ସୂର୍ଯ୍ୟପରାଗ (30 April), ଗ୍ରହମାନଙ୍କ ମଧ୍ୟରେ ବିରାଟ ପରିବର୍ତ୍ତନ, ଭାଗ୍ୟଶାଳୀ ହେବେ ଏହି 6 ରାଶି, ଗର୍ଭବତୀ ମହିଳା ଭୁଲରେ ବି କରନ୍ତୁନି ଏହି ଭୁଲ

ଚଳିତ ବର୍ଷ ବୈଶାଖ ମାସ ବା ଏପ୍ରିଲ ୩୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ପଡିବାକୁ ଯାଉଛି । ଏହା ଏକ ଆଂଶିକ ସୂର୍ଯ୍ୟପରାଗ ଅଟେ । କିନ୍ତୁ ଶନିବାର ଦିନ ହେଉଥିବାରୁ ଶନିଶ୍ଚରାୟ ଅମାବାସ୍ୟାର ଯୋଗ ଉତ୍ପନ୍ନ ହେଉଛି । ଜ୍ଯୋତିଷ ଦୃଷ୍ଟିରୁ ଏହି ସୂର୍ଯ୍ୟପରାଗ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ । କାରଣ ଏହି କିଛି ଗ୍ରହ ମାନଙ୍କ ଉପରେ ଏହାର ଅଶୁଭ ପ୍ରଭାବ ପଡୁଥିବା ବେଳେ ଆଉ କିଛି ଗ୍ରହଙ୍କ ଉପରେ ଏହାର ଅତ୍ୟନ୍ତ ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ମେଷ ରାଶିରେ ଲାଗୁଥିବା ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ଯାହାଫଳରେ ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବ ନାହିଁ । କିନ୍ତୁ ସୂର୍ଯ୍ୟ ପୀଡିତ ହେବା କାରଣରୁ ଏହାର ପ୍ରଭାବ ପ୍ରତ୍ଯେକ ରାଶିରେ ଦେଖିବାକୁ ମିଳିବ । ଏହା ଗର୍ଭବତୀ ମହିଳାଙ୍କ ପାଇଁ ଅଶୁଭ ହୋଇଥିବାରୁ ଗ୍ରହଣ ଦେଖିବା, ସିଲେଇ କରିବା, ପରିବା କାଟିବା ଓ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ଗ୍ରହଣ ଲାଗିଥିବା ସମୟରେ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ଏବଂ ଯେକୌଣସି ଭଗବାନଙ୍କ ମନ୍ତ୍ର ଜପ କରନ୍ତୁ ।

ବୃଷ ରାଶି । ଏହି ସୂର୍ଯ୍ୟପରାଗ ଏହି ରାଶିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବାର ସମ୍ଭାବନା ରହିଛି ଏବଂ ଆପଣଙ୍କର କିଛି ଅଧୁରା କାର୍ଯ୍ୟ ପୂରଣ ହେବାର ସମ୍ଭାବନା ରହିଛି । ଯେକୌଣସି ଯାତ୍ରା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଓ ବେପାର ବାଣିଜ୍ୟ କରୁଥିବା ଲୋକେ ମଧ୍ୟ ଲାଭବାନ ହେବେ ।

କର୍କଟ ରାଶି । ଆପଣଙ୍କୁ ମଧ୍ୟ ଏହି ସୂର୍ଯ୍ୟପରାଗ ସଫଳତା ପ୍ରଦାନ କରିବାକୁ ଯାଉଛି । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ବନ୍ଧୁ ମିତ୍ରଙ୍କ ପକ୍ଷରୁ ଲାଭ ପ୍ରାପ୍ତ ହେବେ । କାର୍ଯ୍ୟସ୍ଥଳ ଓ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଏହି ସମୟ ଆପଣଙ୍କ ଭାଗ୍ୟକୁ ମଜବୁତ କରିବା ସହ ଆପଣଙ୍କୁ ନିଜ ଯୋଗ୍ୟତା ସାବିତ କରିବାର ଅବସର ମିଳିବ ।

ତୁଳା ରାଶି । ଏହି ରାଶିଙ୍କୁ ମଧ୍ୟ ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି ଓ ଏହି ସୂର୍ଯ୍ୟପରାଗ ପରଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆପଣ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ ଓ ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ ।

କୁମ୍ଭ ରାଶି । ଏହି ସୂର୍ଯ୍ୟପରାଗ ଠାରୁ ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଆପଣ ଯାହା ବି ନୂଆ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚୟ ଭାବେ ସଫଳ ହେବେ । ଆପଣ ଯଦି କୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଆଶା ରଖିଛନ୍ତି ତେବେ ନିଶ୍ଚୟ ପାଇବେ ।

ଧନୁ ରାଶି । ଆପଣଙ୍କ ରାଶିରେ ମଧ୍ୟ ଏହି ସୂର୍ଯ୍ୟପରାଗ ଠାରୁ ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କ ଆର୍ଥିକ ସ୍ଥିତିରେ ବିଶେଷ ସୁଧାର ଆସିବ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ପରାଗ ଶୁଭଫଳ ପ୍ରଦାନ କରିବ । ଏହି ସମୟ ଠାରୁ ଆପଣଙ୍କ ଉନ୍ନତିର ମାର୍ଗ ପ୍ରଶସ୍ଥ ହେବ ।

ମକର ରାଶି । କାର୍ଯ୍ୟକ୍ଷେତ୍ରରେ ମାନ ବୃଦ୍ଧି ହେବାର ସମ୍ଭାବନା ରହିବା ସହ ଉନ୍ନତି ନିମନ୍ତେ ଉତ୍ତମ ଅବସର ପ୍ରାପ୍ତ ହେବେ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗରୁ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଲାଭ ପ୍ରାପ୍ତ ହେବ । ଜୀବନରେ ଆପଣ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।