ପଣା ସଙ୍କ୍ରାନ୍ତିରେ ଶ୍ରଦ୍ଧାର ସହ କରନ୍ତୁ ଏହି 6 ଟି ଉପାୟ, ଜୀବନରେ ହେବ ବହୁତ ବଡ ଚମତ୍କାର ! ବଦଳିଯିବ ଜୀବନ

ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ରୂପେ ମଧ୍ୟ ପାଳନ କରା ଯାଇଥାଏ । ତେଣୁ ଏହିଦିନ ଭଗବାନ ହନୁମାନଙ୍କ ପୂଜା କରି କିଛି ବିଶେଷ ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ । ଏହାସହିତ ସମସ୍ତ ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ପ୍ରଭୁ ହନୁମାନଙ୍କୁ ମହାଦେବଙ୍କ ଏକାଦଶ ରୁଦ୍ର ଅବତାର ବୋଲି କୁହାଯାଏ । ତେଣୁମହାଦେବଙ୍କ ପରି ହନୁମାନ ମଧ୍ୟ ଅତିଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ତେବେ ଚାଲନ୍ତୁ ଜାଣିବା କଣ ସବୁ ସେହି ଉପାୟମାନ ।

ହନୁମାନଙ୍କ ପୂଜା କରିବା ବେଳେ ନିଜକୁ ସୁଦ୍ଧା ରଖିବା ଅତ୍ୟନ୍ତ ଆବଶ୍ୟକ ରହିଛି । ତେଣୁ ପୂଜା କରିବା ସମୟରେ କୌଣସି ପ୍ରକାର ଖରାପ ଭାବନା ମନ ଭିତରେ ରଖନ୍ତୁ ନାହିଁ । ହନୁମାନ ଜୟନ୍ତୀ ବା ପଣା ସଂକ୍ରାନ୍ତି ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ବଚ୍ଛ ହୋଇ ଲାଲ କପଡା ପରିଧାନ କରି ନିକଟସ୍ଥ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ତାଙ୍କୁ ଲାଲ ରଙ୍ଗର ଉତ୍ତରୀୟ ଅର୍ପଣ କରନ୍ତୁ ।

ଏହିଦିନ ହନୁମାନ ଧାରଣ କରିଥିବା ଫୁଲମାନରୁ ଗୋଟିଏ ଫୁଲ ସିନ୍ଦୂର ଲଗାଇ ଘରକୁ ଆଣନ୍ତୁ । ଏହାକୁ ଏକ ଲାଲ କପଡାରେ ବାନ୍ଧି ନିଜ ବ୍ୟବସାୟ ସ୍ଥଳ ବା ଘରେ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ସମସ୍ତ ଆର୍ଥିକ ସମସ୍ଯା ଟଳିଯାଏ ଓ କେବେବି ଏହି ସମସ୍ଯା ଦେଖା ଦେଇ ନଥାଏ ।

ହନୁମାନ ଜୟନ୍ତୀ ଦିନ ସୁର୍ଜ୍ୟୋଦୟ ଆଗରୁ ସ୍ନାନାଦି ସାରି ଏକ ଅଶ୍ଵତଥ ଗଛର ଅଖଣ୍ଡିତ ପତ୍ର ଘରକୁ ଆଣନ୍ତୁ । ଏହାପରେ ଏହି ପତ୍ରକୁ ଶୁଦ୍ଧ ପାଣିରେ ଧୋଇ କେଶର ଚନ୍ଦନରେ ପତ୍ରରେ ଶ୍ରୀରାମ ନାମ ଲେଖନ୍ତୁ । ଏହାକୁ ସେଦିନ ହନୁମାନଙ୍କ ପୂଜାରେ ରଖି ଦିଅନ୍ତୁ ଓ ତା’ପରଦିନ ଏହି ପତ୍ରକୁ ଆଣି ନିଜ ପର୍ସରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା କେବେ ଟଙ୍କା ପଇସା ଅଭାବ ହୋଇ ନଥାଏ ଓ ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

ନିଜ ଘରେ ପାରଦରେ ନିର୍ମିତ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ପାରଦାରେ ନିର୍ମିତ ହନୁମାନଙ୍କ ପୂଜା କରିବା ଦ୍ଵାରା ସବୁ କାର୍ଯ୍ୟରେ ସବୁ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ମିଳିଥାଏ । ଏହି ମୂର୍ତ୍ତି ଘରେ ରଖିବା ଦ୍ଵାରା ଘରର ସମସ୍ତ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ ଏବଂ ତା’ ସହ ଗୃହର ବାତାବରଣ ମଧ୍ୟ ଶୁଦ୍ଧ ହୋଇଥାଏ । ଏହାଦ୍ବାରା ପିତୃଦୋଷରୁ ମୁକ୍ତି ମିଳିବା ସହ ଘରେ କୌଣସି ତାନ୍ତ୍ରିକ ଶକ୍ତିର ପ୍ରବାବ ମଧ୍ୟ ପଡି ନଥାଏ ।

ଏହିଦିନ ସନ୍ଧ୍ୟାରେ କୌଣସି ହନୁମାନ ମନ୍ଦିରକୁ ଯାଇ ଗୋଟିଏ ଶୁଦ୍ଧ ଗାଈ ଘିଅ ଏବଂ ଆଉ ଗୋଟିଏ ସୋରିଷ କିମ୍ବା ରାଶି ତେଲର ଅଖଣ୍ଡ ଦୀପ ଜଳାନ୍ତୁ । ଏହା ଜାଳିବା ପରେ ହନୁମାନ ଚାଳିଶ ମଧ୍ୟ ପାଠ କରନ୍ତୁ । ପ୍ରଭୁ ହନୁମାନଙ୍କ କୃପା ପାଇବାର ଏହା ସବୁଠାରୁ ସହଜ ଉପାୟ ଅଟେ । ଏହିଦିନ ସକାଳୁ ସ୍ନାନାଦି କାର୍ଯ୍ୟ ଶେଷ କରିବା ପରେ ଠାକୁର ଘରେ ପୂଜାର୍ଚ୍ଚନା ସାରି ରାମରକ୍ଷମ ସ୍ତୋତ୍ରମ ପାଠ କରନ୍ତୁ ।

ଏହାପରେ ଗୋଟିଏ ପାନପତ୍ରରେ ଗୁଡ ଏବଂ ଚଣା ରଖି ଭୋଗ ଅର୍ପଣ କରନ୍ତୁ ଓ ହନୁମାନଙ୍କ ନିକଟରେ ଜୀବନର ସବୁ ସମସ୍ଯା ନିବାରଣ ପାଇଁ ପ୍ରାର୍ଥନା କରନ୍ତୁ । ଏପରି କରିବା ଦ୍ଵାରା ଘରେ ସୁଖଶାନ୍ତି ଓ ଐଶ୍ଵର୍ଯ୍ୟ ପ୍ରାପ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।