ବହୁତ ବର୍ଷ ପରେ ରବିନା ଟଣ୍ଡନ ଖୋଲିଲେ ରାଜ, କହିଲେ ଏଥିପାଇଁ ସେ ଅକ୍ଷୟ କୁମାରଙ୍କ ସହ କରିଥିଲେ ବ୍ରେକ ଅପ୍

ବଲିଉଡ୍ ଏକ ବିଶାଳ ଦୁନିଆ ସେଥିପାଇଁ ସବୁବେଳେ ବଲିଉଡ୍ ସହ ଜଡିତ ବିଭିନ୍ନ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଆମେ ଆପଣଙ୍କୁ ବଲିଉଡର ଟପ୍ ଯୋଡି ରବିନା ଟଣ୍ଡନ ଓ ଅକ୍ଷୟ କୁମାରଙ୍କ ବିଷୟରେ କହିବୁ । ଗୋଟିଏ ସମୟରେ ଏହି ଦୁଇଜଣଙ୍କୁ ଏକ ସଫଳ ଫିଲ୍ମ ଯୋଡି ରୂପରେ ବହୁତ ସମ୍ମାନ ଦିଆଯାଉଥିଲା । କିନ୍ତୁ ଯେତେବେଳେ ଏହି ଦୁଇଜଣ କିଛି ଟପ୍ ଫିଲ୍ମ କରିଲେ ସେତେବେଳେ ଏମାନଙ୍କ ମଧ୍ୟରେ ଅଫେୟାର ର ଖବର ଆସିଥିଲା ।

ଏହି କଥା ମଧ୍ୟ ସତ ଏମାନଙ୍କର ପ୍ରେମ କାହାଣୀ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନଥିଲା । କିଛି ସମୟରେ ଏମାନଙ୍କର ବ୍ରେକ ଅପ୍ ହୋଇଯାଇଥିଲା । ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି । ସେହି ଭିଡିଓରେ ଏତେ ବର୍ଷ ପରେ ମଧ୍ୟ ରବିନା ଅକ୍ଷୟଙ୍କ ସହିତ ବ୍ରେକଅପ୍ ହୋଇଥିବାର କାହାଣୀ କହିଛନ୍ତି ।

ରବିନା କହିଛନ୍ତି କି ନିଜ କ୍ୟାରିୟରର ବିରାମ ଦେଇ ବିବାହ କରିବା ତାଙ୍କ ନିଜସ୍ଵ ନିସ୍ପତି ଥିଲା । କିନ୍ତୁ ସେ ପରଦାକୁ ଫେରିବା ପାଇଁ ଚେଷ୍ଟା କରିବାରୁ ଅକ୍ଷୟ ଏହି କଥା ପାଇଁ ସହମତି ଦେଇ ନଥିଲେ । ରବିନା କହିଲେ କି ଅକ୍ଷୟ ଭାବୁଥିଲେ କି ସେ ରବିନାଙ୍କୁ ବାରମ୍ବାର ଧୋକା ଦେବା ପରେ ମଧ୍ୟ ରବିନା ତାଙ୍କୁ ସ୍ଵୀକାର କରିବେ । କିନ୍ତୁ ୩ ବର୍ଷ ପର୍ଯ୍ୟନ୍ତ ଅକ୍ଷୟ ବାରମ୍ବାର ଧୋକା  ଦେବା ପରେ ମଧ୍ୟ ରବିନା ତାଙ୍କ ସହ ରହିଥିଲେ । ଏତିକି ନୁହେଁ ଏ ସବୁ ସତ୍ତ୍ୱେ ବି ସେ ଚେଷ୍ଟା କରିଥିଲେ କି ସେ ଶେଷ ପର୍ଯ୍ୟନ୍ତ ଏହି ସମ୍ପର୍କକୁ ବାନ୍ଧି ରଖିବେ ।

ରବିନା ଏହା ମଧ୍ୟ କହିଲେ କି କେଉଁ ଭଳି ଭାବରେ ଅକ୍ଷୟଙ୍କର ବିଶ୍ଵାସୀ ହେବା ତାଙ୍କ ପାଇଁ ବହୁତ ମହତ୍ତ୍ଵ ରଖୁଥିଲା । କିନ୍ତୁ ଏକଥା ମଧ୍ୟ ସତ ଅଟେ କି ଏହି ଦୁଇଜଣ ବର୍ତ୍ତମାନ ଅଲଗା ଅଲଗା ହୋଇଯାଇ ମଧ୍ୟ ଖୁସିରେ ଜୀବନ ଯାପନ କରୁଛନ୍ତି । ଯେଉଁଠି ରବିନା ଅନିଲ ଥଡାନୀଙ୍କ ସହିତ ବିବାହ କରିଛନ୍ତି ସେଇଠି ଅକ୍ଷୟ ଟ୍ୱିଂକଲ ଖନ୍ନାଙ୍କ ସହ ବିବାହ କରିଛନ୍ତି ଓ ବର୍ତ୍ତମାନ ସେମାନେ ଏକ ସୁଖମୟ ଜୀବନ ଯାପନ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।