ମାମଲାରେ ଆସିଲା ନୂଆ ଟ୍ଵିଷ୍ଟ, ଭାଇରାଲ ହେଲେ ଡିମ୍ପଲ ଙ୍କ ସ୍ଵାମୀ ଓ ଶ୍ଵଶୁରଙ୍କ ଅଡିଓ, ଶୁଣନ୍ତୁ କଣ କଥା ହେଉଛନ୍ତି ବାପା-ପୁଅ, ଦେଖନ୍ତୁ Video

ଆଜିକୁ ୫ ଦିନ ହେବ ଡାକ୍ତର ସ୍ଵାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଡିମ୍ପଲ ଓରଫ ତପସ୍ଵିନୀ ଦାସ । ବ୍ରହ୍ମପୁରର ବ୍ରହ୍ମାନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏହିପରି ଏକ ଘଟଣା ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ମାମଲା ଅନୁଯାୟୀ ଡିମ୍ପଲ ଗତ ବର୍ଷ ସେପ୍ଟେମ୍ବରରେ ଡିମ୍ପଲ ଓ ସୁମିତ କୋର୍ଟରେ ରେଜିଷ୍ଟ୍ରି ବିବାହ କରିଥିଲେ । ଏହାପରେ ସୁମିତଙ୍କ ଘରେ ଡିମ୍ପଲ ରହି ଆସୁଥିଲେ ।

କିନ୍ତୁ ବୈଦିକ ରୀତିରେ ପୁଣି ଠାରେ ଡିମ୍ପଲ ଓ ସୁମିତଙ୍କ ବିବାହ କରାଇବେ କହି ଶ୍ଵଶୁରଘର ଲୋକେ ଡିମ୍ପଲଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏହାପରେ ଦୁଇ ଦୁଇଟି ବିବାହ ତାରିଖ ଦେଇଥିଲେ ମଧ୍ୟ ଠକି ଦେଇଥିଲେ ସୁମିତଙ୍କ ଘରଲୋକ । ଏହାର ପ୍ରତିବାଦ କରି ସିଧା ବେଦିରୁ ଯାଇ ବୋହୂ ବେଶରେ ସୁମିତଙ୍କ ଘରଆଗରେ ଧାରଣା ଦେଇଥିଲେ ଡିମ୍ପଲ ।

ଦୀର୍ଘ ତିନି ଦିନ ଧରି ଶୀତ କାକରରେ ସୁମିତଙ୍କ ଘର ଆଗରେ ବସି ରହିବା ପରେ ଯାଇ ସୁମିତ ଏବଂ ତାଙ୍କ ବାପାଙ୍କ ପ୍ରତିକ୍ରିୟା ମିଳିଥିଲା । ସୁମିତ ଏବଂ ତାଙ୍କ ଘରଲୋକଙ୍କ ନାଁରେ ଡିମ୍ପଲ ଧାରା ୪୯୮ ଲଗାଇଥିବା ବେଳେ ସୁମିତ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ତେଣୁ କୋର୍ଟଙ୍କ ଆଦେଶ ଅନୁସାରେ ଚାଲିବାକୁ ସେମାନେ ଡିମ୍ପଲଙ୍କୁ ଅନୁରୋଧ କରିଥିଲେ । ତେବେ ଡିମ୍ପଲ ଏକ ଅଡିଓ ରିଲିଜ କରିଛନ୍ତି ଯେଉଁଥିରେ ସୁମିତ ଏବଂ ତାଙ୍କ ବାପାଙ୍କ ଫୋନ ବାର୍ତ୍ତାଳାପ ରେକର୍ଡ ହୋଇଛି ।

ସେଥିରେ ପ୍ରଥମେ ବାପା ସୁମିତଙ୍କୁ କେଉଁଠି ଅଛନ୍ତି ବୋଲି ପଚାରୁଛନ୍ତି । ସୁମିତ ପିଜିରେ ବସିଥିବା କହୁଛନ୍ତି । ଏହାପରେ ସୁମିତ ସିଧାସଳଖ ତାଙ୍କ ବାପାଙ୍କୁ ପଚାରୁଛନ୍ତି ସେ ଡିମ୍ପଲଙ୍କୁ ସ୍ଵୀକାର କରିବେ କି ନାହିଁ । କିନ୍ତୁ ତାଙ୍କ ବାପା ସିଧାସଳଖ ହଁ ବୋଲି ନକହି କଥା ବୁଲାଇ ଦେଉଛନ୍ତି । ସୁମିତ ପିଜି କରୁଥିବା ବେଳେ ଡିମ୍ପଲ ଏମବିଏ ପାଇଁ ପ୍ରସ୍ତୁତ ହେଉଥିଲେ ।

ଏଭଳି କ୍ଷେତ୍ରରେ ଡିମ୍ପଲଙ୍କ ଘରେ ଝିଅର ବାହାଘର ଶୀଘ୍ର କରାଇ ଦେବାକୁ ଚାହୁଁଥିବା ବେଳେ ସୁମିତଙ୍କ ବାପା କିନ୍ତୁ ଚାହୁଁ ନଥିଲେ । ଅଡିଓରେ ଡିମ୍ପଲଙ୍କ ଘରଲୋକଙ୍କୁ ଆହୁରି ତିନିଚାରି ବର୍ଷ ଅପେକ୍ଷା କରିବାକୁ ସୁମିତଙ୍କ ବାପା କହୁଥିବା ବେଳେ ଡିମ୍ପଲଙ୍କ ଘରଲୋକ ମଧ୍ୟ ଏକଥାକୁ ମାନି ନଥିବାର ଜଣାପଡୁଛି । ଯାହା ଫଳରେ ସୁମିତଙ୍କ ବାପା ମଧ୍ୟ ନିଜ ଜିଦ୍ ରେ ଅଟଳ ରହି ଡିମ୍ପଲଙ୍କୁ ସ୍ଵୀକାର କରିବାକୁ ଚାହୁଁ ନାହାନ୍ତି ।

ଏହି ଅଡିଓ ଭାଇରାଲ ହେବା ପରେ ଡିମ୍ପଲ କହିଛନ୍ତି ଯେ ସୁମିତ ନିଜେ ଚାହୁଁଛନ୍ତି ତାଙ୍କୁ ଘରକୁ ନେବା ପାଇଁ କିନ୍ତୁ ତାଙ୍କ ବାପା ତାଙ୍କୁ ବତେଇ ଶିଖେଇ ରଖୁଛନ୍ତି । ତେଣୁ କରି ଡିମ୍ପଲ ମଧ୍ୟ ସ୍ଵାମୀଙ୍କ ପାଖରେ ରହିବାକୁ ଜିଦ୍ ଧରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।