ଚାଣକ୍ୟ ନୀତି : ସ୍ଵାମୀ – ସ୍ତ୍ରୀଙ୍କର ଜୀବନକୁ ବର୍ବାଦ କରିଦିଏ ଏହି ୪ ଟି କଥା, ବିବାହିତ ଲୋକମାନେ ଏବେ ହିଁ ଜାଣି ନିଅନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚାରଣ ପାଇଁ ଜଣା ଯାଉଥିଲେ । ତାଙ୍କର ଜୀବନ ବହୁତ ସାଧାସିଧା ଥିଲା । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ହିଁ ଚାଣକ୍ୟ ନୀତିରେ ଜାଗା ଦେଇଛନ୍ତି । ଯଦି ଆପଣ ସେହି ନୀତି ଗୁଡିକୁ ପାଳନ କରୁଛନ୍ତି ତେବେ ଆପଣ ନିଜ ଜୀବନରେ ସଫଳ ହୋଇ ପାରିବେ । ସ୍ଵାମୀ ସ୍ତ୍ରୀଙ୍କୁ ସୁଖ – ଦୁଃଖର ସାଥି ବୋଲି କୁହାଯାଏ ଏବଂ ସ୍ଵାମୀ –ସ୍ତ୍ରୀ ମଧ୍ୟରେ ବିଶ୍ଵାସ ରହିବା ନିହାତି ଆବଶ୍ୟକ ।

ଆଚାର୍ଯ୍ୟ ଚାଣକ୍ୟ ଚାଣକ୍ୟ ନୀତିରେ କିଛି ଏମିତି କଥା କହିଛନ୍ତି ଯେଉଁଥିରେ ସ୍ଵାମୀ – ସ୍ତ୍ରୀ ସମ୍ପର୍କ ମଧ୍ୟରେ ଫାଟକ ଆସିଯାଇଥାଏ । ଆସନ୍ତୁ ଜାଣିବା ।

ସମ୍ପର୍କ ମଧ୍ୟରେ ବାଧା

ସ୍ଵାମୀ ସ୍ତ୍ରୀ ଦୁଃଖରେ ସାଥି ହୋଇଥାନ୍ତି । ସ୍ତ୍ରୀଙ୍କ ମାମଲାରେ ସ୍ଵାମୀ ଏବଂ ସ୍ଵାମୀଙ୍କ ମାମଲାରେ ସ୍ତ୍ରୀ ଦଖଲ ଦେଇ ପାରିବେ । ଏହା ଦୁଇ ଜଣଙ୍କର ଅଧିକାର ଅଟେ । କିନ୍ତୁ ଯଦି ସ୍ଵାମୀ – ସ୍ତ୍ରୀ ମଧ୍ୟରେ କାହାକୁ ବି ଏହି ଦଖଲ ଅନ୍ଦାଜି ପସନ୍ଦ ଆସେ ନାହିଁ ଓ ଯଦି ତାଙ୍କୁ ଲାଗିଥାଏ କି ଏହା ତାଙ୍କର ଅଲଗା ଜୀବନ ଅଟେ, ତେବେ ଏମିତିରେ ବିବାହ ଭାଙ୍ଗିବାର ସମ୍ଭାବନା ବଢି ଯାଇଥାଏ ।

କଥା ଲୁଚାଇବା

ସ୍ଵାମୀ – ସ୍ତ୍ରୀ ନିଜର ସମସ୍ତ କଥାକୁ ପରସ୍ପର ସହିତ ଶେୟାର କରିବା ଉଚିତ । ନିଜର କଥା ଶେୟାର କରିବା ଦ୍ଵାରା ହିଁ ସମ୍ପର୍କ ମଜବୁତ ହୋଇଥାଏ । ପରସ୍ପର ଉପରେ ବିଶ୍ଵାସ ବଢିଥାଏ । ଯେତେବେଳେ ସ୍ଵାମି ସ୍ତ୍ରୀ ପରସ୍ପର ମଧ୍ୟରେ କଥା ଲୁଚାଇବାରେ ଲାଗନ୍ତି ତେବେ ଜାଣିନିଅନ୍ତୁ କି ସମ୍ପର୍କ ମଧ୍ୟରେ ଫାଟକ ପଡି ସାରିଛି ।

ପରସ୍ପରକୁ ସମ୍ମାନ

କୌଣସି ବି ସମ୍ପର୍କରେ ସମ୍ମାନ ରହିବା ବହୁତ ଜରୁରୀ ଅଟେ । ଯଦି ଆପଣ ପରସ୍ପରକୁ ଇଜ୍ଜତ କରୁ ନାହାନ୍ତି ତେବେ ସମ୍ପର୍କ ମଧ୍ୟରେ ଜୀବନ ରୁହେ ନାହିଁ । ଯଦି କଥା କଥାରେ ଆପଣ ପରସ୍ପରକୁ ଅପମାନ କରିବାକୁ ଲାଗନ୍ତି, ତେବେ ଜାଣି ନିଅନ୍ତୁ କି ଏହି ସମ୍ପର୍କର ଅନ୍ତ ବହୁତ ଜଲ୍ଦି ହେବାର ଅଛି ।

ଘରବାଲାଙ୍କୁ ଅପମାନ

କେତେ ଥର ସ୍ଵାମୀ ସ୍ତ୍ରୀ ପରସ୍ପରଙ୍କ ଘର ଲୋକମାନଙ୍କର ଅପମାନ କରିବାକୁ ଲାଗନ୍ତି । ତାଙ୍କୁ ଏହିଭଳି ବିଲକୁଲ କରିବା ଉଚିତ ନୁହେଁ । ବାହାଘର ପରେ ସେମାନଙ୍କୁ ପରସ୍ପର ଘର ଲୋକମାନଙ୍କୁ ସେହିଭଳି ସମ୍ମାନ ଦେବା ଉଚିତ ଯେଉଁଭଳି ଭାବରେ ସେମାନେ ନିଜର ଘର ଲୋକମାନଙ୍କୁ ସମ୍ମାନ ଦେଇଥାନ୍ତି । ଏମିତିରେ ନିଜ ଝଗଡା ମଧ୍ୟରେ କେବେ ବି ଘର ଲୋକମାନଙ୍କୁ ଆଣନ୍ତୁ ନାହିଁ । ଏହା କରିଲେ ସମ୍ପର୍କ ଭାଙ୍ଗିବାକୁ ଲାଗେ ।

1 thought on “ଚାଣକ୍ୟ ନୀତି : ସ୍ଵାମୀ – ସ୍ତ୍ରୀଙ୍କର ଜୀବନକୁ ବର୍ବାଦ କରିଦିଏ ଏହି ୪ ଟି କଥା, ବିବାହିତ ଲୋକମାନେ ଏବେ ହିଁ ଜାଣି ନିଅନ୍ତୁ”

Comments are closed.