5 ଦିନ ବିତି ଯାଇଥିଲେ ବି ଧାରଣାରୁ ଉଠୁ ନାହାନ୍ତି ଡିମ୍ପଲ, ଯିଏ ଯେତେ ବୁଝାଇଲେ ବି ବୁଝିବାକୁ ନାରାଜ ଅବୁଝା ଡିମ୍ପଲ, ଆଜି SDJM କୋର୍ଟରେ ହେବ ଶୁଣାଣି

ଯେତେ ବୁଝାଇଲେ ବି ବୁଝୁ ନାହାନ୍ତି ଅବୁଝା ଡିମ୍ପଲ । ଆଜି SDJM କୋର୍ଟରେ ଶୁଣାଣି ହେବ । କିନ୍ତୁ ଏଯାଏଁ ଘର ଆଗରୁ ଉଠିବାକୁ ସେ ନାରାଜ । SDPO ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ଆସି ଡିମ୍ପଲଙ୍କୁ ବୁଝାଇ ବୁଝାଇ ଥକିଗଲେ । କିନ୍ତୁ ଶାଶୁଘର ସାମନାରୁ ଉଠିବାକୁ ନାରାଜ ତପସ୍ଵିନୀ ଦାସ ଓରଫ ଡିମ୍ପଲ । ଘରକୁ କିମ୍ବା ଅନ୍ୟ କୌଣସି ନିରାପଦ ସ୍ଥାନକୁ ଘୁଞ୍ଚିବାକୁ ନାରାଜ ହେଉଛନ୍ତି ଡିମ୍ପଲ । ଏଜା ଜିଦ୍ ସ୍ବାମୀଙ୍କ ସାଙ୍ଗରେ ରହିବି ।

୫ ଦିନ ଓ ୫ ରାତି ବିତିଗଲାଣି କିନ୍ତୁ ବ୍ରହ୍ମପୁର ବ୍ରହ୍ମାନଗରରେ ଶାଶୁଙ୍କ ଘର ଆଗରେ ସେମିତି ଜାରି ରଖିଛନ୍ତି ଧାରଣା । ତେବେ ଆଜି SDJM କୋର୍ଟରେ ଏହି ମାମଲାର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି । ସ୍ଵାମୀଙ୍କ ଘରେ ରହିବାକୁ ନେଇ କୋର୍ଟକୁ ଯାଇଥିଲେ ଡିମ୍ପଲ ଦାସ । ସ୍ଵାମୀ ସୁମିତ ଡିମ୍ପଲଙ୍କୁ ନିଜ ସ୍ତ୍ରୀ ବୋଲି ମାନିଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଘର ଭିତରକୁ ନେଉ ନାହାନ୍ତି ଶାଶୁଘର ଲୋକେ ।

କିନ୍ତୁ ସ୍ଵାମୀ ତାଙ୍କୁ ଘରକୁ ନେଇ ଯାଆନ୍ତୁ ବୋଲି ସେ ଜିଦ୍ ଧରିଛନ୍ତି । ଏପରିକି ଗୁରୁବାର ଦିନ ସେ ସ୍ଵାମୀଙ୍କ ଘର ସାମନାରେ ମାଣ ମଧ୍ୟ ବସାଇଥିଲେ । ଡିମ୍ପଲଙ୍କ ସହ ସହଯୋଗ କରି ବସି ରହିଛନ୍ତି ମହିଳା ସମାଜସେବୀ ପ୍ରମିଳା ମା । ଡିମ୍ପଲଙ୍କ ଜୀବନ ଓ ଭବିଷ୍ୟତ ପାଇଁ ସେ ତାଙ୍କୁ ଲୋଡିଥିବାରୁ ପ୍ରମିଳା ମଧ୍ୟ ତାଙ୍କ ସମର୍ଥନ କରି ବସି ରହିଛନ୍ତି ବୋଲି କହିଛନ୍ତି । ଆଜିକୁ ୫ ଦିନ ଶୀତ କାକରରେ ବସି ରହିଥିଲେ ମଧ୍ୟ ଡିମ୍ପଲ ଆଶା ଛାଡି ନାହାନ୍ତି ।

ତାଙ୍କ ସ୍ଵାମୀ ଯେଉଁଠି ବି ରହିବେ ସେ ତାଙ୍କ ସ୍ଵାମୀଙ୍କ ସହ ରହିବାକୁ ଚାହାନ୍ତି ବୋଲି କୋର୍ଟକୁ ଲେଖିକରି ଦେଇଥିଲେ । ତାଙ୍କ ଆବେଦନର ଆଜି କୋର୍ଟ ଶୁଣାଣି କରିବେ । ତେବେ ସୁମିତ ମଧ୍ୟ ପୂର୍ବରୁ ଡିମ୍ପଲଙ୍କ ସହ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ସୁମିତ ଏବଂ ତାଙ୍କ ଘରଲୋକ ଡିମ୍ପଲଙ୍କୁ ସ୍ଵୀକାର କରିବାକୁ ଚାହୁଁ ନଥିବା ବେଳେ ଡିମ୍ପଲ ତାଙ୍କ ଶ୍ଵଶୁର ଘରେ ସ୍ଵାମୀଙ୍କ ସହ ରହିବାକୁ ଚାହାନ୍ତି ।

ଏପରି କ୍ଷେତ୍ରରେ ଡିମ୍ପଲଙ୍କ ପାଇଁ ସ୍ଵାମୀଙ୍କ ଘରେ ରହିବା ସାମାନ୍ଯ ମୁସ୍କିଲ ହୋଇପାରେ । ତେବେ ଏହି ମାମଲାରେ କୋର୍ଟ ଆଜି କଣ ରାୟ ଦେଉଛନ୍ତି ଶୁଣିବାକୁ ବାକି ରହିଲା । ଦେଖାଯାଉ ଡିମ୍ପଲଙ୍କୁ ତାଙ୍କ ସ୍ଵାମୀଙ୍କ ପାଖେ ରହିବାକୁ ଅନୁମତି ମିଳୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।