ଏହି ୬ଟି ରାଶିର ଯୋଡି ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ସ୍ଵର୍ଗରେ ବି ରୁହନ୍ତି ନାହିଁ ଦୂରରେ, ଜାଣନ୍ତୁ ନିଜର ସ୍ଥିତି

ଶାସ୍ତ୍ରରେ ସ୍ତ୍ରୀ ଓ ପୁରୁଷଙ୍କ ସମ୍ପର୍କ ବିଷୟରେ ବହୁତ କଥା ବର୍ଣ୍ଣନା କରାଯାଇଛି । ଜ୍ୟୋତିଷ ଦ୍ଵାରା ସ୍ତ୍ରୀ ଓ ପୁରୁଷଙ୍କର ଦାମ୍ପତ୍ୟ ଜୀବନ ବିଷୟରେ ବହୁତ କିଛି କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ଅଛନ୍ତି ଯେଉଁମାନଙ୍କର ଜୀବନସାଥି ବହୁତ ଭାଗ୍ୟଶାଳୀ ଅଟନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ରାଶିଗୁଡିକ ମଧ୍ୟରୁ ଏମିତି ୬ଟି ଯୋଡି ବିଷୟରେ କୁହାଯାଇଛି ଯେଉଁମାନଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଭଲ ରହିଥାଏ । ଜ୍ୟୋତିଷଙ୍କ ମତରେ ଏହି ୬ଟି ରାଶିର ଯୋଡି ସ୍ଵର୍ଗରୁ ତିଆରି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡିକ ବିଷୟରେ ।


୧. ଧନୁ ରାଶି ଓ ମେଷ ରାଶି

ଧନୁ ଓ ମେଷ ରାଶି ଜାତକ ମଧ୍ୟରେ ବହୁତ ଗଭୀର ଆକର୍ଷଣ ରହିଥାଏ । ଯଦି ଏହି ଦୁଇଟି ରାଶିର ମଣିଷ ପ୍ରେମ କରିଥାନ୍ତି ତେବେ ସେମାନଙ୍କୁ କେହି ଅଲଗା କରିପାରନ୍ତି ନାହିଁ । ଏହି ଦୁଇଜଣଙ୍କ ମଧ୍ୟରେ ପରସ୍ପର ବୁଝାବଣା ଭଲ ରହିଥାଏ ।


୨. ତୁଳା ଓ ବିଛା ରାଶି

ତୁଳା ଓ ବିଛା ରାଶି ମଧ୍ୟରେ ବହୁତ ଭଲ ସମ୍ବନ୍ଧ ରହିଥାଏ । ତୁଳା ରାଶିର ଲୋକ ଚାହାଁନ୍ତି ତାଙ୍କ ପାର୍ଟନର ସବୁ ଜିନିଷ ପାଇଁ ତାଙ୍କ ଉପରେ ନିର୍ଭର ରହୁ ଓ ବିଛା ରାଶିର ଜାତକ ଚାହାଁନ୍ତି କି ତାଙ୍କ ପାର୍ଟନର ତାଙ୍କର ପ୍ରତ୍ୟେକ କଥାର ଧ୍ୟାନ ରଖନ୍ତୁ , ଯାହାଦ୍ୱାରା ବିଛା ଓ ତୁଳା ମଧ୍ୟରେ ଭଲ ସମ୍ବନ୍ଧ ରହିଥାଏ ।


୩. ମିଥୁନ ଓ କୁମ୍ଭ ରାଶି

ଏହି ଦୁଇଟି ରାଶି ମଧ୍ୟରେ ଚୁମ୍ବକୀୟ ଆକର୍ଷଣ ରହିଥାଏ । ମିଥୁନ ରାଶିର ଜାତକ ବହୁତ ଚଞ୍ଚଳ ପ୍ରକୃତିର ହୋଇଥିଲେ କୁମ୍ଭ ରାଶିର ଜାତକ ବହୁତ ଶାନ୍ତ ହୋଇଥାନ୍ତି । ସେଥିପାଇଁ ଏହି ଦୁଇଟି ରାଶି ମଧ୍ୟରେ ସମ୍ବନ୍ଧ ବହୁତ ଭଲ ରହିଥାଏ ।


୪. ତୁଳା ଓ କର୍କଟ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୁଇ ରାଶିର ଜାତକଙ୍କ ମଧ୍ୟରେ ବହୁତ ଭଲ ତାଳ ମେଳ ରହିଥାଏ । ଏହି ଦୁଇଟି ରାଶି ନିଜ ପାର୍ଟନରଙ୍କୁ ନିଜ ଠାରୁ ଅଧିକ ଖୁସି ଦେଖିବାକୁ ଚାହିଁଥାନ୍ତି ।


୫. ବୃଷ ଓ କନ୍ୟା ରାଶି

ଏହି ଦୁଇଟି ରାଶି ମଧ୍ୟରେ ବହୁତ ପ୍ରେମ ରହିଥାଏ । ଏମାନେ ପରସ୍ପରକୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କର ସମ୍ବନ୍ଧକୁ ଦେଖି ଅନ୍ୟ ଲୋକମାନେ ପ୍ରଭାବିତ ହୁଅନ୍ତି ।


୬. ମୀନ ଓ କର୍କଟ ରାଶି

ଏହି ଦୁଇଟି ରାଶି ମଧ୍ୟରେ ପ୍ରେମ ସମ୍ବନ୍ଧ ବହୁତ ଗଭୀର ରହିଥାଏ । ବ୍ୟକ୍ତିଗତ ଦୃଷ୍ଟିରୁ ଏହି ଦୁଇଟି ରାଶି ବହୁତ ଭାବୁକ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଥିବା ପ୍ରେମ ବହୁତ କମ ଦେଖିବାକୁ ମିଳିଥାଏ ।