ଏହି ଝିଅର ପ୍ରେମରେ ପଡିଛନ୍ତି ଆକାଶ, ଦେଖନ୍ତୁ କିଏ

ଓଲିଉଡର ସବୁଠୁ ହ୍ୟାଣ୍ଡସମ ହିରୋ ଆକାଶ ନିଜର ଦୁଇଟି ଫିଲ୍ମ ନେଇ ଫେରୁଛନ୍ତି ପରଦାକୁ । ତେବେ ଖବର ଅନୁଯାଇ ଆକାଶ ଏବେ ନୂଆ ନୂଆ ପ୍ରେମରେ ପଡିଛନ୍ତି ବୋଲି ଶୁଣିବାକୁ ମିଳୁଛି । ପ୍ରକୃତରେ କଥା ହେଲାକି ତାଙ୍କର ଆଗାମୀ ଫିଲ୍ମ ନାମ ହେଲା “ପ୍ରେମ ନା ପାଗଲପନ” । ଏହା ପରେ ଏହି କଥା ଉଠୁଛି କି ସତରେ ଯେମିତି ଆକାଶ କୌଣସି ଝିଅର ପ୍ରେମରେ ପାଗଳ ହୋଇଯାଇଛନ୍ତି ।

ତେବେ ଏହି ଫିଲ୍ମଟି ଜୀ ସାର୍ଥକ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ବେଳେ ନିର୍ଦେଶନା ଦେଇଛନ୍ତି ଅଶ୍ୱିନୀ ଗଡ଼ନାୟକ। ଏବଂ ଏଥିରେ ମୁଖ୍ୟ ଭିନେତା ଓ ଅଭିନେତ୍ରୀ ଭାବେ ନଜର ଆସିବେ ଆକାଶ ଓ ଲିପ୍ସା । ଏହି ଫିଲ୍ମରେ ଆକଶଙ୍କ ବ୍ୟତିତ ରାଇମୋହନ ଓ କୁନା ତ୍ରିପାଠୀ ଭଳି ଭଲ କଳାକାର ମାନେ ମଧ୍ୟ ଅଛନ୍ତି । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଖବର ମିଳିଛି ।

ତେବେ କେବଳ ଏହି ଗୋଟେ ଫିଲ୍ମ ନୁହେଁ ଆକାଶ ତାଙ୍କ ଆଊ ଏକ ମୁଭିର ଶୁଭମୁହୁରତ ମଧ୍ୟ କରି ସାରିଲେଣି ଓ ଯାହାର ସୁଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଫିଲ୍ମଟି ର ନାମ ହେଉଛି ମହାବାହୁ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର । ତେବେ ଆକାଶ ପ୍ରଥମ ଥର ପାଇଁ ଏହି ଦୁଇ ନାୟିକାଙ୍କ ସହ ବଡ ପରଦାରେ ଦେଖାଯିବେ ।

ତେବେ ନିଜର ଦମଦାର ଅଭିନୟ ପାଇଁ ଲୋକଲୋଚନକୁ ଆସିଥିବା ଆକାଶ ଏକ ଭଲ ଅଭିନେତା ସହ ଏକ ରାଜନେତା ମଧ୍ୟ ଅଟନ୍ତି । ଏକ ସରଳ ହୃଦୟ ଓ ଦିଲ୍ଦାର ଲୋକ ଭାବେ ସେ ନିଜ ଫ୍ୟାନ୍ସ ମାନଙ୍କ ପାଖରେ ଖୁବ ପରିଚିତ । କିଛି ଦିନ ହେବ ଆକାଶ କୌଣସି ଫିଲ୍ମ କରି ନଥିବା ପରେ ବର୍ତ୍ତମାନ ଲଗାତାର ଦୁଇ ଦୁଇଟି ଫିଲ୍ମ ନେଇ ନିଜ ଫ୍ୟାନ୍ସ ମାନଙ୍କୁ ଖୁସି କରାଇବାକୁ ଯାଉଛନ୍ତି । ବାସ ଏବେ ଖାଲି ଦେଖିବା ବାକି ରହିଲା କି ତାଙ୍କର ଏହି ଫିଲ୍ମ କେତେ ସକସେସ ହେଉଛି ଓ କେବେ ରିଲିଜ ହେଉଛି ।

ଯଦି ଆପଣ ମଧ୍ୟ ଆକାଶଙ୍କ ଫ୍ୟାନ ତେବେ ତାଙ୍କ ଫିଲ୍ମ ବିଷୟରେ ଆପଣଙ୍କ ମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ଆଗକୁ ଏହିଭଳି ମନୋରଞ୍ଜନ ଧର୍ମୀ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।