ଏହି ଷ୍ଟାରମାନଙ୍କ ଝିଅମାନଙ୍କ ସୁନ୍ଦରତାକୁ ଦେଖିଲେ ଆପଣ ସେମାନଙ୍କ ମାଙ୍କ ସୁନ୍ଦରତାକୁ ବି ଭୁଲିଯିବେ

ବଲୀଉଡ ଇଣ୍ଡଷ୍ଟ୍ରି ଅଭିନେତ୍ରୀମାନେ କେବଳ ନିଜର ଅଭିନୟ ପାଇଁ ନୁହେଁ ଏହା ଛଡା ସେମାନେ ନିଜର ସୁନ୍ଦରତା କାରଣରୁ ବି ଅଧିକ ପ୍ରସିଦ୍ଧ ଅଟନ୍ତି । ସୁନ୍ଦରତା ମାମଲାରେ ଏମାନଙ୍କୁ ଟକ୍କର ଦେବା ବହୁତ କଷ୍ଟ ଅଟେ । କିନ୍ତୁ ଯେତିକି ସୁନ୍ଦର ଏମାନେ ଅଟନ୍ତି ତାହା ଠାରୁ ଅଧିକ ତାଙ୍କର ଝିଅମାନେ ସୁନ୍ଦର ଓ ଗ୍ଲାମରସ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଅଭିନେତ୍ରୀଙ୍କ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ମୀନାକ୍ଷୀ ଶେଷାଦ୍ରି

ମୀନାକ୍ଷୀ ଶେଷାଦ୍ରି କେବଳ ନିଜର ଅଭିନୟ ପାଇଁ ନୁହନ୍ତି ଏହା ଛଡା ନିଜର ସୁନ୍ଦରତା ପାଇଁ ବି ଜଣା ଯାଆନ୍ତି । ମୀନାକ୍ଷୀ ଶେଷାଦ୍ରି ବହୁତ ଫିଲ୍ମରେ ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଦର୍ଶକମାନଙ୍କ ହୃଦୟକୁ ଜିତିଛନ୍ତି । କିନ୍ତୁ ଯଦି ମୀନାକ୍ଷୀ ଶେଷାଦ୍ରିଙ୍କ ଝିଅଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କର ଝିଅଙ୍କ ନାମ କେନ୍ଦ୍ର ମୈସୂର ଅଟେ । ଯିଏକି ବର୍ତ୍ତମାନ ସମୟରେ ନିଉୟର୍କରେ ରହୁଛନ୍ତି ଓ ସେଠି ସେ ନିଜର ଶିକ୍ଷା ପୁରା କରୁଛନ୍ତି । କିନ୍ତୁ କେନ୍ଦ୍ର ମୈସୂରଙ୍କ କଥାବାର୍ତ୍ତା କରିବା ତେବେ ସୁନ୍ଦରତା ମାମଲାରେ ସେ ନିଜ ମା ଙ୍କ ଠାରୁ ବି ବହୁତ ଆଗରେ ଅଛନ୍ତି ।

ଅମୃତା ସିଂହ

ବଲୀଉଡର ସୁନ୍ଦର ଅଭିନେତ୍ରୀ ଅମୃତା ସିଂହ ୯୦ ଦଶକର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ଯିଏ ନିଜର କ୍ୟାରିୟରରେ ଗୋଟିଏରୁ ବଢି ଗୋଟିଏ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଯଦି କଥାବାର୍ତ୍ତା କରିବା ଅମୃତା ସିଂହଙ୍କ ଝିଅ ବିଷୟରେ ତେବେ ତାଙ୍କ ଝିଅଙ୍କ ନାମ ସାରା ଅଲି ଖାନ ଅଟେ । ଯିଏକି ନିଜ ମାଙ୍କ ଭଳି ହିଁ ଜଣେ ଅଭିନେତ୍ରୀ ଅଟନ୍ତି ଓ ବର୍ତ୍ତମାନ ସେ ନିଜର ଆସନ୍ତା ଫିଲ୍ମ ‘କୁଲି ନମ୍ବର ୧’ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।

କାଜୋଲ

ବଲୀଉଡ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିବା କାଜୋଲଙ୍କୁ ସମସ୍ତେ ଜାଣିଛନ୍ତି । ସେ ନିଜର ଅଭିନୟ ଦ୍ଵାରା ଲୋକମାନଙ୍କ ହୃଦୟରେ ରାଜ କରିଛନ୍ତି । ସେ ନିଜର ସୁନ୍ଦରତା ପାଇଁ ନୁହେଁ ଅଥବା ନିଜର ଅଭିନୟ ପାଇଁ ବି ବହୁତ ଚର୍ଚିତ ରହୁଥିଲେ । କହିବାକୁ ଗଲେ କାଜୋଲଙ୍କ ଝିଅଙ୍କ ନାମ ନ୍ୟାସା ଦେବଗନ ଅଟେ । ତାଙ୍କର ବୟସ ୧୬ ବର୍ଷ ଅଟେ । ଯେଉଁଠି ଗୋଟିଏ ପଟେ କାଜୋଲ ସୁନ୍ଦରତା ମାମଲାରେ କାହା ଠାରୁ ବି କମ ନୁହନ୍ତି ଅନ୍ୟ ପଟେ ତାଙ୍କର ଝିଅ ନ୍ୟାସା ବି ସେତିକି ସୁନ୍ଦର ଅଟନ୍ତି ।

କରିଶ୍ମା କପୁର

କପୁର ପରିବାରର ବଡ ଝିଅ କରିଶ୍ମା କପୁର ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ଫିଲ୍ମରେ ନିଜର କେବଳ ଅଭିନୟ ଦ୍ଵାରା ନୁହେଁ ନିଜର ସୁନ୍ଦରତା ମାମଲାରେ ବି ନିଜର ଏକ ଭିନ୍ନ ପରିଚୟ କରିଛନ୍ତି । କରିଶ୍ମା କପୁରଙ୍କ ଝିଅଙ୍କ ନାମ ସମିଏରା କପୁର ଅଟେ । ବର୍ତ୍ତମାନ ସମୟରେ ସମିଏରା କପୁର ପଢୁଛନ୍ତି । ଯେଉଁଠି ଗୋଟିଏ ପଟେ କରିଶ୍ମା କପୁର କ୍ୟାମେରା ସାମ୍ନାରେ ରହିବାକୁ ପସନ୍ଦ କରନ୍ତି ଅନ୍ୟ ପଟେ  ସମିଏରା କପୁର କ୍ୟାମେରା ଠାରୁ ଦୂରେଇ ରୁହନ୍ତି ।

ଜୁହୀ ଚାୱଲା

୧୯୮୪ରେ ମିସ ଇଣ୍ଡିଆ ହୋଇଥିବା ଅଭିନେତ୍ରୀ ଜୁହୀ ଚାୱଲା ନିଜର ଚୁଲବୁଲ ଅନ୍ଦାଜ ପାଇଁ ବଲୀଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ଚର୍ଚିତ ରହିଥାନ୍ତି । କିନ୍ତୁ ଯଦି ତାଙ୍କର ଝିଅ ଜାହନବୀ ମେହତାଙ୍କ ବିଷୟରେ କଥାବାର୍ତ୍ତା କରିବା ତ ସେ ବର୍ତ୍ତମାନ ପଢୁଛନ୍ତି ଓ ତାଙ୍କୁ ଅଭିନୟ ପରିବର୍ତ୍ତେ ଖେଳରେ ଅଧିକ ରୁଚି ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।