ସୂର୍ଯ୍ୟପରାଗ କେମିତି ପାଳନ କରିବେ ? କଣ କରିବେ ବାରଣ ? ଶ୍ରୀମନ୍ଦିରରେ ଏମିତି ପାଳିତ ହେବ ସୂର୍ଯ୍ୟପରାଗ

ଦୀପାବଳୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ମଧ୍ୟ ସ୍ଵତନ୍ତ୍ର ନୀତି ପାଳିତ ହେଉଛି । ଅକ୍ଟୋବର ୨୫ ମଙ୍ଗଳବାର ଦିନ ସୂର୍ଯ୍ୟପରାଗ ପଡୁଥିବାରୁ ସାରା ଦେଶରେ ଆଜି ହିଁ ଦୀପାବଳୀ ପାଳିତ ହେବ । ତେଣୁ ଶ୍ରୀମନ୍ଦିରରେ ମଧ୍ୟ ଆଜି ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଚଳନ, କାଳି ପୂଜା ଏବଂ ଦୀପ ଦାନ ଅନୁଷ୍ଠିତ ହେବ । ମଙ୍ଗଳବାର ଦିନ ଭୋରରୁ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ ପଡୁଛି । ସୂର୍ଯ୍ୟପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଉଛି ସୂତକ କାଳ ବା ପାକ ତ୍ୟାଗ ନୀତି ।

ଆସନ୍ତା କାଲି ଦିନ ୪ଟା ବାଜି ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବାକୁ ଥିବାବେଳେ ସନ୍ଧ୍ୟା ୬ଟା ବାଜି ୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ଏଥିପାଇଁ ଗତକାଲି ଶ୍ରୀମନ୍ଦିର ଦ୍ଵାର ବନ୍ଦ ରଖାଯିବ ଏବଂ ତେଣୁ ଆଜି ରାତି ୧୨ଟାରେ ଶ୍ରୀମନ୍ଦିରରେ ଦ୍ଵାରଫିଟା ହେବ । ସାଢେ ଦୁଇଟାରୁ ତିନିଟା ମଧ୍ୟରେ ସକାଳ ଧୂପ ଲାଗିବା ସହ ୪ଟାରେ ବାଳଧୂପ ଏବଂ ୪ଟା ୫୫ ମିନିଟରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ ।

ଭୋଗମଣ୍ଡପ ଶେଷ ହେବା ପରେ ରାଧା ଦାମୋଦର ଭେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ ମିନିଟରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ କରାଯିବ । ଗ୍ରହଣ ଭୋଗ ନୀତି ବଢିବା ପରେ ଯାଇ ଅନ୍ଯାନ୍ଯ ନୀତି ବଢିବ । ଛତିଶାନିଯୋଗରେ ଏହି ସମସ୍ତ ନୀତି ନିର୍ଘଣ୍ଟ କରା ଯାଇଥିବା ସୂଚନା ରହିଛି । ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀରେ ଦୃଶ୍ୟମାନ ହେବେ ସୂର୍ଯ୍ୟପରାଗ ।

ତେଣୁ ଚଳିତ ବର୍ଷ କାଉଁରିଆ ଜଳାଇବା ଉପରେ କୌଣସି କଟକଣା ରଖା ଯାଇନାହିଁ ଅର୍ଥାତ ଶ୍ରଦ୍ଧାଳୁମାନେ କାଉଁରିଆ ଜଳାଇ ପାରିବେ । ଦୁଇଟି ସ୍ଥାନ ତଥା ଶ୍ରୀମନ୍ଦିର ସମୁଖ ମଙ୍ଗୁ ମଠ ଓ ମା କାକୁଳିଖାଇ ମନ୍ଦିର ଶ୍ରଦ୍ଧାଳୁମାନେ କାଉଁରିଆ ଜଳାଇ ପାରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଶ୍ରଦ୍ଧାଳୁ ସ୍ନାନ କରିପାରିବେ ଏବଂ ଉପରୋକ୍ତ କୁହା ଯାଇଥିବା ଦୁଇଟି ସ୍ଥାନରେ ଶ୍ରଦ୍ଧାଳୁ କାଉଁରିଆ ଜାଳି ପାରିବେ ।

ଏଥିପାଇଁ ଅଗ୍ନିଶମ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏହାସହ ଶ୍ରଦ୍ଧାଳୁମାନେ ଗାଡି ରଖିବା ପାଇଁ ମଧ୍ୟ ସ୍ଵତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।