୍ମମନ ମଲ ଏବଂ କୌଶଲ୍ୟା ବାଈଙ୍କ ପୁତ୍ରୀ ନାନୁମଲ ଅଟେ । ଏମାନେ ସବୁ ପାକିସ୍ତାନର ସିନ୍ଧପ୍ରାନ୍ତରେ ରହୁଥିବା ସିନ୍ଧି ସମୁଦାୟର ଲୋକ ଅଟନ୍ତି । ପାକିସ୍ତାନର ଅତ୍ୟାଚାର କାରଣରୁ ସେମାନେ ଭାରତକୁ ଆସିଥିଲେ ।

ଝିଅର ନାମ ରଖିଲେ ନାଗରିକତା

ଏହା ପୂର୍ବରୁ ଦିଲ୍ଲୀରେ ରହୁଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ଝିଅକୁ ବି ନାଗରିକତାର ପ୍ରମାଣ ପତ୍ର ଦିଆଯାଇଥିଲା | ଏହି ଶରଣାର୍ଥୀଙ୍କ ଝିଅର ଜନ୍ମ ଡିସେମ୍ବର ୯ରେ ହେଇଥିଲା ଏବଂ ତାକୁ ଜନ୍ମ ପରେ ଭାରତର ନାଗରିକତା ମିଳିଥିଲା । ସେଥିପାଇଁ ତାର ନାମ ତାର ଘର ଲୋକ ନାଗରିକତା ରଖିଥିଲେ ।

କହିଦେଉଛୁ କି ବର୍ତ୍ତମାନ ସଂଶୋଧିତ ନାଗରିକତା ଆଇନକୁ ଲୋକସଭା ଓ ରାଜ୍ୟସଭାରେ ପାସ କରାଯାଇଛି । ଏହି ନିୟମ ଅନୁସାରେ ଶରଣାର୍ଥୀ ମାନଙ୍କୁ ଭାରତର ନାଗରିକତା ଦେବାର ପ୍ରାବଧାନ ରହିଛି । କିନ୍ତୁ ଏହି ପ୍ରବଧାନରେ ମୁସ୍ଲିମ ସମୁଦାୟର ଲୋକଙ୍କୁ ସାମିଲ କରାଯାଇ ନାହିଁ ।