ଘୋର ଅନର୍ଥ ! ଶ୍ରୀମନ୍ଦିରରୁ 20kg ଓଜନର ଖସିଲା ପଥର ! ମହାବିପଦ ପୂର୍ବରୁ ଜଗନ୍ନାଥ ଦେଲେ କି ସଙ୍କେତ ?

ମାଡି ଆସିଲା ମହାବିପଦ ! ବଡ ଦେଉଳରୁ ଖସିଲା ୨୦ କିଲୋଗ୍ରାମର ପଥର ! ମହାପ୍ରଭୁଙ୍କର ଏ କି ସଂକେତ ! ବଡ ଦେଉଳରୁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମହା ସଙ୍କେତ । ଯାହାକି ଶ୍ରୀକ୍ଷେତ୍ର ବାସୀଙ୍କୁ ବେଶ ଭୟଭୀତ କରିଛି । ଆଜ୍ଞା ହଁ, ଏଭଳି ଘୋର ଅନର୍ଥ ଘଟିଛି ବଡ ଦେଉଳ ତଥା ପୁରୀ ଜଗନ୍ନାଥ ମନ୍ଦିରରେ । ପ୍ରଥମେ ବଡ ଦେଉଳର ନୀଳଚକ୍ର ଉପରେ ଶହ ଶହ ଚିଲ ଉଡିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହାସହ ବାଇଶି ପାହାଚରେ ମଧ୍ୟ ପାଣି ସୁଅ ବୋହିବାର ଦୃଶ୍ୟ ମଧ୍ୟ ଦେଖାଗଲା ।

ଆଉ ଏବେ ବଡ ଦେଉଳରୁ ପଥର ଖସିଥିବା ଘଟଣା ସାମ୍ନାକୁ ଆସିଛି । ଏହା ମହାପ୍ରଭୁଙ୍କର କୌଣସି ବଡ ସଙ୍କେତ ନୁହେଁ ତ ! ଓଡିଶା ବା ଭାରତ ପ୍ରତି କିଛି ମହା ବିପଦ ମାଡି ଆସୁନି ତ ! ପୁରୀ ବଡ ଦେଉଳରୁ ପୂର୍ବରୁ ମଧ୍ୟ ପଥର ଖସିଥିବା ବେଳେ ଏବେ ଯେଉଁ ପଥରଟି ଖସିଛି ଏହାର ଓଜନ ୨୦ କିଗ୍ରା ବୋଲି ଜଣାପଡିଛି । ତେବେ ଏହି ପଥର ଖସିବା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ ।

ସେବକ ଏବଂ ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ନଥିବା ସ୍ଥାନରେ ଏହି ପଥରଋ ଖସିବା ଯୋଗୁଁ କାହାର କିଛି କ୍ଷତି ହୋଇ ନଥିବା ସୂଚନା ରହିଛି । ତେବେ ଗତକାଲି ଅର୍ଥାତ ରବିବାର ଦିନ ଅପରାହ୍ନରେ ଘଟିଯାଇଛି ଏଭଳି ବଡ ଅଘଟଣ । ରବିବାଦ ଦିନ ଅପରାହ୍ନରେ ମାଜଣା ମଣ୍ଡପ ନିକଟସ୍ଥ ତଥା ମୁକ୍ତି ମଣ୍ଡପ ସମୁଖ ଦ୍ଵାରରେ ଥିବା ବାହାର ପାର୍ଶ୍ଵରେ ଏହି ଅଘଟଣଟି ଘଟିଥିଲା ।

ପ୍ରାୟ ୪୦ ଫୁଟ୍ ଉଚ୍ଚତାରୁ ଖସି ପଡିଥିଲା ଏହି ପଥର । ତେବେ ଭିତର ବେଡା କନ୍ଧିରେ ଏହି ପଥର ଖସିବାରୁ ଖବର କିଛି କ୍ଷତି ହୋଇନାହିଁ । ହେଲେ ପୁରୀ ପ୍ରଶାସନ ମନ୍ଦିରରୁ ପଥର ଖସିବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମନ୍ଦିରରୁ ୨୦ କିଗ୍ରା ଓଜନର ଏହି ପଥର ଶ୍ରଦ୍ଧାଳୁ ଏବଂ ସେବାୟତ ନଥିବା ସ୍ଥାନରେ ଖସି ପଡିଥିବା । ଫଳରେ ଏକ ବଡ ଅଘଟଣ ଘଟିବାରୁ ବର୍ତ୍ତି ଯାଇଥିଲା ।

ବିଶ୍ବାସ ରହିଛି କି, କୌଣସି ବଡ ବିପଦ ଆସିବା ପୂର୍ବରୁ ମହାପ୍ରଭୁ ନିଶ୍ଚିତ ଭାବେ କୌଣସି ନା କୌଣସି ସଙ୍କେତ ଦେଇଥାନ୍ତି । ତେବେ ଏହା କେଉଁ ବିପଦର ସଙ୍କେତ ଥିଲା ତାହାକୁ ନେଇ ଏବେ ଲୋକଙ୍କ ମନରେ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।