ସ୍ବାମୀଙ୍କୁ ଭଲ ପାଉଥିବା ସ୍ତ୍ରୀ ମାନେ କେବେ ବି କରନ୍ତୁ ନାହିଁ ଏହି 4 ଟି କାମ- Garud Puran

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଦୁନିଆ ର ପ୍ରତ୍ୟେକ ଟି ସ୍ତ୍ରୀ ତାଙ୍କ ସ୍ୱାମୀ ମାନଙ୍କ ଉପରେ ରାଜ କରିବାକୁ ଚାହିଁଥାନ୍ତି । ସେ ସବୁବେଳେ ଚାହାନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ସବୁବେଳେ ସବୁଠାରୁ ବେଶୀ ଭଲ ପାଆନ୍ତୁ ଏବଂ ତାଙ୍କୁ ସେତିକି ସମ୍ମାନ ମଧ୍ୟ କରିଥାନ୍ତୁ । ହେଲେ ଦୁନିଆ ର ସମସ୍ତ ସ୍ତ୍ରୀ ଙ୍କ ସହ ଏମିତି ହୋଇନଥାଏ । ଯାହାଫଳରେ କି ତାଙ୍କୁ ବାଧ୍ୟ ହୋଇ ସ୍ୱାମୀ, ଛୁଆ ଏବଂ ପରିବାର ର ବିରୋଧ ରେ ଯିବାକୁ ପଡ଼ିଥାଏ । ଯଦି ଆପଣଙ୍କ ଜୀବନରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି ତେବେ ଆଜି ଆମେ ଆପଣଙ୍କୁ ଗରୁଡ଼ ପୁରାଣ ଅନୁସାରେ ଏମିତି ଚାରୋଟି କଥା ଜଣାଇବୁ ଯାହା କରିବା ଫଳରେ ଆପଣଙ୍କର ସମାଜ ରେ ମାନ ସମ୍ମାନ ଆଦି ପ୍ରତିଷ୍ଠା ହୋଇପାରିଥାଏ ।

ବହୁତ ଏମିତି ସ୍ତ୍ରୀ ଅଛନ୍ତି ଯେଉଁମାନେ କି ତାଙ୍କ ସ୍ୱାମୀ ମାନଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ସେ ତାଙ୍କର ଅଧିକାଂଶ ସମୟ ନିଜ ବାପ ଘରେ ବିତାଇ ଥାନ୍ତି । ଏହା ଖରାପ ନୁହେଁ କାରଣ ବାପ ଘର ମଧ୍ୟ ଝିଅ ର ଘର ହୋଇଥାଏ । କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ସ୍ତ୍ରୀ ମାନଙ୍କୁ ତାଙ୍କ ଜୀବନସାଥୀ ଙ୍କ ଠାରୁ ବହୁତ ସମୟ ପର୍ଯ୍ୟନ୍ତ ଦୁରେଇ ରହିବା ଉଚିତ ନୁହେଁ ।

କାରଣ ଜଣାଯାଇଛି ଯେ ଯେତେବେଳେ ଜଣେ ପୁରୁଷ ଅତ୍ୟଧିକ ବିରହ ପୀଡା ରେ ଥାଏ ସେତେବେଳେ ସେ ତାର ଏକେଲା ପଣ ଦୂର କରିବା ପାଇଁ ଗୋଟେ ମହିଳା କୁ ଚାହିଁଥାଏ । ଆଉ ଆପଣ ମାନେ ତ ଜାଣିଥିବେ କି ମନୁଷ୍ୟ ର ମନ କେତେ ଚଞ୍ଚଳ ସଙ୍ଗେସଙ୍ଗେ ଅନ୍ୟ ଆଡକୁ ଟାଣି ହୋଇଯାଇଥାଏ । ଏହାଛଡା ଯେତେବେଳେ ଜଣେ ସ୍ତ୍ରୀ ବହୁତ ସମୟ ଧରି ନିଜ ଶାଶୁ ଘର ଛାଡ଼ି ବାପ ଘରେ ରୁହେ ସେତେବେଳେ ଲୋକମାନେ ବହୁତ ପ୍ରକାର କଥା କହିଥାନ୍ତି । ଯାହାଦ୍ୱାରା ତାଙ୍କର ମର୍ଯ୍ୟାଦା ହାନି ହୋଇଥାଏ ।

ବହୁତ ସମୟରେ ଜଣେ ସ୍ତ୍ରୀ ଭଲ ଘରୁ ହୋଇଥିଲେ ମଧ୍ୟ ତାର ସଙ୍ଗତ ସବୁ ଲଜ୍ଜାହୀନ ଏବଂ ଅଭଦ୍ର ମହିଳା ମାନଙ୍କ ସହିତ ରହିଥାଏ । ଏମାନେ ସମ୍ମୁଖରେ କିଛି ତ ପଛରେ ଆଉ କିଛି କହିଥାନ୍ତି । ଗରୁଡ଼ ପୁରାଣ ଏମିତି ମହିଳା ମାନଙ୍କ ର ସଙ୍ଗତ ରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥାଏ ।

କୁହାଯାଏ ମା ସରସ୍ଵତୀ ସବୁ ମନୁଷ୍ୟ ଙ୍କର କଣ୍ଠ ରେ ବସିଥାନ୍ତି । ଆମ ଶାସ୍ତ୍ର ରେ ବାଣୀ କୁ ବହୁତ ମହତ୍ତ୍ୱ ଦିଆ ଯାଇଥାଏ । ଯେଉଁ ନାରୀ ମଧୁର ବଚନ ଏବଂ ଭଲ କଥା କହିଥାନ୍ତି ସେମାନଙ୍କ ଉପରେ ମା ସରସ୍ଵତୀ ବହୁତ ପ୍ରସନ୍ନ ହୋଇଥାନ୍ତି । ସେହିପରି ଯେଉଁମାନେ ଭଲ କଥା କହି ନ ଥାନ୍ତି ସେମାନେ ମା ସରସ୍ଵତୀ ଙ୍କୁ ନିରାଶ କରିଥାନ୍ତି ତା ଛଡା ଘରେ ଝଗଡା ମଧ୍ୟ ସୃଷ୍ଟି କରିଥାନ୍ତି । ତେଣୁ ଗରୁଡ଼ ପୁରାଣ ଅନୁସାରେ ସ୍ତ୍ରୀ ମାନଙ୍କୁ କେବେ ବି କଠୋର ବଚନ କହିବା ଉଚିତ ନୁହେଁ ବିଶେଷ କରି ଶାଶୂ ଘରେ ।

ସବୁ ମହିଳା ଚାହିଁଥାନ୍ତି ସେ ଖୁସି ଏବଂ ସୁରକ୍ଷିତ ରୁହନ୍ତୁ । କିନ୍ତୁ ଏମିତି ସବୁ ମହିଳା ମାନଙ୍କ ସହିତ ହୋଇନଥାଏ । ସମାଜ ତାଙ୍କୁ ବହୁତ ଅପନିନ୍ଦା ଦେଇଥାଏ । ତେଣୁ ଗରୁଡ଼ ପୁରାଣ ସବୁ ସ୍ତ୍ରୀ ମାନଙ୍କୁ ଏହା ପରାମର୍ଶ ଦେଇଥାନ୍ତି କି ଅନ୍ୟ କାହା ଘରେ ବେଶୀ ସମୟ ରହିବା ଉଚିତ ନୁହେଁ । ସିଏ ଆପଣଙ୍କ ର ସମ୍ପର୍କୀୟ ଙ୍କ ଘର ହେଇଥାଉ ନା କାହିଁକି ବେସି ସମୟ ରହିବା ଉଚିତ ନୁହେଁ ଏହାଦ୍ବାରା ଆପଣଙ୍କ ର ବହୁତ ଅପମାନ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।