ମାଧୁରୀ ଭଳି ଦେଖାଯାଉଥିଲେ ଅକ୍ଷୟଙ୍କର ଏହି ଅଭିନେତ୍ରୀ, ରାତା ରାତି ପରଦାରୁ ହୋଇଗଲେ ଗାୟବ, ଆଜି ଅଟନ୍ତି କୋଟି କୋଟି ଟଙ୍କାର ମାଲିକାଣୀ

ବଲୀଉଡରେ ଏମିତି ବହୁତ କଳାକାର ଅଛନ୍ତି, ଯେଉଁମାନେ କି ଫିଲ୍ମ କରନ୍ତି ଓ ଫେମସ ମଧ୍ୟ ହୁଅନ୍ତି, କିନ୍ତୁ କିଛି ଦିନ ପରେ ପୁରା ଗାୟବ ହୋଇ ଯାଆନ୍ତି । ଏମିତି ହିଁ ଜଣେ ଅଭିନେତ୍ରୀ ଥିଲେ ‘ଫରହୀନ’, ଯିଏକି ବଲୀଉଡକୁ ବହୁତ ଜଲ୍ଦି ଅଲବିଦା କହିଦେଲେ । ସବୁଠୁ ବିଶେଷ କଥା ଏହା ଥିଲା କି ତାଙ୍କର ଚେହେରା ପ୍ରାୟତଃ ମାଧୁରୀ ଦୀକ୍ଷିତଙ୍କ ସହ ମିଶୁଥିଲା ।

ହିଟ ଫିଲ୍ମରେ ଫରହୀନ କରିଥିଲେ କାମ

ଅକ୍ଷୟ କୁମାରଙ୍କର ଗୋଟିଏ ଫିଲ୍ମ ଆସିଥିଲା । ଏହି ଫିଲ୍ମରେ ବହୁତ ଅଭିନେତା ଓ ଅଭିନେତ୍ରୀମାନେ ଥିଲେ ଏବଂ ଏଥିରେ ଫରହୀନଙ୍କୁ ଏକ ସାଇଡ ରୋଲ ମିଳିଥିଲା, କିନ୍ତୁ ତାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ କରିଲେ । ତାଙ୍କର ଚେହେରା ମାଧୁରୀଙ୍କ ଭଳି ଦେଖା ଯାଉଥିବାରୁ ତାଙ୍କର ଫ୍ୟାନ ଫଲୋଇଙ୍ଗ ବି ବହୁତ ଜଲ୍ଦି ବଢିବାରେ ଲାଗିଲା । ଫରହୀନ ପ୍ରଥମେ ୧୯୯୨ରେ ଫିଲ୍ମ ‘ଜାନ ତେରେ ନାମ’ ରୁ ବଲୀଉଡରେ ଡେବ୍ୟୁ କରିଥିଲେ ।

ଏହା ପରେ ସେ ବହୁତ ଫିଲ୍ମରେ କାମ ମଧ୍ୟ କରିଥିଲେ । ସେହି ସମୟରେ ତାଙ୍କର ପପୁଲାରିଟି ମଧ୍ୟ ବହୁତ ବଢି ଯାଇଥିଲା । ତାଙ୍କୁ ସାଉଥରୁ ମଧ୍ୟ କିଛି ଫିଲ୍ମର ଅଫର ଆସିଥିଲା । କିନ୍ତୁ ହଠାତ ରାତାରାତି ସେ ଫିଲ୍ମ କରିବା ଛାଡିଦେଲେ । ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟକର କଥା ଥିଲା । କାରଣ ତାଙ୍କର ନାମ ବହୁତ ଭଲ ଚାଲୁଥିଲା । କହିଦେଉଛୁ କି ଫରହୀନ ଫିଲ୍ମ ଦୁନିଆ ଛାଡି ଦେବା ପରେ କ୍ରିକେଟର ମନୋଜ ପ୍ରଭାକରଙ୍କ ସହ ବିବାହ କରିନେଲେ । କୁହାଯାଏ କି ବାହାଘର ପୂର୍ବରୁ ଦୁଇ ଜଣଙ୍କର ୪ ବର୍ଷ ପର୍ଯ୍ୟନ୍ତ ଅଫେୟାର ଚାଲିଥିଲା ।

କ୍ରିକେଟର ସହ ବିବାହ କରି ଗାୟବ ହୋଇଗଲେ ଫରହୀନ

କୁହାଯାଏ କି ବାହାଘର ପରେ ସେ ପୁଣିଥରେ ଫିଲ୍ମ ଦୁନିଆକୁ ଫେରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର ଫିଲ୍ମ ଚାଲିଲା ନାହିଁ । କିନ୍ତୁ ଏହା ତାଙ୍କ ପାଇଁ ସେମିତି କିଛି ବଡ କଥା ନଥିଲା । ଆଜି ସେ ନିଜ ସ୍ଵାମୀ ଓ ପରିବାର ସହିତ ଖୁସିରେ ଅଛନ୍ତି । ସେ ଏକ ବଡ ବିଜନେସଓମେନ ମଧ୍ୟ ଅଟନ୍ତି । ତାଙ୍କର ନିଜର ହର୍ବଲ ସ୍କିନ କେୟାର ପ୍ରଡକ୍ଟ ର ବିଜନେସ ବି ଅଛି । ଫରହୀନ ନେଚୁରାଲ ହର୍ବଲ କମ୍ପାନୀର ଡାୟରେକ୍ଟର ବି ଅଟନ୍ତି ।

ଏହାକୁ ସେ ନିଜ ସ୍ଵାମୀ ମନୋଜ ପ୍ରଭାକରଙ୍କ ସହିତ ମିଶି ଖୋଲିଛନ୍ତି । ସେ ଏହି କମ୍ପାନୀରେ ଲଗାତର ୧୮ ବର୍ଷ ହେବ ଆକ୍ଟିଭ ଅଛନ୍ତି ଓ ସେ ଏଥିରେ ସଫଳତା ହାସଲ କରିଛନ୍ତି । ଫିଲ୍ମରୁ ଦୂର ହେବା ପରେ ତାଙ୍କ ଚେହେରାରେ ବି ବହୁତ ଫରକ ଆସି ଯାଇଛି । ବର୍ତ୍ତମାନ ସେ ଏକ ସଫଳ ଅଭିନେତ୍ରୀ ହେବା ସହିତ ଏକ ସଫଳ ବିଜନେସଓମେନ ବି ଅଟନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।