ମେହେନ୍ଦିରେ କେବଳ ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ ବାଳରେ, ଷାଠିଏ ବର୍ଷ ପରେ ବି ବାଳ ରହିବ କଳା ଓ ମଝବୁତ

ସବୁ ମଣିଷ ଚାହାଁନ୍ତି ତାଙ୍କର ବାଳ କଳା, ଘନ ଓ ଚମକଦାର ହେଉ । ବାଳ ଆମ ଶରୀରର ସୁନ୍ଦରତାକୁ ବଢାଇ ଥାଏ । କିନ୍ତୁ ବଦଳୁଥିବା ଲାଇଫ ଷ୍ଟାଇଲ ଓ ଖାଦ୍ୟ ପେୟ ପାଇଁ ବାଳ ବହୁତ ଶୀଘ୍ର ଝଡେ ଓ ଧଳା ହୋଇଯାଏ । ସେଥିପାଇଁ ଆଜି ମାନେ ଆପଣଙ୍କୁ ବାଳକୁ କଳା ଓ ମଝବୁତ କରିବା ପାଇଁ କିଛି ଘରୋଇ ଉପାୟ କହିବୁ । ଆପଣ ଏହି ଉପାୟକୁ ଘରେ ବ୍ୟବହାର କରି କଳା ଓ ଘନ ବାଳ ପାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ମେହେନ୍ଦି ପାଉଡର ଓ ରାଶି ତେଲର ଆବଶ୍ୟକତା ପଡିବ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ।

 

ଯେଉଁ ଦିନ ଆପଣ ନିଜ ବାଳରେ ମେହେନ୍ଦି ଲଗାଇବେ ସେହିଦିନ ଆପଣ ଗୋଟିଏ ବାଉଲରେ ପାଣି ଆଣି ସେଥିରେ ମେହେନ୍ଦି ପାଉଡର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ପରେ ଏହି ମିଶ୍ରଣକୁ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ହାଲ୍କା ଆଞ୍ଚରେ ଗରମ କରନ୍ତୁ । ଏହାପରେ ଏଥିରେ ରାଶି ତେଲକୁ ମିଶାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଥଣ୍ଡା କରିବାକୁ ଦିଅନ୍ତୁ ।

 

ଥଣ୍ଡା ହେବା ପରେ ଏହି ମିଶ୍ରଣଙ୍କୁ ନିଜ ବାଳରେ ଲଗାଇ ଦିଅନ୍ତୁ ଓ ଏହାକୁ ଶୁଖିବା ପାଇଁ ଛାଡିଦିଆନ୍ତୁ । ଶୁଖିବା ପରେ ଏହାକୁ ଭଲ ଭାବରେ ସଫା ପାଣିରେ ଧୋଇ ଦିଅନ୍ତୁ । ଏହି ଉପାୟର ପ୍ରୟୋଗ ସପ୍ତାହକୁ କେବଳ ଗୋଟିଏ ଥର କରନ୍ତୁ ।

ରାଶି ତେଲ ହେଉଛି ଆପଣଙ୍କ ବାଳ ପାଇଁ ବରଦାନ

ରାଶି ତେଲର କୁଲିଙ୍ଗ ପ୍ରକୃତି ଷ୍ଟ୍ରେସକୁ ଦୂର କରିଥାଏ । ଏହା ଆପଣଙ୍କ ଝଡୁଥିବା ବାଳର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ରାଶି ତେଲ ସ୍କାଲ୍ପରେ ବ୍ଲଡ଼ ସର୍କ୍ୟୁଲେସନ ବଢାଇଥାଏ । ଯାହା ଦ୍ଵାରା ବାଳର ଗ୍ରୋଥ ରେ ପ୍ରଭାବ ପଡିଥାଏ ।

ରାଶି ତେଲ ସୂର୍ଯ୍ୟର ହାନିକାରକ UV raysରୁ ବାଳକୁ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ଆପଣ ଯଦି ଖରାରେ ବାହାରକୁ ଯାଉଛନ୍ତି ତେବେ ଆପଣ ନିଜ ବାଳରେ ରାଶି ତେଲ ଲଗାଇ ଯାଆନ୍ତୁ ।

ଏହି ତେଲ ଆପଣଙ୍କ ବାଳରେ ଥିବା ଉଙ୍କୁଣିକୁ ବାହାର କରିଦିଏ ।

ରାଶି ତେଲ ଆପଣଙ୍କ ବାଳକୁ ମଝବୁତ ଓ ଘନ କରିଥାଏ ।

ସବୁବେଳେ ଏହି ତେଲକୁ ଭଲ ଭାବରେ ବାଳରେ ମାଲିସ କରନ୍ତୁ ଏହା ଦ୍ଵାରା ଆପଣଙ୍କ ବାଳ ଚମକଦାର ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।