ସ୍ବାମୀଙ୍କୁ ହତ୍ୟା କରି ଗିରଫ ହେଲେ ଏହି ବିଜେପି ନେତ୍ରୀ ! ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତର ଇଶ୍ମାଇଲପୁର ଗ୍ରାମର ବିଜେପି ନେତା ସୁବାସ କୁଆଁର ଓରଫ ଅଟଳଙ୍କୁ ହତ୍ୟା କରିଛନ୍ତି ତାଙ୍କ ପତ୍ନୀ ତଥା ବିଜେପ ନେତ୍ରୀ ମମତା କୁଆଁର । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇ ଏହି ହତ୍ୟାକାଣ୍ଡ ଘଟିଛି ।

ଅଟଳଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ମମତା କୁଆଁରଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛି ପୋଲିସ । ଯାଜପୁର ପୋଲିସ ଏସପି ରାହୁଲ ପିଆର ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳର ତଦନ୍ତ କରିଛି । ମମତା କୁଆଁର ୨୦୧୭ ମସିହାରେ ବିଜେପି ପକ୍ଷରୁ ୬ ନମ୍ବର ଜିଲ୍ଲା ପରିଷଦ ଜୋନରୁ ନିର୍ବାଚନ ଲଢି ପରାଜିତ ହେବା ପରେ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଭାବେ ଆଗଧାଡିରେ କାର୍ଯ୍ୟ କରୁଥିଲେ ।

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ପ୍ରତିବାଦ କରି ଦଶରଥପୁର ଏସଡ଼ିଓଙ୍କ ଅଫିସ ସମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ବିଜେପି । ସେଥିପାଇଁ ସୋମବାର ଦିନ ଥାଲକୁଡି ସ୍ଥିତ ବିଜେପି ଅଫିସରେ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଆଲୋଚନ ହୋଇଥିଲା । ସ୍ଥାନୀୟ ସମସ୍ତ ନେତୃମଣ୍ଡଳୀଙ୍କ ସମେତ ଅଟଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପ୍ରସ୍ତୁତ ବ୍ୟାନରକୁ ନେଇ ବିକ୍ଷୋଭ ସ୍ଥଳରେ ପହଞ୍ଚିବା ଦାୟିତ୍ଵ ଅଟଳଙ୍କୁ ଦିଆ ଯାଇଥିଲା । ଏହାପରେ ସେ ଘରକୁ ଫେରି ରାତ୍ରିଭୋଜନ ସାରି ଶୋଇବାକୁ ଯାଇଥିଲେ ।

କିନ୍ତୁ ରାତି ପ୍ରାୟ ୧୧:୩୦ ବେଳେ ଚିତ୍କାର ଶୁଣି ଅନ୍ୟ ରୁମରେ ଶୋଇଥିବା ଶାଳି ସଞ୍ଜୁକ୍ତା ଉଠି ସେମାନଙ୍କୁ ଡ଼ାକିଥିଲେ । କିନ୍ତୁ କେହି ନ ଶୁଣିବାରୁ ସେ ଘର ମାଲିକ ଓ ଅନ୍ୟ ଭଡାଟିଆ ମାନଙ୍କୁ ଡ଼ାକିଥିଲେ । ସେମାନେ ଆସିବାର କିଛି ସମୟ ପରେ ମମତା କବାଟ ଖୋଲିଥିଲେ । ଏହା ପରେ ଅଟଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ, ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କୌଣସି ତାର କିମ୍ବା ଦଉଡି ସାହାଯ୍ୟରେ ଅଟଳଙ୍କ ବେକକୁ ଶକ୍ତ ଭାବେ ଭିଡା ଯାଇଥିବା ଭଳି ଏକ ଦାଗ ଥିବା ଏବଂ ଆହୁରି ନଖ ଦାଗ ଆଦି ପଡି ରକ୍ତାତ ହୋଇଥିବା ଦେଖିଥିବା ଲୋକେ କହୁଛନ୍ତି । ଅଟଳଙ୍କ ବଡ ଭାଇ ରଞ୍ଜନ କୁଆଁର ମଙ୍ଗଳପୁର ଥାନାରେ ତାଙ୍କ ଭାଇ ଅଟଳଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି ବୋଲି ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଏହି ଘଟଣାରେ ମଙ୍ଗଳପୁର ପୋଲିସ ଦଫା ୩୦୨ ଲଗାଇ ମାମଲା ରୁଜୁ କରିବା ସହ ଅଟଳଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ମମତା କୁଆଁର, ନାବାଳକ ପୁଅ ଓମପ୍ରକାଶ ଓ ଶାଶୁ ଅରୁଣୀ ରାଉତଙ୍କୁ ଅଟକ ରଖି ଜେରା କରିଛି ।

ଅଟଳଙ୍କ ମରୁତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ମଙ୍ଗଳପୁର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଅଟଳଙ୍କ ରୁମ୍ ରୁ ପୋଲିସ ଭଙ୍ଗା ଶଙ୍ଖା ଚୁଡି, ସୁନା ମୁଦି ଓ ହାର ଏବଂ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ।

ତେବେ ଏହି ହତ୍ୟାକାଣ୍ଡରେ ପୋଲିସ ବିଜେପି ନେତ୍ରୀ ମମତାଙ୍କୁ ଗିରଫ କରିବା ସହ, ତାଙ୍କ ସହ ଆଉ କିଏ ସମ୍ପୃକ୍ତ ଅଛି କି ସେ ନେଇ ଜୋରଦାର ତଦନ୍ତ ଚଳାଇଛି । ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣଙ୍କ ମତାମତ କଣ ମା’ ଜଣଙ୍କୁ କି ଶା-ସ୍ତି ମିଳିବା କଥା ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।